Odisha news

ମଣିଷ ନିଜ ଦରିଦ୍ରତା ପାଇଁ ନିଜେ ଦାୟୀ : ଗରୁଡ଼ ପୁରାଣ  

0

ଗରୁଡ଼ ପୁରାଣ ଅନୁସାରେ ମଣିଷ ର ପ୍ରତ୍ୟେକ ଅସୁବିଧାର କାରଣ ସିଏ ନିଜେ ହିଁ ହୋଇଥାଏ l ଏପରିକି ତାର ଉନ୍ନତିର ବାଧକ ମଧ୍ୟ ସିଏ ନିଜେ ସାଜିଥାଏ l ଯେପରିକି ରୋଗ ରେ ଖର୍ଚ୍ଚ ଠାରୁ ନେଇ ବିବାହ କାର୍ଯ୍ୟରେ ବିଳମ୍ବତା ମଧ୍ୟ ତାର ନିଜ ଘରେ ଲୁଚି ରହିଥାଏ l ଆସନ୍ତୁ ଶାସ୍ତ୍ର ଅନୁସାରେ ଜାଣିବା ଘରର କେଉଁ କେଉଁ ଜିନିଷ ଓ ମଣିଷ ର କେଉଁସବୁ ଭୁଲ ତାର ଦରିଦ୍ରତା ର କାରଣ ହୋଇଥାଏ l

* ଘରେ ଯଦି ଅଧିକ ଅଯଥାରେ ପାଣି ନଷ୍ଟ ହୋଇଥାଏ ତାହା ସମୃଦ୍ଧି ରେ ବାଧକ ସାଜିଥାଏ l ଯେପରିକି ଭଙ୍ଗା ପାଇପ, ଭଙ୍ଗା ବାସନ, ଫଟା କାଚ ଇତ୍ୟାଦି l
ଉପାୟ – ପ୍ରଥମେ ପାଣି ନଷ୍ଟ ପ୍ରତି ଧ୍ୟାନ ଦିଅନ୍ତୁ l ଭଙ୍ଗା ଭଙ୍ଗି ଜିନିଷ କୁ ତୁରନ୍ତ ଘରୁ ବାହାର କରି ଫିଙ୍ଗନ୍ତୁ l ନିଜ ରୋଜଗାର କିଛି ଅଂଶ ଦାନ କରନ୍ତୁ l

* ଘରେ ସର୍ବଦା କଳହ ଓ କ୍ଳେଶ ଲାଗି ରହିବା, ଲୋକ ଙ୍କ ସହିତ ଅକାରଣେ ଝଗଡା ହେବା, ମହିଳାଙ୍କୁ ପ୍ରତାଡ଼ିତ ଓ ଅସମ୍ମାନ କରୁଥିବା ବ୍ୟକ୍ତିର କଦାପି ଉନ୍ନତି ହୋଇ ନଥାଏ l
ଉପାୟ – ଘରେ ଯଥା ଶକ୍ତି ଶାନ୍ତି ରଖନ୍ତୁ, ମହିଳାଙ୍କ ସହିତ ଭଲ ବ୍ୟବହାର କରନ୍ତୁ, ନିୟମିତ ଭାବରେ ଗଜେନ୍ଦ୍ରମୋକ୍ଷ  ର ପାଠ କରନ୍ତୁ l ଘରେ ମାଂସ ମଦିରା ବ୍ୟବହାର କରନ୍ତୁ ନାହିଁ l

* ବିବାହରେ ବାଧା ବିଘ୍ନ ଆସୁଥିଲେ ଘରର କିଛି କାରଣ ହିଁ ଦାୟୀ ରହିଥାଏ, ଗୁରୁଜନ ଙ୍କୁ ଅସମ୍ମାନ କଦାପି କରନ୍ତୁ ନାହିଁ l
ଉପାୟ – ପ୍ରତିଦିନ ଗୁରୁଜନ ଙ୍କ ଆଶୀର୍ବାଦ ନିଅନ୍ତୁ, ଘରେ କାଠ ଜିନିଷ ର ବ୍ୟବହାର କରନ୍ତୁ, ହର -ପାର୍ବତୀ ଙ୍କୁ ପୂଜା କରନ୍ତୁ l

* ଯଦି ଘରର କାନ୍ଥ ରେ ଖରା ପଡି ନଥାଏ, ରୋଜଗାରର ଉପାୟ ଭୁଲ ରହିଥାଏ, ପୂଜା ସ୍ଥାନ ଠିକ ରହି ନଥାଏ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧା ହୋଇଥାଏ l
ଉପାୟ – ପ୍ରତିଦିନ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦିଅନ୍ତୁ, ଘରର ଶିଉଳୀ ସଫା କରନ୍ତୁ, ଘରେ ସାମୁହିକ ପୂଜା କରନ୍ତୁ l

Leave A Reply