Odisha news

ପୂର୍ବତନ ଭାରତୀୟ କ୍ରିକେଟର କପିଲ ଦେବଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ , ଖେଳ କେବଳ ମନୋରଞ୍ଜନ ନୁହେଁ, ଏହା ଜୀବନର ଅବିଚ୍ଛେଦ୍ୟ ଅଙ୍ଗ :  ଧର୍ମେନ୍ଦ୍ର ପ୍ରଧାନ

• ପିଜିଟିଆଇର ସିଇଓ ଅମନଦୀପ ସିଂହ ଜୋହଲଙ୍କୁ ଭେଟି କଲେ ଆଲୋଚନା • କ୍ରୀଡ଼ାଭିତ୍ତିକ ଶିକ୍ଷା, ଶାରୀରିକ ସୁସ୍ଥତା, ଖେଳ ପରମ୍ପରାକୁ ସୁଦୃଢ଼ କରିବା ଉପରେ ଚର୍ଚ୍ଚା

0

ନୂଆଦିଲ୍ଲୀ/ଭୁବନେଶ୍ୱର :  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ଠାରେ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ତଥା ମହାନ ଅଲରାଉଣ୍ଡର କପିଲ ଦେବ ଏବଂ ପ୍ରଫେସନାଲ ଗଲ୍ଫ ଟୋର୍ ଅଫ୍ ଇଣ୍ଡିଆ(ପିଜିଟିଆଇ)ର ସିଇଓ ଅମନଦୀପ ସିଂହ ଜୋହଲଙ୍କୁ ସାକ୍ଷାତ୍ କରିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି ।
ଏହି ଅବସରରେ କ୍ରୀଡ଼ାଭିତ୍ତିକ ଶିକ୍ଷା, ଶାରୀରିକ ସୁସ୍ଥତା, ଖେଳ ପରମ୍ପରାକୁ ସୁଦୃଢ଼ କରିବା ଉପରେ ଚର୍ଚ୍ଚା ହୋଇଥିଲା । ନୂତନ ଜାତୀୟ ଶିକ୍ଷା ନୀତି ୨୦୨୦ କିପରି ବିଦ୍ୟାଳୟ ପାଠ୍ୟକ୍ରମରେ କ୍ରୀଡ଼ାକୁ ଏକ ଅଂଶ ଭାବରେ ସାମିଲ କରୁଛି, ସେନେଇ ସକରାତ୍ମକ ଆଲୋଚନା କରାଯାଇଥିଲା । ଏ ସମ୍ପର୍କରେ ଶ୍ରୀ ପ୍ରଧାନ କହିଛନ୍ତି, କ୍ରୀଡ଼ା କେବଳ ମନୋରଞ୍ଜନ ନୁହେଁ, ଏହା ଶିକ୍ଷା ଏବଂ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଖେଳ ମାଧ୍ୟମରେ ପିଲାମାନେ ଅନୁଶାସନ ଏବଂ ନେତୃତ୍ୱ ନେବା ଭଳି ଗୁଣ ଶିଖିପାରିବେ । ଆଜିର ବୈଠକରେ ଜାତୀୟ ଶିକ୍ଷା ନୀତି କ୍ରୀଡ଼ା-ସମନ୍ୱିତ ଶିକ୍ଷା ମାଧ୍ୟମରେ ସାମଗ୍ରିକ ବିକାଶକୁ କିପରି ପ୍ରୋତ୍ସାହିତ କରୁଛି, ସେ ସମ୍ପର୍କରେ ବିଶେଷ ଭାବେ ଆଲୋଚନା ହୋଇଥିଲା । ଏହି ନୀତି ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଏକ ସୁନ୍ଦର ପରିବେଶ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରୁଛି ବୋଲି ସେ କହିଥିଲେ ।

Nalco
Leave A Reply