ନୂଆପଡ଼ା ୨୭/୨ -(ସୁରେନ୍ଦ୍ର ତିୱାରୀ) କୋମନା ବ୍ଲକ ଅନ୍ତର୍ଗତ କୁରେଶ୍ୱର ଗ୍ରାମପଞ୍ଚାୟତ ସରପଞ୍ଚ ବିଜୟଲକ୍ଷ୍ମୀ ବରାଳ ଙ୍କୁ ଓଡିଶା ସରକାର ଙ୍କ ପଂଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଦ୍ୱାରା ନିଳମ୍ବିତ କରାଯାଇଛି।ନୂଆପଡା ଜିଲ୍ଲାପାଳ ଙ୍କ ରିପୋର୍ଟ ଆଧାର ରେ ସେ ପଂଚାୟତ ନିର୍ବାହୀ ଅଧିକାରୀ ଙ୍କ ସହ ମିଶି ଗ୍ରାମପଞ୍ଚାୟତ କୁ ରାଜ୍ୟ ଓ କେନ୍ଦ୍ର ଅର୍ଥ ଆୟୋଗ ଅନୁଦାନ ପାଣ୍ଠି ରୁ କାମ ନ କରି ସାତଟି ପ୍ରକଳ୍ପ ନାମରେ ଟ ୭୬୧୮୮୧/-ଟଙ୍କା ଆତ୍ମସାତ ରେ ସମ୍ପୃକ୍ତି ଅଭିଯୋଗ ର ବିଚାର କରି ଗ୍ରାମପଞ୍ଚାୟତ ଆଇନ ଅନୁଯାୟୀ ସରପଞ୍ଚ ପଦ ରୁ ନିଳମ୍ବିତ କରିଥିବା ଜଣାପଡିଛି। ପୂର୍ବରୁ ଜିଲ୍ଲାପାଳ ସମ୍ପୃକ୍ତ ନିର୍ବାହୀ ଅଧିକାରୀ ବରୁଣ ଦାସ ଙ୍କୁ ନିଲମ୍ବନ କରି ସାରିଥିବାବେଳେ ସରପଞ୍ଚ ଙ୍କ ଦୁଇ ପୁଅ ଘୁଚାଗୁଡା ପଂଚାୟତ ନିର୍ବାହୀ ଅଧିକାରୀ ସତ୍ୟବ୍ରତ ଓ ଉତ୍ତମ ଙ୍କୁ ଏହି ଦୁର୍ନୀତି ରେ ସମ୍ପୃକ୍ତି ଅଭିଯୋଗ ରେ ଦୁର୍ନୀତି ନିବାରଣ ବିଭାଗ ଗିରଫ କରିସାରିଛି।