ଭୁବନେଶ୍ୱର,୦୪.୦୪.୨୦୨୫ : ଆଜି ଅପରାହ୍ଣରେ ମୁଖ୍ୟ ଶାସନ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି।ବୈଠକରେ ଗତ ମାର୍ଚ୍ଚ ମାସ ୧୧ ତାରିଖରେ ଅନୁଷ୍ଠିତ ସଚିବ ସ୍ତରୀୟ ବୈଠକରେ ନିଆଯାଇଥିବା ବିଭିନ୍ନ ନିଷ୍ପତ୍ତିର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରାଯାଇଥିଲା।ଜନସାଧାରଣଙ୍କୁ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ କରିବାରେ ରାଜ୍ୟ ସରକାରଙ୍କ ଯେଉଁ ପ୍ରତିବଦ୍ଧତା ରହିଛି, ତାହାକୁ ଦୃଷ୍ଟିରେ ରଖି ବିଭାଗମାନେ ବିଭାଗୀୟ କାର୍ଯ୍ୟ ନିଷ୍ଠାର ସହ ସମ୍ପାଦନ ପାଇଁ ପ୍ରୟାସ ଜାରି ରଖିବାକୁ ମୁଖ୍ୟ ଶାସନ ସଚିବ ବୈଠକରେ ଗୁରୁତ୍ୱ ଦେଇଥିଲେ ।
ବୈଠକରେ ଆର୍ଥିକ ବର୍ଷ ୨୦୨୪-୨୫ ସୁଦ୍ଧା ବିଭିନ୍ନ ବିଭାଗର ଖର୍ଚ୍ଚ ପ୍ରତିଶତ ସମୀକ୍ଷା କରାଯାଇଥିଲା ।୨୦୨୫-୨୬ଆର୍ଥିକ ବର୍ଷରେ ବିଭିନ୍ନ ବିଭାଗ ପାଇଁ ବଜେଟ୍ ପ୍ରାବଧାନ ଅନୁସାରେ ଅର୍ଥ ବ୍ୟବହାର ସୁନିଶ୍ଚିତ କରିବା ପାଇଁ ବାର୍ଷିକ କାର୍ଯ୍ୟ ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦିଆଯାଇଛି ।ସେହିପରି ୨୦୨୪-୨୫ବର୍ଷରେ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତି ବାବଦରେ କରାଯାଇ ଥିବା ଖର୍ଚ୍ଚ ଓ ବିନିଯୋଗ ପ୍ରମାଣ ପତ୍ର ପ୍ରଦାନକୁ ଗୁରୁତ୍ୱ ଦିଆଯାଇଥିଲା ।
ବୈଠକରେ ବିକଶିତ ଭାରତପାଇଁ ବିକଶିତ ଓଡ଼ିଶା-ଭିଜନ୨୦୩୬ଓ୨୦୪୭ ପ୍ରସଙ୍ଗରେ ଆଲୋଚନା କରାଯାଇ ବିଭିନ୍ନ ବିଭାଗର ପ୍ରମୁଖ ପଦକ୍ଷେପ ସଂପର୍କରେ ଆଲୋଚନା କରାଯାଇଥିଲା।ବିଭିନ୍ନ ନିର୍ମାଣ କାର୍ଯ୍ୟ ସମ୍ବନ୍ଧରେ ସୂଚନା ଉପଲବ୍ଧି ହେବାପାଇଁ ୱାର୍କପାସବୁକ୍ ବ୍ୟବସ୍ଥା କାର୍ଯ୍ୟକାରୀ ଅଗ୍ରଗତି ସଂପର୍କରେ ଆଲୋଚନା, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ଜଳ ସମ୍ପଦ ବିଭାଗ ସହ ଯୋଗରେ ପାନୀୟ ଜଳ ଓ ଏଲ୍ଆଇ ପଏଣ୍ଟରେ ପାଇପ୍ଯୋଗେ ଜଳ ସେଚନ ବ୍ୟବସ୍ଥାର ରିଅଲ ଟାଇମ୍ମନିଟରିଂପାଇଁ ଏକ କେନ୍ଦ୍ରୀୟ ବ୍ୟବସ୍ଥା ବିକଶିତ କରିବା ପାଇଁ ନିଆଯାଇଥିବା ପଦକ୍ଷେପର ଅଗ୍ରଗତି, ଇଲେକ୍ଟ୍ରୋନିକ୍ସ ଏବଂ ଆଇ ଟି ବିଭାଗ ଦ୍ୱାରା ଅନୁସୂଚିତ ଜନଜାତି , ଅନୁ ସୂଚିତ ଜାତି ଉନ୍ନୟନ , ସଂଖ୍ୟାଲଘୁ ଓ ଅନ୍ୟାନ୍ୟ ପଛୁଆବର୍ଗ କଲ୍ୟାଣ ବିଭାଗର ଷ୍ଟାଫ୍କ୍ୱାର୍ଟର୍ସ ସମେତ ବିଦ୍ୟାଳୟ ଏବଂ ହଷ୍ଟେଲ ବିଲ୍ଡିଂର ଆସେଟ୍ମ୍ୟାନେଜମେଣ୍ଟ ପାଇଁ ଏକ ପୋର୍ଟାଲ ବିକଶିତ କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରା ଯାଇଥିଲା । ଜନଶୁଣାଣି ପ୍ରକ୍ରିୟାର ସୁବ୍ୟବସ୍ଥା,ଅଭିଯୋଗ ସମାଧାନ ପ୍ଲାଟ ଫର୍ମରରି-ଇଞ୍ଜିନିୟରିଂପୂର୍ବକଏହାରଦକ୍ଷତା, ଉପଲବ୍ଧତାଏବଂଫଳପ୍ରଦତାରେଉନ୍ନତିଆଣିବାଓପ୍ରକ୍ରିୟାକୁଅଧିକସୁବ୍ୟବସ୍ଥିତକରିବା, ଆରମ୍ଭହେବାକୁଥିବାସିଟିଜେନ୍ଫିଡବ୍ୟାକ୍ମ୍ୟାନେଜମେଣ୍ଟସିଷ୍ଟମପୋର୍ଟାଲପାଇଁପ୍ରସ୍ତୁତିସମ୍ପର୍କରେବୈଠକରେ ବିସ୍ତୃତ ଆଲୋଚନାକରାଯାଇଥିଲା।
ଓଡ଼ିଶାସରକାରଙ୍କଦ୍ୱାରାପରିଚାଳିତଜିରୋକମିଶନରାଇଡ୍ ହେଲିଂଆପ୍ “ଓଡ଼ିଶାଯାତ୍ରୀ”ବର୍ତ୍ତମାନସୁଦ୍ଧା୧.୫ଲକ୍ଷଟ୍ରିପ୍ ସଫଳତାରସହଶେଷକରିଥିବାବାଣିଜ୍ୟଓପରିବହନବିଭାଗତରଫରୁସୂଚନାଦିଆଯାଇଥିଲା।କର୍ମଚାରୀଓଅଧିକାରୀଙ୍କଦକ୍ଷତାବୃଦ୍ଧିପାଇଁକାର୍ଯ୍ୟକାରୀହୋଇଥିବାଆଇଜିଓଟି-ମିଶନ କର୍ମଯୋଗୀ ପ୍ଲାଟଫର୍ମରେଓଡ଼ିଶାରେ ୪,୧୬,୧୩୮କର୍ମଚାରୀଓଅଧିକାରୀପଂଞ୍ଜୀକୃତକରିଥିବାବେଳେସେମାନଙ୍କ ଦ୍ୱାରା ସାମଗ୍ରିକ ଭାବେ ୫,୬୪,୧୪୨ପାଠ୍ୟକ୍ରମଶେଷକରାଯାଇଛି ।ରାଜସ୍ଥାନପରେଓଡ଼ିଶାଏହିପ୍ଲାଟଫର୍ମରେସାମଗ୍ରିକଭାବେ ୨ୟସ୍ଥାନରେରହିଥିବାବୈଠକରୁଜଣାପଡିଛି।ଏହିବ୍ୟବସ୍ଥାରେପ୍ରତିକର୍ମଚାରୀମାନେବର୍ଷକୁଅନ୍ତତଃ୨୦ଘଣ୍ଟାରପ୍ରଶିକ୍ଷଣନେବେ।
ଲୋକସେବାଅଧିକାରଅଧିନିୟମଅନ୍ତଭୁକ୍ତସରକାରୀସେବାସୁବିଧାରେପାଇବାପାଇଁଦକ୍ଷତାବୃଦ୍ଧିଓସଚେତନତାଅଭିଯାନକରାଯିବାସଂପର୍କରେଯୋଜନାପ୍ରସ୍ତୁତିକରାଯାଉଛି।ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୁରଣ ପ୍ରକ୍ରିୟାକୁ ତ୍ୱରାନିତ୍ୱ କରିବା, ଭିଜିଲାନ୍ସ ମାମଲା ବା ସେପରି କୌଣସି ବିଭାଗୀୟ ମାମଲା ନଥିଲେ କର୍ମଚାରୀ ମାନଙ୍କୁ ଅବସର ଗ୍ରହଣ କରୁଥିବା ଦିନ ଚୂଡାନ୍ତ ପେନସନ ପ୍ରଦାନକୁ ସୁନିଶ୍ଚିତ କରିବା ପାଇଁ ବିଭାଗ ମାନଙ୍କୁ ଆବଶ୍ୟକ ପରାମର୍ଶ ଦିଆଯାଇ ଥିଲା।ସୁ ଶାସନ ପାଇଁ ଆଧାର ପ୍ରମାଣୀ କରଣର ଆବଶ୍ୟକତା ଏବଂ ଏହାକୁ ସୁନିଶ୍ଚିତ କରାଯିବା ସଂପର୍କରେ ଆଲୋକପାତ କରାଯାଇଥିଲା।ବିଭିନ୍ନ ବିଭାଗର ସଚିବ ତଥା ବରିଷ୍ଠ ଅଧିକାରୀ ମାନେ ପ୍ରତି ମାସରେ ଜିଲ୍ଲା ଗସ୍ତକରି ସରକାରଙ୍କୁ ବିବରଣୀ ପ୍ରଦାନ ଉପରେ ଉନ୍ନୟନ କମିଶନର ଗୁରୁତ୍ୱ ଦେଇଥିଲେ ।
ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମାଙ୍କ ସମେତ ଅନ୍ୟ ସମସ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
