ନୂଆପଡା- ୨୪/୮ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ନୂଆପଡ ଜିଲ୍ଲା ସିନାପାଲି ଠାରେ ଆଜି ଗଙ୍ଗାଧର ସାରସ୍ୱତ ସମିତି ଆନୁକୂଲ୍ଯରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି l ବରିଷ୍ଠ ଆଇନଜୀବୀ ବୈଶମ୍ପାୟନ ମେହେରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ସମାବେଶରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ମୁଖ୍ଯବକ୍ତା ଭାବେ ପ୍ରଫେସର ଡ. ଦାଶରଥୀ ଆଚାର୍ଯ୍ଯ ଓ ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ କବି ପଟ୍ଟାୟତ ନୀଳଲୋହିତ ସିଂଦେଓ, ବିଡ଼ିଓ ଅବିନାଶ ଲାକ୍ରା ଯୋଗ ଦେଇଥିବା ବେଳେ ସମିତିର ସଭାପତି ଯୁବ ଲେଖକ ବୈଷ୍ଣବ ମେହେର ଓ ସଂପାଦକ ତରୁଣ କୁମାର ମେହେର ମଞ୍ଚାସିନ ଥିଲେ । ଏ ଅବସରରେ କବି ଗଙ୍ଗାଧରଙ୍କ ସାହିତ୍ଯ ଓ ଜୀବନର ଅପୂର୍ବ ସମନ୍ୱୟକୁ ଦେଖିଲେ ସେ ସତ୍ଯ ଶିବ ସୁନ୍ଦରର କବି ଭାବରେ ପ୍ରତିୟମାନ ହୁଅନ୍ତି ଏବଂ ଅନ୍ଯପକ୍ଷରେ କବିଙ୍କ ଜୀବନାଦର୍ଶ ସାଂପ୍ରତିକ ସମାଜ ପାଇଁ ଅମୄତ ଓ ଆଲୋକର ବାହକ ବୋଲି ବକ୍ତାମାନେ ଏହି ଅବସରରେ ମତବ୍ଯକ୍ତ କରିଥିଲେ । ପ୍ରାରମ୍ଭରେ ରୂପେଶ ଚନ୍ଦ୍ର ମେହେର ସ୍ୱାଗତ ଓ ପରିଚୟ ପ୍ରଦାନ କରିଥିଲେ l ଏହା ପରେ କବିଙ୍କ ଫଟୋଚିତ୍ରରେ ମାଲ୍ଯାର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା l ବଂଶୀଧର ଜଗତ, ଚୂଡ଼ାମଣି ମେହେରଙ୍କ ନିର୍ଦେଶନାରେ କବିଙ୍କ ରଚିତ ଗୀତକୁ ସିନାପାଲି ହାଇସ୍କୁଲ ଛାତ୍ରୀମାନେ ସଙ୍ଗୀତରେ ପରିବେଷଣ କରିଥିଲେ l ସାରସ୍ୱତ ସମିତିର ସଭାପତି ବୈଷ୍ଣବ ମେହେରଙ୍କ ବାର୍ଷିକ ବିବରଣୀ ପଠନ ପରେ ଅତିଥିମାନେ ମୁଖପତ୍ର “ଅମୄତଗଙ୍ଗା” ଓ ତ୍ରୟୋମାସିକ ସାହିତ୍ଯ ଇ‐ପତ୍ରିକା “ସ୍ୱର୍ଣ୍ଣୋଦୟ”କୁ ଉନ୍ମୋଚନ କରିଥିଲେ । ଏହାକୁ ଲଳିତ କୁମାର ସୂନାରୀ ପରିଚାଳନା କରିଥିଲେ । ଏହି ଅବସରରେ କବି ସନାତନ ମହାନ୍ତୀ ଓ କବି ସୁଧିର ମେହେରଙ୍କୁ ସମିତି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l ସମ୍ୱର୍ଦ୍ଧନା କାର୍ଯ୍ଯକ୍ରମକୁ ଅଧ୍ଯାପକ ଧୃବଚରଣ ପଧାନ ପରିଚାଳନା କରିଥିବା ବେଳେ ପରେଶନାଥ ପାଣିଗ୍ରାହୀ ଓ ନିଲାଞ୍ଚଳ ମେହେର ମାନପତ୍ର ପାଠ କରିଥିଲେ । ସଭା ଆରମ୍ଭ ପୂର୍ବରୁ ସ୍ଥାନୀୟ ନେହେରୁ ସ୍ମୃତିମଣ୍ତପ ଠାରୁ ଅତିଥି ମାନଙ୍କୁ ଏକ ଭବ୍ଯ ଶୋଭାଯାତ୍ରା ମାଧ୍ଯମରେ ସଭାମଞ୍ଚ କୁ ଅଣାଯାଇଥିଲା । ଶେଷରେ ସଂପାଦକ ତରୁଣକୁମାର ମେହେର ସମସ୍ତଙ୍କୁ ଧନ୍ଯବାଦ ଦେଇଥିଲେ l କାର୍ଯ୍ଯକ୍ରମ ପରିଚାଳନାରେ ବିଜୟ କୁମାର ଯୋଷୀ, ଗୌତମ ମେହେର, ଗୌରାଙ୍ଗ କୁମାର ସାହୁ, ରବୀନ୍ଦ୍ର ନାଥ ଯୋଷୀ, ପ୍ରେମାନନ୍ଦ ମେହେର, ହାଡ଼ୁରାମ ମେହେର, ରାମକୃଷ୍ଣ ମେହେର, ଲୋଚନ ମେହେର, କୁମୁଦ ବନ୍ଧୁ ଯୋଷୀ, ଶିବ ପ୍ରସାଦ ମେହେର, ତ୍ରିନାଥ ମେହେର, ଆଲୋକ ମେହେର, ପ୍ରଭାତ କୁମାର ମେହେର, ବେଣୁଧର ମେହେର, ରଞ୍ଜନ ସା, ସୂରଜ ମେହେର, ହରେକୃଷ୍ଣ ମେହେର, ବୁଦ୍ଧଦେବ ମେହେର, ପ୍ରବିଣ ମେହେର, ନରସିଂହ ମେହେର, ଜୀତେନ୍ଦ୍ର ମେହେର, ଦର୍ଶନ ମେହେର, ଫଣିଂଦ୍ର ମେହେର, ହେମସାଗର ମେହେର, କାଳିଆ ମେହେର, ହିମାଂଶୁ ମେହେର, ଭୀଷ୍ମରାଜ ମେହେର, ସୋହନ ମେହେର, ଚନ୍ଦ୍ରଧ୍ୱଜ ମେହେର, ବବଲୁ ମେହେର, ତରୁଣ ମେହେର ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ଯକ୍ରମରେ ନୂଆପଡ଼ା, କଳାହାଣ୍ତି ଜିଲ୍ଲା ସମେତ ଅଞ୍ଚଳର ଶତାଧିକ ସାହିତ୍ଯ ଓ ଗଙ୍ଗାଧର ପ୍ରେମୀ ଯୋଗ ଦେଇଥିଲେ ।