ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବାକୁ ମକର ସଂକ୍ରାନ୍ତି କୁହାଯାଏ l ଚଳିତବର୍ଷ ଜାନୁଆରୀ ୧୪ ତାରିଖ ପ୍ରାତଃ ୭ଟା ୧୫ ମିନିଟ ରୁ ଦିନ ୧ଟା ୨୫ ମିନିଟ ମଧ୍ୟରେ ଶୁଭ ସମୟ ରହିଛି , ଏହିଦିନ ସୂର୍ଯ୍ୟ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରିବେ l ସୂର୍ଯ୍ୟ ଙ୍କର ଶନି ଙ୍କ ରାଶି ମକର ରେ ପ୍ରବେଶ କରିବା ଦ୍ୱାରା ୫ଟି ରାଶିକୁ ସୁଫଳ ମିଳିବ l
* ମେଷ ରାଶି – ଆପଣଙ୍କ ରାଶି ରେ ସୂର୍ଯ୍ୟ ପଞ୍ଚମ ଭାବର ସ୍ୱାମୀ ଓ ବର୍ତମାନ ସେ ଦଶମ ଭାବରେ ଗୋଚର କରିବେ l ଏହି ଗୋଚର ଆପଣଙ୍କ ପାଇଁ ଚମତ୍କାର ରହିବ l ଆପଣଙ୍କ ରୋଜଗାର ରେ ବୃଦ୍ଧି ହେବ l ଦାମ୍ପତ୍ୟ ଜୀବନ ଓ ପରିବାର ରେ ସୁଖ ସମୃଦ୍ଧି ର ଆଗମନ ହେବ l କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ଅନେକ ସୁବିଧା ସୁଯୋଗ ମିଳିବ l ଶରୀର ସାମାନ୍ୟ ଅସୁସ୍ଥ ରହିବ l
* ବୃଷ ରାଶି – ଆପଣଙ୍କ ରାଶି ସୂର୍ଯ୍ୟ ଚତୁର୍ଥ ଭାବର ସ୍ୱାମୀ ହୋଇ ନବମ ଭାବରେ ସ୍ଥିତ ରହିବେ l ଏହା ଆପଣଙ୍କ ଭାଗ୍ୟ କୁ ଜାଗୃତ କରିବ l କ୍ୟାରିଅର ଓ ଚାକିରୀ କ୍ଷେତ୍ରରେ ସଫଳତା ମିଳିବ l ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ l କ୍ୟାରିଅର ଓ ଚାକିରୀ ରେ ଉନ୍ନତି ହେବ l ସ୍ୱାସ୍ଥ୍ୟ ରେ ସୁଧାର ଆସିବ l
* ତୁଳା ରାଶି – ଆପଣଙ୍କ ରାଶିରେ ସୂର୍ଯ୍ୟ ଦଶମ ସ୍ଥାନ ରେ ସ୍ୱାମୀ ହୋଇ ତୃତୀୟ ସ୍ଥାନରେ ଗୋଚର କରିବେ l ଆପଣଙ୍କର ସମସ୍ତ ପ୍ରୟାସ ସଫଳ ହେବ l ଦୂର ଯାତ୍ରାର ଲାଭ ମିଳିବ l ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବ l ପାରିବାରିକ ଜୀବନ ସୁଖମୟ ହେବ l ପଇସା ରୋଜଗାର କରିବାରେ ସଫଳ ରହିବେ l ସ୍ୱାସ୍ଥ୍ୟବସ୍ଥା ଠିକ ରହିବ l
* ଧନୁ ରାଶି – ଆପଣଙ୍କ ରାଶିର ନବମ ଭାବରେ ସ୍ୱାମୀ ସୂର୍ଯ୍ୟ ଦ୍ଵିତୀୟ ସ୍ଥାନରେ ଗୋଚର ହେବେ , ଯାହା ଭାଗ୍ୟ ପାଇଁ ଶୁଭ ରହିବ l ଧନ ରୋଜଗାର ର ନୂଆ ସୁଯୋଗ ମିଳିବ l ଜୀବନ ସାଥି ଙ୍କ ସହଯୋଗ ମିଳିବ ଓ ଆପଣଙ୍କ ପାରିବାରିକ ଜୀବନ ସୁଖମୟ ହେବ l ଚାକିରୀ ଓ ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେବ l ଆପଣ ଯେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ସଫଳତା ମିଳିବ l
* ମୀନ ରାଶି – ଆପଣଙ୍କ ରାଶିରେ ସୂର୍ଯ୍ୟ ଷଷ୍ଠ ସ୍ଥାନରେ ସ୍ୱାମୀ ହୋଇ ଏକାଦଶ ସ୍ଥାନରେ ଗୋଚର କରିବେ l ଏହି ସମୟରେ ଆପଣ ସମସ୍ତ ପ୍ରୟାସ ରେ ସଫଳ ହେବେ l ଅଚାନକ ଭାବରେ ଧନ ପ୍ରାପ୍ତି ଯୋଗ ରହିଛି l ଜୀବନସାଥୀ ଙ୍କ ସହିତ ସମ୍ପର୍କ ମଧୁର ହେବ l ସ୍ୱାସ୍ଥ୍ୟ ସାମାନ୍ୟ ପ୍ରଭାବିତ ହେବ l