Odisha news

ଉତ୍କର୍ଷ ଓଡିଶା : ଓଡ଼ିଶାର ଯୁବପିଢ଼ିଙ୍କ ଭାଗ୍ୟ କେତେ ସଜାଡ଼ିବ , କଣ କହିଲେ ପ୍ରଧାନମନ୍ତ୍ରୀ ମୋଦୀ ?

0

By suvendra Pattanaik : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଉତ୍କର୍ଷ ଓଡିଶା ‘ ମଙ୍ଗଳବାର ୨୮ ଜାନୁଆରୀ ରେ ଭୁବନେଶ୍ୱର ଜନତା ମୈଦାନ ରେ ଉଦ୍ଘାଟନ କରିଛନ୍ତି, ଏହା ଓଡ଼ିଶାର ଗୋଟିଏ ବଡ଼ ବିଜନେସ ସମିଟ ର ସ୍ଥାନ ପାଇଛି, ମୋଦୀ ନିଜ ଭାଷଣରେ କହିଥିଲେ ଯେ ପୂର୍ଵ ଅପେକ୍ଷା ଅଧିକ ନିବେଶକ ଏହି ସମିଟ ରେ ଅଂଶ ଗ୍ରହଣ କରିଛନ୍ତି, ସେଥିପାଇଁ ମୁଁ ଓଡିଶା ସରକାର ଓ ଓଡିଶା ବାସୀ ଙ୍କୁ ଧନ୍ୟବାଦ ଦେଉଛି, ମୁଁ ପୂର୍ବ ଭାରତ କୁ ଦେଶର ବିକାଶ ର ମୂଳ ବୋଲି ଭାବୁଛି ଏବଂ ଏଥିରେ ଓଡ଼ିଶାର ବଡ଼ ଯୋଗଦାନ ରହିଛି , ପୂର୍ବରୁ ପୂର୍ବ ଭାରତ ଥିଲା ଇଣ୍ଡଷ୍ଟ୍ରି ର ପେଣ୍ଠ ସ୍ତଳୀ , ଏହି ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ ଦ୍ୱାରା ଆଶା କରାଯାଉଛି ଯେ ଓଡ଼ିଶାରେ ପୁଞ୍ଜି ନିବେଶ ବଢିବ ଏବଂ ଅଧିକ ସଶକ୍ତ ଓଡିଶା ହେବ l

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଆଜି ଭାରତ ର ଫୋକସ ରହିଛି ଓଡିଶା ସହିତ ସଂଲଗ୍ନ ହୋଇ ଭାରତର ଉତଥାନ l ସେଥିପାଇଁ ଓଡ଼ିଶାର  ପ୍ରାକୃତିକ ସୌନ୍ଦର୍ଯ୍ୟ ଖୁବ ସାହାଯ୍ୟ କରିବ l ଭାରତକୁ ଗୋଟିଏ ସଶକ୍ତ ସପ୍ଲାଇ ଚେନ କରିବାକୁ ପଡିବ l କାହିଁକି ନା ଏହି ଦ୍ରୁତ ଗତିରେ ବଢୁଥିବା ବିଶ୍ୱରେ ଆମକୁ ଗ୍ଲୋବାଲ ସପ୍ଲାଇ ଚେନ ସହିତ ଜଡିତ ହେବାକୁ ପଡିବ l ତେଣୁକରି ଆପଣ ମାନେ ଯେକୌଣସି ମାଧ୍ୟମ ଯେପରିକି msme ସାହାଯ୍ୟରେ ହେଉ ପଛେ ଜଡିତ ରହିବା ଜରୁରୀ l

ଉତ୍କର୍ଷ ଓଡିଶା ସମୃଧ ଓଡିଶା ପାଇଁ ଗୋଟିଏ ବଡ଼ ରାସ୍ତା ହେବ ବୋଲି ପ୍ରଧାମନ୍ତ୍ରୀ ମୋଦୀ କହିଛନ୍ତି l ଏହି କାର୍ଯ୍ୟକ୍ରମ ରେ ଭାରତର ବଡ଼ ବଡ଼ ଉଦ୍ୟୋଗପତି ମଧ୍ୟ ଭାଗ ନେଇଛନ୍ତି l ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ରେ ଏହି କାର୍ଯ୍ୟକ୍ରମ ଦୁଇଦିନ ଅନୁଷ୍ଠିତ ହେବ l କାର୍ଯ୍ୟକ୍ରମ ଆରମ୍ଭ ରେ ମୁଖ୍ୟମନ୍ତ୍ରୀ ନିଜ ସମ୍ଭାଷଣ ରେ ଗୋଟିଏ ନୂଆ ଓଡ଼ିଶାର ଆଶା ରଖିଛନ୍ତି ବୋଲି କହିଥିଲେ l

Leave A Reply