Odisha news

ଲର୍ବିଙ୍ଗ ଫାର୍ମ ହସ୍ତାକ୍ଷର ଦ୍ୱାରା ଆମେରିକା କୋହଳ କରିବକି ଭାରତ ଉପରୁ ଟେରୀଫ

0

ୱାସିଂଟନ ରେ ଭାରତୀୟ ଦୂତାବାସ ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଟେରୀଫ ଲଗାଇବାର କିଛିଦିନ ପୂର୍ବରୁ ଫେଡରଲ ଲବିଙ୍ଗ, ମିଡ଼ିଆ ରିଲେସନ, ଡିଜିଟାଲ ଏଡିଟ , ସୋସିଆଲ ମିଡ଼ିଆ ସ୍ଟ୍ରାଟେଜୀ ଏବଂ ବିଜ୍ଞାପନ ଭଳି ରଣନୀତିକ ସଂଚାର ସେବା ପ୍ରଦାନ କରିବା ପାଇଁ ଗୋଟିଏ ସେକେଣ୍ଡ ଲର୍ବିଙ୍ଗ ଫାର୍ମ କୁ ନିଯୁକ୍ତି କରିଛି, ଫରେନ ଏଜେଣ୍ଟ ରେଜିଷ୍ଟ୍ରେସନ ଫାଇଲିଂସ ଅନୁସାରେ ଭାରତୀୟ ଦୂତାବାସ ମର୍କରି ପବ୍ଲିକ ଆଫେୟାର୍ସ ସହିତ ଅଗଷ୍ଟ ୧୫ ୨୦୨୫ ରୁ ୩ମାସ ପାଇଁ ୭୫ ହଜାର ଡଲାର ର ମାସିକ କଣ୍ଟ୍ରାକ୍ଟ ଉପରେ ହସ୍ତାକ୍ଷର କରିଛି l

ଏହାଦ୍ୱାରା କଣ ମିଳିବ ଲାଭ –
ଭାରତ ମରକ୍ୟୁରୀ ପବ୍ଲିକ ଆଫେୟାର୍ସ ବାଛିବା ପଛରେ ରହିଛି ଅନେକ କାରଣ, ପ୍ରଥମଟି ହେଲା ଟ୍ରମ୍ପ ପ୍ରଶାସନ ର ଅନେକ ପୂର୍ବ ଅଧିକାରୀ ଏଠାରେ କାମ କରିସାରିଛନ୍ତି l ଉଦାହରଣ ସ୍ୱରୂପ ସିୟୁଜି ବାଇଲସ ଯିଏକି ଟ୍ରମ୍ପ ପ୍ରଶାସନ ସମୟରେ ହ୍ୱାଇଟ ହାଉସ ର ମୁଖ୍ୟ ଅଧିକାରୀ ରହିସାରିଛନ୍ତି, ଏବଂ ଟ୍ରମ୍ପ ଙ୍କର ମଧ୍ୟ ଖୁବ ନିକଟତର ଅଟନ୍ତି, ଏବଂ ମାର୍କିୟୁରୀ ର ୱାସିଂଟନ ଏବଂ ଫ୍ଲୋରିଡ଼ା ଅଫିସ ର ପ୍ରମୁଖ ଅଟନ୍ତି l ଟ୍ରମ୍ପ ହ୍ୱାଇଟ ହାଉସ କୁ ଫେରିବା ପରେ ମାର୍କିୟୁରୀ କୁ ଅନେକ ଦେଶରେ ହାୟର କରିଛନ୍ତି, ଯେଉଁଥିରେ ଡେ଼ନମାର୍କ , ଇକୱାଡର , ଆର୍ମିନିୟା ଏବଂ ସାଉଥ କୋରିଆ ସାମିଲ ରହିଛି l

କଣ ରହିଛି ଭାରତର ଅନ୍ୟ ଲର୍ବିଙ୍ଗ ଫାର୍ମ –
ମାର୍କିୟୁରୀ ଭାରତର ପ୍ରଥମ ଲର୍ବିଙ୍ଗ ଫାର୍ମ ନୁହେଁ, ଏହା ବ୍ୟତୀତ ଭାରତର ବର୍ତମାନ ର ସ୍ଥିତି ରେ ଡୀଲ ସହିତ LIC ମଧ୍ୟ ଜଡିତ, ଏହି ଫାର୍ମ ବାର୍ଷିକ ୧.୮ ମିଲିୟନ ଡଲାର ର କଣ୍ଟ୍ରାକ୍ଟ ଉପରେ କାମ କରୁଛି, ଭାରତର ରଣନୀତି ଅଧିକ ଟାର୍ଗେଟେଡ ଅଟେ ଏବଂ ଏଥିରେ ପାଖାପାଖି ୨୦୦ ହଜାର ଡଲାର ଖର୍ଚ୍ଚ ହୋଇଥାଏ, ଭାରତ ମୁଖ୍ୟ ଭାବରେ ଅନୁଭବୀ ରାଜନୀତିକ ଉପଦେଷ୍ଟା ଏବଂ ପୁରୁଣା ଫାର୍ମ ଉପରେ ନିର୍ଭର ଅଟେ l

IEC 2 years
Leave A Reply