Odisha news

ସଂସଦ ରେ ବକଫ ବୋର୍ଡ ସଂଶୋଧନ ବିଲ ପାରିତ, କଣ ରହିଲା ନୂଆ ନିୟମ

0

ରାଜ୍ୟସଭା ବକଫ ବୋର୍ଡ ରେ ପାରଦର୍ଶିତା ବଢାଇବା ସହିତ ଅନେକ ମହତ୍ଵପୁର୍ଣ ପ୍ରାବଧାନ ବକଫ ସଂଶୋଧନ ବିଧେୟକ, ୨୦୨୫  ଲମ୍ବା ଆଲୋଚନା ଭିଡ଼ାଭିଡ଼ି ପରେ ୧୨୮ ଭୋଟ ର ବହୁମତରେ ପାରିତ ହୋଇଥିଲା l ଏହି ବିଧେୟକ କୁ ନେଇ ସରକାର ଘୋଷଣା କରିଛନ୍ତି ଯେ ଏହି କାରଣରୁ ଦେଶରେ ମୁସଲମାନ ମାନଙ୍କର ସ୍ଥିତି ସୁଧାର ରେ ସାହାଯ୍ୟ ମିଳିବ l

ଏହା ସହିତ ସଂସଦ ବକଫ ବିଧେୟକ ୨୦୨୫ ଓ ମୁସଲମାନ ବକଫ ବିଧେୟକ , ୨୦୨୪ କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି, ଲୋକସଭା ପକ୍ଷରୁ ବୁଧବାର ଦିନ ରାତି ପ୍ରାୟ ୨ଟା ପର୍ଯ୍ୟନ୍ତ ପାରିତ କରାଯାଇଥିଲା, ଏବଂ ଉଚ୍ଚ ସଦନ ପକ୍ଷରୁ ବିପକ୍ଷ ପକ୍ଷରୁ ଅଣାଯାଇଥିବା ଅନେକ ସଂଶୋଧନ କୁ ଖାରଜ କରାଯାଇଥିଲା l

ରାଜ୍ୟସଭା ରେ ବକଫ ବିଧେୟକ କୁ ନେଇ ୧୩ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା –
ବିଧେୟକ କୁ ନେଇ ୧୩ ଘଣ୍ଟାରୁ ଅଧିକ ହୋଇଥିବା ଚର୍ଚା ର ଜବାବ ଦେଇ ଅଳ୍ପସଂଖ୍ୟକ ମାମଲା କୁ ନେଇ ମନ୍ତ୍ରୀ କିରନ ରୀଯଜୁ କହିଛନ୍ତି ୨୦୦୬ ରେ ୪.୯ ଲକ୍ଷ ବକଫ ସମ୍ପତି ଦେଶରେ ଥିଲା ଓ ଏବଂ ଏହାର ସମୁଦାୟ ଆୟ ମାତ୍ର ୧୬୩ କୋଟି ଟଙ୍କା ଥିଲା l

ବକଫ ବିଧେୟକ କୁ ନେଇ ବିଭିନ୍ନ ଭ୍ରାନ୍ତି ସୃଷ୍ଟି ପୂର୍ବରୁ କରାଯାଉଥିଲା l  କିନ୍ତୁ ବର୍ତମାନ ସେଭଳି ସରକାର ଙ୍କ ପକ୍ଷରୁ ବିଧେୟକ କୁ ନେଇ ଅନେକ ପରିବର୍ତ୍ତନ କରାଯାଇଛି l ଏଥିରେ ବର୍ତମାନ ଜିଲ୍ଲା ଅଧିକାରୀ ଙ୍କ ଠାରୁ ନେଇ ଅନେକ ବକଫ ଅଧିକାରୀ ଙ୍କର ଘୋଷଣା ହୋଇଛି l  ଅଳ୍ପସଂଖ୍ୟକ ଙ୍କୁ ନେଇ ମନ୍ତ୍ରୀ କିରଣ ରୀଯଜୁ କହିଛନ୍ତି ଦେଶରେ ଅନେକ ମୁସଲମାନ ଗରିବ ଶ୍ରେଣୀ ର, ତେଣୁ ସେମାନଙ୍କ ପ୍ରତି ବିଶେଷ ଦୃଷ୍ଟି ଦେବ ବକଫ ବୋର୍ଡ l

ରାଜ୍ୟ ବକଫ ବୋର୍ଡ ରେ କିଏ ହେବେ ସଦସ୍ୟ –
କିରନ ରୀଯଜୁ କହିଛନ୍ତି ରାଜ୍ୟ ବକଫ ବୋର୍ଡ ରେ ୧୧ ଜଣ ସଦସ୍ୟ ରହିବେ,ଏମାନଙ୍କ ମଧ୍ୟରେ ୩ଜଣ ସଦସ୍ୟ ରୁ ଅଧିକ ମୁସଲମାନ ରହିବେ ନାହିଁ l ବୋର୍ଡ ରେ ଜଣେ ଅଧକ୍ଷ ରହିବେ , ଜଣେ ସାଂସଦ, ଜଣେ ବିଧାୟକ, ଚାରିଜଣ ମୁସଲମାନ ସମୁଦାୟ ସଦସ୍ୟ, ବାର କାଉନ୍ସିଲ ଜଣେ ସଦସ୍ୟ, ଏବଂ ରାଜ୍ୟ ସରକାର ଙ୍କ ସଂଯୁକ୍ତ ସଚିବ ସାମିଲ ରହିବେ l

Leave A Reply