Odisha news

ରାମାୟଣର ରୋଚକ କଥା : ଏଭଳି ଗୋଟିଏ ହିନ୍ଦୁ ମନ୍ଦିର ଯେଉଁଠି ହନୁମାନ ପୂଜା ପାଇ ଥାଆନ୍ତି ଦେବୀ ମାଙ୍କ ରୂପରେ , କଣ ରହିଛି ଏହା ପଛର ଧାର୍ମିକ ମାନ୍ୟତା

0

ବଜରଙ୍ଗବାଲି ହିନ୍ଦୁ ଧର୍ମର ଏଭଳି ଦେବତା ଯାହାଙ୍କୁ ବଳ , ବୁଦ୍ଧି ଏବଂ ବିଦ୍ୟାର ଦେବତା ବୋଲି କୁହାଯାଇଥାଏ l ଯିଏକି ଆଜୀବନ ବ୍ରହ୍ମଚାରୀ ରହିଥିଲେ, ତେଣୁ ମହିଳାମାନେ ତାଙ୍କୁ ପିତା , ଭାଇ, ପୁତ୍ର , ଏବଂ ରକ୍ଷକ ଭାବରେ ପୂଜା କରିଥାଆନ୍ତି l  ଯେଉଁଠି ହନୁମାନ ବ୍ରହ୍ମଚାରୀ ଭାବରେ ବିର୍ଜ ମାନ ସେହି ଭାରତର ଅଯୋଧ୍ୟା ନଗରୀ ରେ ଗୋଟିଏ ଏଭଳି ମନ୍ଦିର ରହିଛି ଯେଉଁଠି ହନୁମାନ ଙ୍କୁ ଦେବୀ ଙ୍କ ରୂପରେ ପୂଜା କରାଯାଏ, ଏହି ମନ୍ଦିର ତାଙ୍କର ଅଦ୍ଭୁତ ଶକ୍ତି ଏବଂ ବହୁମୁଖୀ ସ୍ୱରୂପ ର ପ୍ରତୀକ ଅଟେ, ଏହି ମନ୍ଦିରରେ ଭକ୍ତ ହନୁମାନ ଙ୍କୁ କେବଳ ବୀର ପୁରୁଷ ଭାବରେ ନୁହେଁ ମାଙ୍କ ରୂପରେ ମଧ୍ୟ ପୂଜା କରନ୍ତି l

କଣ ରହିଛି ଏହି ମନ୍ଦିର ର ବିଶେଷତା –
ଏହି ପୁରାତନ ମନ୍ଦିର ରେ ହନୁମାନ ଙ୍କର ୨୦୦୦ ବର୍ଷ ପୁରୁଣା ପ୍ରତିମା ସ୍ଥାପିତ ହୋଇଛି, ଏହି ମନ୍ଦିରରେ ତାଙ୍କୁ ନାରୀ ରୂପରେ ସଜା ଯାଇଛି, ନିୟମିତ ହନୁମାନ ଙ୍କୁ ଶାଢ଼ୀ ପିନ୍ଧାଯାଇ ତାଙ୍କର ଶୃଙ୍ଗାର କରାଯାଇଥାଏ l ଭକ୍ତ ମାନେ ତାଙ୍କୁ ମା ମାନି ତାଙ୍କର ପୂଜାର୍ଚନା କରନ୍ତି, କୁହାଯାଏ ଯେ ଏହି ମନ୍ଦିରର ସ୍ଥାପନା ରାଜା ବିକ୍ରମାଦିତ୍ୟ କରିଥିଲେ, ମାନ୍ୟତା ରହିଛି ଯେ ଲଙ୍କା ବିଜୟ ପରେ ମାତା ସୀତା ହନୁମାନ ଙ୍କୁ ସିଂହିନୀ ରୂପର ଆଶୀର୍ବାଦ ଦେଇଥିଲେ, ଏବଂ କହିଥିଲେ ଯେ ଆଗାମୀ ଦିନରେ କିଛି ସ୍ଥାନରେ ଲୋକେ ତାଙ୍କୁ ଦେବୀ ରୂପରେ ପୂଜା କରିବେ l ଏହାର ଆଶୀର୍ବାଦ ସ୍ୱରୂପ ଅଯୋଧ୍ୟାର ଏହି ମନ୍ଦିରରେ ହନୁମାନ ଙ୍କୁ ଦେବୀ ରୂପରେ ପୂଜା କରାଯାଏ l ନବରାତ୍ରି ବିଶେଷ ଅବସରରେ ଏହି ମନ୍ଦିରରେ ହନୁମାନ ଙ୍କର ବିଶେଷ ପୂଜାର୍ଚନା କରାଯାଏ l

ଦେବୀ ରୁପର ପୌରାଣିକ କଥା –
ଏହି ମନ୍ଦିରର ମାନ୍ୟତା ରହିଛି ଯେ ଅହିରାବଣ ବଧ କଥା ସହିତ ଜଡିତ, ପୌରାଣିକ କଥା ଅନୁସାରେ ଅହିରାବଣ ଭଗବାନ ରାମଚନ୍ଦ୍ର ଏବଂ ଲକ୍ଷ୍ମଣଙ୍କୁ ପାତାଳ ଲୋକକୁ ନେଇ ଯାଇଥିଲେ, ଏବଂ ସେଠାରେ ଦେବୀ ଙ୍କୁ ବଳି ଚଢ଼ିବା ପାଇଁ ପ୍ରସ୍ତୁତି କରୁଥିଲେ, ଏବଂ ସେହି ସମୟ ରେ ହନୁମାନ ଦେବୀଙ୍କ ରୂପ ଧାରଣ କରି ଅହିରାବଣ ର ବଧ କରିଥିଲେ, ଏବଂ ସେହିଦିନ ଠାରୁ ମାନ୍ୟତା ରହିଛି ଯେ ହନୁମାନଜୀ ଦେବୀଙ୍କ ରୂପ ଧରି ଅହିରାବଣ କୁ ବଧ  କରିଥିବାରୁ ଏହି ମନ୍ଦିରରେ ତାଙ୍କର ଦେବୀ ରୂପ କୁ ପୂଜା କରାଯାଇଥାଏ l

Leave A Reply