Odisha news

ଦରଲିମୁଣ୍ଡା ମଣ୍ଡି ଦ୍ବାରା ମାଣ୍ଡିଆ କ୍ରୟର ଶୁଭାରମ୍ଭ

0
ନୂଆପଡ଼ା – ୪/୧ (ସୁରେନ୍ଦ୍ର ତିୱାରୀ) : ଚଳିତ ବର୍ଷ ୨୦୨୪-୨୫ ରେ ନୂଆପଡ଼ା ଜିଲ୍ଲାର ସମସ୍ତ ମାଣ୍ଡିଆ ଚାଷୀଙ୍କ ଠାରୁ ଓଡ଼ିଶା ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ କ୍ଵିଣ୍ଟାଲ ପିଛା ସର୍ବନିମ୍ନ ୪୫୦୦ ଟଙ୍କା ମୂଲ୍ୟରେ  ମଣ୍ଡି ମାଧ୍ୟମରେ ମାଣ୍ଡିଆ କ୍ରୟ କରାଯିବ l ଏଥି ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ (ରେଭେନ୍ୟୁ)  ଭୀମସେନ ଶବର ନୂଆପଡ଼ା ବ୍ଲକ୍ ଦର୍ଲୀମୁଣ୍ଡା ମଣ୍ଡିର ଶୁଭାରମ୍ଭ କରିଛନ୍ତି ।ନୂଆପଡ଼ା ଜିଲ୍ଲାର ୫ ଟି ବ୍ଲକର ୩୫ ଟି ମଣ୍ଡି ରେ ମାଣ୍ଡିଆ କ୍ରୟ ବ୍ୟବସ୍ଥା କରାଯାଇଛି lଉକ୍ତ କାର୍ଯ୍ୟକ୍ରମ ରେ ଡେପୁଟି କଲେକ୍ଟର ଡଃ ସବ୍ୟସାଚୀ ସାହୁ, ବ୍ଲକ କୃଷି ଅଧିକାରୀ ନୂଆପଡ଼ା ସତ୍ୟ ଭୂଷଣ ନାଗ,  ଶାଖା ପରିଚାଳକ ଟି. ଡି.ସି.ସି  ନୂଆପଡ଼ା କୌଶଲ୍ୟା ମାଝୀ,  ଶ୍ରୀ ଅନ୍ନ ଅଭିଯାନ ସ୍କିମ୍ ଅଫିସର୍ ବର୍ଷା ଆଜାଦ୍, ଡିଲିଂ ଆସିଷ୍ଟାଣ୍ଟ, ଜିଲ୍ଲା ସଂଯୋଜକ , ଶ୍ରୀ ଅନ୍ନ ଅଭିଯାନରେ କାର୍ଯ୍ୟରତ ଥିବା ସହଯୋଗୀ ସଂସ୍ଥା ଏବଂ ସମସ୍ତ ଚାଷୀ , ମହିଳା ଚାଷୀ ପ୍ରମୁଖ ଉପସ୍ଥିତ ଥିଲେ।
Leave A Reply