Odisha news

ଦୁର୍ଦ୍ଦାନ୍ତ ଦନ୍ତାକୁ ଟ୍ରାଙ୍କୁଲାଇଜ ହେଲା : ସ୍ଥାନାନ୍ତରିତ ନ ହୋଇଲା ଫେଲ ମାଇଲା ସବୁ ପ୍ରକାର ଚେଷ୍ଟା , ଲାଗିଲା ରେଡ଼ିଓ କୋଲାର 

0
ନିରାକାରପୁର,୨/୯: ସଫଳ ହେଲା  ଟ୍ରାଙ୍କୁଲାଇଜର କିନ୍ତୁ ବନ ବିଭାଗ ଫେଲ ମାରିଲା ଅନ୍ୟତ୍ର ସ୍ଥାନାନ୍ତରିତ ପ୍ରକ୍ରିୟା। ଗତ କାଲି ଖୋର୍ଦ୍ଧା ଜିଲ୍ଲା ଛଣଗିରି ପଞ୍ଚାୟତ ଅରାଙ୍ଗ ଜଙ୍ଗଲରେ ଦୁର୍ଦ୍ଦାନ୍ତ ଦନ୍ତା ହାତୀ ଥିବାବେଳେ ଟ୍ରାଙ୍କୁଲାଇଜ କରାଯାଇଥିଲା। ପରେ ଆଖିରେ ପଟି ଓ ପାଦରେ ବେଡି ପକା ଯାଇଥିଲା। ସ୍ଥାନାନ୍ତରିତ ପାଇଁ ସବୁ ପ୍ରକ୍ରିୟା ଶେଷ ହୋଇଥିଲେ ବି କ୍ରେନ ଓ ହାଇୱା  ରେଡି ଥିଲା।କିନ୍ତୁ ବର୍ଷା ପାଗ ଯୋଗୁଁ ଗାଡି ମାଟି ରେ ଦବି ଵାରୁ ହାତୀକୁ ନେବା ସମ୍ଭବ ହୋଇ ନ ଥିଲା। କେବଳ ରେଡ଼ିଓ କୋଲାର ଲଗାଇ ପକାଇ ଆସିଥିଲେ। ସକାଳୁ ଟିକେ ନିଶା ଛାଡ଼ିବାରୁ ହାତୀଟି ପଛ ଗୋଡ଼ରୁ ଚେନ୍ ଛିଡାଇ ଜଙ୍ଗଲ ରେ ଥିଲା। ଆଜି ପୁନର୍ବାର ପୁଣି ଆଉ ଥରେ ଟ୍ରାଙ୍କୁଲାଇଜ କରିବା ପରେ ହାତୀ ଟି ହାଲିଆ ହେବାର ଦେଖିବାକୁ ମିଳିଥିବା ଜଣାପଡିଛି। ତେଣୁ ଶେଷରେ ବନ ବିଭାଗ କର୍ମଚାରୀ ଆଗ ଗୋଡ଼ରୁ ଚେନ ଖୋଲି ତାକୁ ଉକ୍ତ ଜଙ୍ଗଲରେ ଛାଡ଼ି ଜଗି ରହିଥିବା ଜଣାପଡିଛି। ପ୍ରକାଶ ଥାଉ କି ଦୁର୍ଦ୍ଦାନ୍ତ ଦନ୍ତା ଆକ୍ରମଣରେ ଖୋର୍ଦ୍ଧା ଜିଲ୍ଲା ଡମଣଭୂମି ଗ୍ରାମରେ ଦୁଇ ଜଣଙ୍କ ମୃତ୍ୟୁ ପରେ ଏହି ଦନ୍ତା କୁ ଟ୍ରାଙ୍କୁଲାଇଜ କରି ଧରିବା ପାଇଁ ସବୁ ପ୍ରସ୍ତୁତି ଶେଷ ପରେ ଦୁଇ ଦିନ ଧରି ଚାଲି ଥିଲା ପ୍ରୟାସ। ଗତ ଦୁଇ ଦିନ ଧରି ଖୋରଧା ବନାଞ୍ଚଳରେ ଏହି ହାତୀ ଘୁରି ବୁଲୁଥିବା ବେଳେ ଉକ୍ତ ଅଂଚଳରେ ଟ୍ରାଙ୍କୁଲାଇଜ କରିବା ପାଇଁ ବନ ବିଭାଗ ଖୋରଧା ଡି ଏଫ୍ ଓ ଙ୍କ ନେତୃତ୍ୱରେ ଚେଷ୍ଟ।ଜାରି ରଖିଥିିଲେ। ୩୧ ତାରିଖ ରେ ହାତୀ ଟି ଭୋରୁ ଓଳସିଂହ ଅରାଙ୍ଗ ଜଙ୍ଗଲକୁ ପଳାଇ ଆସିଥିବାରୁ ୫୦ କର୍ମଚାରୀ ,ଟ୍ରାଙ୍କୁଲାଇଜ ଟିମ୍ ସହିତ କାମ ସରିଲେ କ୍ରେନ୍ ରେ ନେବା ପାଇଁ କ୍ରେନ୍ ଆସି ଅପେକ୍ଷାରେ ଥିଲା। କିନ୍ତୁ ଥରେ ପ୍ରୟାସ ହୋଇଥିଲେ ବି ତାହା ସଫଳ ହୋଇ ନ ଥିଲା। ରାତି ହୋଇଯିବା ସହିତ ହାତୀ ଜଙ୍ଗଲକୁ ପଳାଇବା ରୁ ଗତ କାଲି ପ୍ରୟାସ ସ୍ଥଗିତ ରହି ଥିଲା। ୧   ତାରିଖ ରେ ହାତୀ ଟି ଛଣଗିରି ପଞ୍ଚାୟତ ଦେଉଳି ଅରାଙ୍ଗ ଜଙ୍ଗଲରେ ହାତୀ ଥିବାବେଳେ ସକାଳୁ ହାତୀ ଟ୍ରାଙ୍କୁଲାଇଜ ଅପରେସନ ଆରମ୍ଭ ହୋଇଥିଲା।ଶେଷରେ ରାତି ସାଢ଼େ ୭ ଟା ବେଳକୁ ଟ୍ରାଙ୍କୁଲାଇଜ କରିବାରେ ବନ ବିଭାଗ ସଫଳ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଡି ଏଫ୍ ଓ , ଏଏସି ଏଫ୍, ଟାଙ୍ଗୀ ରେଞ୍ଜର ଓ ଖୋରଧା ରେଞ୍ଜର ଙ୍କ ସମେତ ନନ୍ଦନକାନନ, ବାରିପଦା, ଚନ୍ଦକା ଟ୍ରାଙ୍କୁଲାଇଜ ଟିମ୍ ସହଯୋଗ କରିଥିଲେ।
Leave A Reply