Odisha news

ରୋଗୀକୁ ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସ ରେ ଲାଗିଲା ନିଆଁ ଅଳ୍ପକେ ବର୍ତିଲେ ରୋଗୀ

0
ସାଲେପୁର :  ଆଜି ସନ୍ଧ୍ୟାରେ ସାଲେପୁରରୁ ରୋଗୀ ନେଇ ଯାଉଥିବା ଏକ ୧୦୮ ଅମ୍ବୁଲାନ୍ସ ରେ  ହଟାତ ନିଆଁ ଲାଗିଯାଇଥିଲା । ଘଟଣାରୁ ପ୍ରକାଶ ଯେ ଏକ ୧୦୮ ଅମ୍ବୁଲାନ୍ସନଂ ଓଡି ଜିରୋ ଟୁ ବି ଯେ  ୯୬୬୩ ରୋଗୀ ନେଇ କଟକ ଯାଉ ଥିବା ଅବସ୍ଥାରେ ଶିଶୁଆ ବଜ଼ାର ନିକଟରେ ହଟାତ ୧୦୮ ଆମ୍ବୁଲାନ୍ସରେ ନିଆଁ ଲାଗିଯାଇଥିଲା । ସ୍ଥାନୀୟ ଲୋକେ ପୋଲିସ ଓ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରି ଥିଲେ ।ଏହି ଆମ୍ବୁଲାନ୍ସରେ ଥିବା ରୋଗୀକୁ ଅନ୍ୟ ଏକ ଆମ୍ବୁଲାନ୍ସରେ କଟକ ପିଠାଇଥିବା ଜଣାପଡିଛି। କେଉଁ କାରଣରୁ ନିଆଁ ଲାଗିଥିଲା ତାହା ଜଣା ପଡ଼ିନାହିଁ ।
Nalco

Leave A Reply