Odisha news

ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଭାରତ ସରକାରଙ୍କ ଦ୍ୱାରା ନେସନାଲ କ୍ୱାଲିଟି ଏସ୍ୟୁରେନ୍ସ ଷ୍ଟାଣ୍ଡର୍ଡ  ମାନ୍ୟତା ପାଇଲା

0
ନୂଆପଡ଼ା- ୪/୧ (ସୁରେନ୍ଦ୍ର ତିୱାରୀ) : ନୂଆପଡ଼ା ଜିଲ୍ଲାର ଚାରି ଗୋଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ଵାସ୍ଥ୍ୟ ଉପ କେନ୍ଦ୍ର ଭାରତ ସରକାରଙ୍କ ଦ୍ୱାରା ସମ୍ମାନ ଜନକ ନେସନାଲ କ୍ୱାଲିଟି ଏସ୍ୟୁରେନ୍ସ ଷ୍ଟାଣ୍ଡର୍ଡ (ଏନ. କ୍ୟୁ.ଏ.ଏସ.) ମାନ୍ୟତା ଲାଭ କରିଛି l ଏଗୁଡ଼ିକ ହେଲେ ସ୍ଵାସ୍ଥ୍ୟ ଉପ କେନ୍ଦ୍ର ଗୋତମା, ପର୍ କୋଡ଼ ନୂଆପଡ଼ା ବ୍ଲକ୍ ଏଵଂ ଅଗ୍ରେନ୍ ଓ ଉଦ୍ୟାନ ବନ୍ଧ କୋମନା ବ୍ଲକ୍ l  ଆଗରୁ ମଧ୍ୟ ତିନୋଟି ସ୍ଵାସ୍ଥ୍ୟ ଉପ କେନ୍ଦ୍ର ଟାନୱଟ, ସାରାବଙ୍ଗ ଓ  ଆମସେନା ଏହି ମର୍ଯ୍ୟାଦା ପାଇଛନ୍ତି । କେନ୍ଦ୍ର ସରକାର ଙ୍କ ଦ୍ଵାରା ପୁର୍ବରୁ ୩ ଗୋଟି ଓ ଚଳିତ ବର୍ଷ ଚାରି ଗୋଟି ଆୟୁଷ୍ମାନ ଆରୋଗ୍ୟ ଉପ କେନ୍ଦ୍ର ଯୋଗ୍ୟ ବିବେଚିତ ହୋଇ ଥିବାରୁ ଏହାର ଶ୍ରେୟ ଜିଲ୍ଲାପାଳଙ୍କ ନିରନ୍ତର ସମୀକ୍ଷା, ପ୍ରେରଣା, ଉତ୍ସାହ ଓ ପୃଷ୍ଠପୋଷକତା ଯୋଗୁଁ ସମ୍ଭବ ହୋଇ ପାରିଛି ବୋଲି ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଦିଲ୍ଲିପ ଦୁବେ ପ୍ରକାଶ କରିଛନ୍ତି l ଏହି ସଫଳତା ପାଇଁ  ଜିଲ୍ଲାପାଳ ମଧୁସୂଦନ ଦାଶ ଗୋଷ୍ଠୀ ସ୍ତରୀୟ ଓ ଜିଲ୍ଲାସ୍ତରୀୟ ସ୍ଵାସ୍ଥ୍ୟ କର୍ମଚାରୀ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ଅଭିନନ୍ଦନ ଜଣାଇ ଏହି ପ୍ରଚେଷ୍ଟା ଜାରି ରଖିବା ପାଇଁ ଆହ୍ଵାନ ଦେଇଛନ୍ତି l
Leave A Reply