Odisha news

ଆନ୍ତ ମହାବିଦ୍ୟାଳୟ ଭଲିବଲ୍ ପ୍ରତିଯୋଗିତା ଉଦ୍ଘାଟିତ

0
ନୂଆପଡ଼ା- ୩/୧ (ସୁରେନ୍ଦ୍ର ତିୱାରୀ) : ଆଜି ନୂଆପଡ଼ା ମହାମାୟା ମହାବିଦ୍ୟାଳୟରେ ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଆନୁକୂଲ୍ୟରେ ଆନ୍ତ ମହାବିଦ୍ୟାଳୟ ଭଲିବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି l ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ମୂଖ୍ୟ ଅତିଥି ଭାବରେ ଟୁର୍ନାମେଣ୍ଟ କୁ ଉଦ୍ଘାଟନ କରି କ୍ରୀଡ଼ାବିତ୍ ତଥା ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେl ଉଦ୍ଘାଟନୀ ସଭାରେ ଅନୁଷ୍ଠାନ ନିର୍ଦ୍ଦେଶକ ଟଙ୍କଧର ସାହୁ ସଭାପତି ଏଵଂ ସମ୍ମାନୀତ ଅତିଥି ଭାବରେ ଅଧ୍ୟକ୍ଷା ସାଗରିକା ପ୍ରଧାନ ଓ ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼େଇ  ଯୋଗ ଦେଇଥିଲେ l  ଦୁଇଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ 21 ଟି ଦଳ ଅଂଶ ଗ୍ରହଣ କରିବେ l ଆଜିକାର ମେଚ ରେ କ୍ୱାଟର ଫାଇନାଲ ରେ   ସାନଚେର ଗାଁ କଲେଜ୍, ମହାମାୟା କଲେଜ୍, ମା ମାଣିକେଶ୍ଵରୀ ବିଶ୍ୱ ବିଦ୍ୟାଳୟ ଖେଳି ଥିବା ବେଳେ  କୋକସରା ମହାବିଦ୍ୟାଳୟ ସେମିଫାଇନାଲ କୁ ଉତ୍ତୀର୍ଣ୍ଣ ହୋଇଛି l ପ୍ରକାଶ ସାହୁ କ୍ରୀଡ଼ା ଅଧ୍ୟାପକ ନେସନାଲ କଲେଜ୍, ଏମ୍ କୁମାର୍ ଖର୍ସେଲ, ପରୀକ୍ଷିତ ଖର୍ସେଲ, ଚନ୍ଦ୍ର ମୋହନ ବିଶ୍ବାଳ, ମଳୟ କୁମାର ବିଶ୍ବାଳ ପ୍ରମୂଖ
ମେଚ ପରିଚାଳନା ରେ ସହଯୋଗ କରିଥିଲେ l
Leave A Reply