Odisha news

ବ୍ଳକସ୍ତରୀୟ ଶିଶୁ ସୁରକ୍ଷା କର୍ମଶାଳା ଅନୁଷ୍ଠିତ

0

ତିହିଡି (ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ସଭାଗୃହରେ ଶୁକ୍ରବାର ଦିନ ବ୍ଲକସ୍ତରୀୟ ଶିଶୁ ସୁରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଡିଓ ନିରଞ୍ଜନ ବାରିକ ଏହି କର୍ମଶାଳାକୁ ଉଦଘାଟନ କରଥିବା ବେଳେ ସଂଯୋଗର ସଂପାଦିକା ରିନି ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କଟକର ସ୍ୱେଚ୍ଛାସେବୀ ସଙ୍ଗଠନ ‘ସଂଯୋଗ’ ଓ ଜିଲ୍ଲା ଶିଶୁ ସୁରକ୍ଷା କମିଟିର ମିଳିତ ସହଯୋଗରେ ଏହି ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ସିଡିପିଓ ବାସନ୍ତୀ ନାୟକ, ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଞ୍ଜନ ରାଉତ, ବିଇଓ ସୂର୍ଯ୍ୟଶିଖା ମହାନ୍ତି, ମେଡିକାଲ ଅଫିସର ଶୁଭକାନ୍ତ ଓଝା ପ୍ରମୁଖ ଯୋଗ ଦେଇଥିଲେ । ୟୁନିସେଫର କନ୍ସଲଟାଣ୍ଟମଧୁମିତା ଦାସ ଶିଶୁ ସୁରକ୍ଷା କ୍ଷେତ୍ରରେ ବ୍ଳକ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ସଦସ୍ୟ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ସଂଯୋଗର ଜୋନାଲ ପ୍ରକଳ୍ପ ଫେସିଲଟେଟର ରୂପାଲୀ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂଯୋଗର ପ୍ରୋଜେକ୍ଟ ଡାଇରେକ୍ଟର ପ୍ରଶାନ୍ତ କୁମାର ପାଲଟାସିଂହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଗ୍ରାମଞ୍ଚଳରେ ବାଲ୍ୟ ବିବାହ ନିରାକରଣ, ଶିଶୁ ଶ୍ରମିକ ଚାଲାଣ ରୋକିବା ଓ ଅଧାରୁ ପାଠ ଛାଡୁଥିବା ଶିଶୁ ମାନଙ୍କୁ ଚିହ୍ନଟ କରି ପୁଣି ବିଦ୍ୟାଳୟ ମୁହାଁ କରାଇବା ଦିଗରେ ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟି ଓ ବ୍ଲକସ୍ତରୀୟ ଶିଶୁ ସୁରକ୍ଷା କମିଟିର ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂକ୍ରାନ୍ତରେ କର୍ମଶାଳାରେ ଆଲୋଚନା ହୋଇଥିଲା । ବ୍ଲକସ୍ତରୀୟ ଶିଶୁ ସୁରକ୍ଷା କମିଟିର ସଦସ୍ୟା ରଞ୍ଜୁଲତା ଗାହାଣ ଧନ୍ୟବାଦ ଦେଇଥିଲେ । ଏହି କର୍ମଶାଳାରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ମାନେ ଉପସ୍ଥିତ ଥିଲେ ।

Leave A Reply