Odisha news

କୋଚିଙ୍ଗ ହଷ୍ଟେଲରୁ ଫେରାର ଛାତ୍ରୀ ଓ ପ୍ରେମିକ ଉଦ୍ଧାର : ବାଇକ ଜବତ

0
ନିରାକାରପୁର,୩/୯:   ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ର ଏକ ଘରୋଇ କୋଚିଙ୍ଗ ସେଣ୍ଟର ହଷ୍ଟେଲରୁ ଦୁଇ ଦିନ ତଳେ ଫେରାର ହୋଇଯାଇଥିବା ଜଣେ ନାବାଳିକା ଯୁକ୍ତ ଦୁଇ ଛାତ୍ରୀ କୁ ନିରାକାରପୁର  ପୋଲିସ ସୋମବାର ରାତିରେ ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରୁ ତାର ପ୍ରେମିକ ସହିତ ଏକ ଭଡ଼ା ଘରୁ ଉଦ୍ଧାର କରିଥିବା ଜଣାପଡିଛି। ସୂଚନାଯୋଗ୍ୟ କି ଜଂକିଆ ଥାନା ଅଂଚଳର ଜଣେ ଛାତ୍ରୀ   ତାଙ୍କ ଗ୍ରାମରେ ରହୁଥିବା ଟାଙ୍ଗୀ ଥାନା ଅଞ୍ଚଳ ର ଏକ ୨୫ ବର୍ଷ ବୟସ ଏକ ଯୁବକ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରେ ଏହାକୁ ପରିବାର ଲୋକେ ବିରୋଧ କରୁଥିଲେ। ପରେ ନାବାଳିକା ଜଣକ ଯୁକ୍ତ ଦୁଇ ପଢ଼ିବା ପାଇଁ ନିରାକାରପୁର ର ଏକ ଘରୋଇ କୋଚିଙ୍ଗ ସେଣ୍ଟର ହଷ୍ଟେଲ ରେ ରହିଥିଲା। ଏହାର ସୁଯୋଗ ନେଇ ଯୁବକ ଜଣକ ନାବାଳିକା ଛାତ୍ରୀ କୁ ଫୁସଲାଫୁସଲି   କରି ନେଇ ବ୍ରହ୍ମଗିରି ଅଞ୍ଚଳ ରେ ରଖୁଥିଲା। ଉକ୍ତ ଦୁଇ ଜଣଙ୍କୁ ପୋଲିସ ଆଣି ଆଜି ଡାକ୍ତରୀ ମାଇନା କରିଥିବା ଶୁଣିବାକୁ ମିଳିଥିବାବେଳେ ଏକ ବାଇକ ଜବତ କରିଛି।
Ad2
Leave A Reply