Odisha news

ଲିଆଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ                               

0

ନୂଆପଡ଼ା – ୪/୪ (ସବ୍ୟୁ) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଲିଆଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି। ଉପରୋକ୍ତ ଉତ୍ସବ ରେ ମୁଖ୍ୟଅତିଥି ରୁପେ ଉକ୍ତ ବିଦ୍ୟାଳୟ ର ପ୍ରତିଷ୍ଠାତା ବାଳ କୃଷ୍ଣ ପଣ୍ଡା, ସମ୍ମାନୀତ ଅତିଥି ରୂପେ ମାଖାପଦର୍ ପଞ୍ଚାୟତ ସରପଞ୍ଚ ଶ୍ରୀମତି ରତ୍ନେ ତାଣ୍ଡି, ପୂର୍ବତନ ସରପଞ୍ଚ ବଳ ଦେବ ମାଝି, ସିଆରସିସି ରମାକାନ୍ତ ମେହର ବିଦ୍ୟାଳୟ ପରିଚାଳନା କମିଟି ସୁରଭି କେତକୀ ଓ ମୁଖ୍ୟ ବକ୍ତା ରୂପେ ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ମଞ୍ଚାସିନ ଥିଲେ। ଆମ ସଂସ୍କୃତି ଆମ ଖେଳନା-୨୦୨୫ ରେ  ୧୮୮ ଜଣ ଛାତ୍ରଛାତ୍ରୀ ରୁ ୧୧୦ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ସେମାନଙ୍କୁ ଏ ଅବସର ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।୨୦୨୪-୨୫ ଶିକ୍ଷା ବର୍ଷ ରେ ଶିକ୍ଷା ସମାପ୍ତ କରିଥିବା ଛାତ୍ର ଛାତ୍ରୀଙ୍କୁ ଏ ଅବସର ରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ। ଶିକ୍ଷତ୍ରୀ ସସ୍ମିତା ପଣ୍ଡା, ଲିଲି ମେହେର, ଶିକ୍ଷକ ଦେବେନ୍ଦ୍ର ବଛା, ଡ଼ାକେଶ୍ୱର୍ ନିଆଲ , ତୁଲାରାମ ମାଝି, ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ସହଜୋଗ କରିଥିଲେ । ଶେଷ ରେ ପ୍ରଶାନ୍ତ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Nalco
Leave A Reply