Odisha news

ନାଲକୋର ୪୪ତମ ବାର୍ଷିକ ସାଧାରଣ ବୈଠକ : ଆଲୁମିନିୟମର ବର୍ଦ୍ଧିତ ଚାହିଦା ପୂରଣ ନିମନ୍ତେ ଅତ୍ୟାଧୁନିକ ପ୍ରଯୁକ୍ତି ସହ ସ୍ୱଚ୍ଛ ଶକ୍ତି ବ୍ୟବହାର ଉପରେ ନାଲକୋ ସିଏମଡିଙ୍କ ଗୁରୁତ୍ୱ

0

ଭୁବନେଶ୍ୱରତା୨୬।୦୯।୨୦୨୫ରିଖ:ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ଲୋକ ଉଦ୍ୟୋଗ, ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ) ପକ୍ଷରୁ ଆଜି ଭୁବନେଶ୍ୱର ସ୍ଥିତ କର୍ପୋରେଟ କାର୍ୟ୍ୟାଳୟରେ ଏହାର ୪୪ତମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭରଚୁଆଲ ମୋଡ଼ରେ ସେୟାର ହୋଲ୍ଡର ମାନଙ୍କୁ ସମ୍ବୋଧିତ କରି, ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ ସେମାନଙ୍କ ନିରନ୍ତର ବିଶ୍ୱାସ ଏବଂ ଏକତା ପାଇଁ ହୃଦୟର ସହିତ କୃତଜ୍ଞତା ଜଣାଇ ଥିଲେ।କମ୍ପାନୀର ସଫଳ ଯାତ୍ରା ନିମନ୍ତେ ନାଲକୋ ପରିବାରର ପ୍ରଚେଷ୍ଟା ଏବଂ ଦୂର ଦୃଷ୍ଟିକୁ ମଧ୍ୟ ସେ ପ୍ରଶଂସା କରିଥିଲେ ଯାହା କମ୍ପାନୀକୁ ୨୦୨୪-୨୫ ଆର୍ଥିକ ବର୍ଷରେ ରେକର୍ଡ ପ୍ରଦର୍ଶନ ହାସଲ କରିବାରେ ସାହାଯ୍ୟ କରିଛି।
ଶ୍ରୀ ସିଂହ ନିଜ ଅଭି ଭାଷଣରେ, ନାଲକୋର କାର୍ୟ୍ୟ ଦକ୍ଷତା, ସ୍ୱଚ୍ଛତା, ବିଶ୍ୱ ସ୍ତରୀୟ ପ୍ରତିଯୋଗିତା ମୂଳକତା ଏବଂ ଅର୍ଥନୈତିକ ଦୃଷ୍ଟି କୋଣରୁ ଭାରତକୁ ଏକ ଶକ୍ତିଶାଳୀ ଦେଶଭାବେ ଗଢିବାର ଯାତ୍ରାରେ ଏହାର ଗୁରୁତ୍ୱ ପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରିଥିଲେ।ଶ୍ରୀ ସିଂହ ଭାରତୀୟ ଆଲୁମିନିୟମ କ୍ଷେତ୍ରର ଅପାର ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିବା ସହ କହିଥିଲେ ଯେ, ୨୦୩୦ପର୍ୟ୍ୟନ୍ତ ଘରୋଇ ଚାହିଦା୭.୬ ପ୍ରତିଶତ ହାରରେ ବୃଦ୍ଧି ହେବାର ଆକଳନ କରାଯାଉଛି। ଏହି ବୃଦ୍ଧି ମୁଖ୍ୟତଃ ବୈଦ୍ୟୁତିକ ଯାନ ବାହନର ବୃଦ୍ଧି, ଦ୍ରୁତ ଭିତ୍ତିଭୂମି ବିକାଶ ଏବଂ ଅକ୍ଷୟ ଶକ୍ତିକ୍ଷେତ୍ରର ଅଭିବୃଦ୍ଧିଦ୍ୱାରା ପରିଚାଳିତ ହେବ। ଏହି ସୁଯୋଗ ଗୁଡ଼ିକୁ ସମ୍ପୂର୍ଣ୍ଣ ଉପଯୋଗ କରିବା ପାଇଁ, ତ୍ୱରିତ ପ୍ରଯୁକ୍ତି ବିଦ୍ୟା ସଂଯୋଗୀ କରଣ, ସ୍ୱଚ୍ଛ ତଥା ଅକ୍ଷୟ ଶକ୍ତିର ବ୍ୟବହାର, ମୂଲ୍ୟ ସଂଯୋଗୀ କରଣ ଏବଂ ବିଶ୍ୱ ବଜାରରେ ଅସ୍ଥିରତାକୁ ସାମ୍ନା କରିବା ପାଇଁ ରଣନୀତି ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ଶ୍ରୀ ସିଂହ ମଧ୍ୟ ନିରନ୍ତର ଅଭିବୃଦ୍ଧି, ନବ ସୃଜନ ଏବଂ ରଣ ନୈତିକ ଯୋଜନା ଉପରେ ନାଲକୋର କାର୍ୟ୍ୟଧାରା ତଥା ଜାତୀୟ ବିକାଶ ଏବଂ ବିଶ୍ୱ ଆଲୁମିନିୟମ ପରି ଦୃଶ୍ୟରେ କମ୍ପାନୀର ଅର୍ଥ ପୂର୍ଣ୍ଣ ଯୋଗଦାନ ନିମନ୍ତେ ଦୃଢମତ ପ୍ରକାଶ କରିଥିଲେ। ବାର୍ଷିକ ସାଧାରଣ ବୈଠକରେ କମ୍ପାନୀ ସଚିବଙ୍କ ସହିତ କାର୍ୟ୍ୟତ୍ମକ ଏବଂ ସ୍ୱାଧୀନ ନିର୍ଦ୍ଦେଶକମାନେ ମଧ୍ୟ ଉପସ୍ଥିତ ଥିଲେ।ସେୟାର ଧାରକ ମାନେ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରତିଇକ୍ୱିଟି ସେୟାର ପିଛାଟ୨.୫୦ଙ୍କାର ଚୂଡ଼ାନ୍ତ ଲାଭାଂଶକୁ ଅନୁ ମୋଦନ କରିଥିଲେ ଯାହାର ପରିମାଣ ୪୫୯.୧୬ କୋଟି ଟଙ୍କା। ସେହିପରି, ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମୋଟ ଲାଭାଂଶ ପ୍ରଦାନ୧୯୨୮.୪୬ କୋଟି ଟଙ୍କା ହୋଇଛି।

IEC 2 years
Leave A Reply