Odisha news

ରେଡ ସମୟରେ TMC ବିଧାୟକ ପାଚେରୀ ଡେଇଁ ଖସି ପଳାଉଥିଲେ, ଧରାପଡ଼ିଲେ ED ହାତରେ

0

ପଶ୍ଚିମ ବଙ୍ଗ ରେ ଶିକ୍ଷକ ଭର୍ତି ଘୋଟଲାର ଯାଞ୍ଚ କରୁଥିବା ED ପକ୍ଷରୁ ଷୋମବାର ୨୫ ଅଗଷ୍ଟ ଦିନ ତୃଣମୂଳ କଂଗ୍ରେସ ବିଧାୟକ ଜୀବନ କୃଷ୍ନା ସାହା ଙ୍କୁ ଗିରଫ କରାଯାଇଛି, ED ପକ୍ଷରୁ ଯେତେବେଳେ ମୁର୍ଶିଦାବାଦ ଜିଲ୍ଲା ର ବୁରବାନ ସ୍ଥିତ ତାଙ୍କ ଘରେ ରେଡ ହୋଇଥିଲା , ସେତେବେଳେ ବିଧାୟକ ପାଚେରୀ ଡେଇଁ ପଳାଇବାର ଉଦ୍ୟମ କରୁଥିଲେ, ଏହି ସମୟ ରେ ED ଟିମ ମାଡି ବସିଥିଲା l

ED ଅଧିକାରୀ ଙ୍କ ମତ ଅନୁସାରେ କୃଷ୍ନା ସାହା ଖସି ପଳାଇ ଯାଉଥିବା ସମୟ ରେ ତାଙ୍କ ଘର ନିକଟରେ ଥିବା ବିଲ ରୁ ED ଟିମ ଅଧିକାରୀ ମାଡି ବସିଥିଲେ l ରେଡ ସମୟ ରେ ବିଧାୟକ ପ୍ରମାଣ ନଷ୍ଟ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ, ଏବଂ ନିଜ ମୋବାଇଲ ଫୋନ ଘର ନିକଟରେ ଥିବା ପୋଖରୀ ରେ ଫୋପାଡ଼ି ଦେଇଥିଲେ, କଠିନ ଚେଷ୍ଟା ପରେ ସେଠାରୁ ଅତି କଷ୍ଟରେ ୨ଟି ଯାକ ମୋବାଇଲ ଫୋନ ଜବତ ହୋଇଛି l ବର୍ତମାନ ଫୋନ ଦୁଇଟିକୁ ଫୋରେନସିକ ଯାଞ୍ଚ ପାଇଁ ପଠାଯାଇଛି l

ଅଧିକାରୀ ଙ୍କ ମତରେ ଏହି ରେଡ ବୀରଭୂମ ଜିଲ୍ଲାର ଜଣେ ବ୍ୟକ୍ତିଙ୍କ ମିଳିଥିବା ତଥ୍ୟ ଆଧାରରେ କରାଯାଇ ଥିଲା l ଯେଉଁଥିରେ କଥିତ ଭାବରେ ସେ ଲାଞ୍ଚ ନେବା ବିଷୟରେ କୁହାଯାଇଥିଲା l ଉକ୍ତ ବ୍ୟକ୍ତି ED ଟିମ ସହିତ ବିଧାୟକ ଙ୍କ ଘରେ ମଧ୍ୟ ପହଞ୍ଚିଥିଲା l ବିଧାୟକ ଙ୍କୁ ଲଗାତାର ପଚରାଉଚରା ଜାରି ରହିଛି l

Leave A Reply