Odisha news

ମାନସିକ ସ୍ଥିତି ଖରାପ ଥିଲେ ମିଳିଥାଏ କଣ ସଂକେତ ? ଆସନ୍ତୁ ଜାଣିବା

0

ଆମର କାର୍ଯ୍ୟ କଳାପ ଅନେକ ସମୟରେ ଆମର ମାନସିକ ସ୍ୱାସ୍ଥ୍ୟ କୁ ଦର୍ଶାଇ ଥାଏ, ଶାରୀରିକ ସ୍ୱାସ୍ଥ୍ୟ ଯେଭଳି ପ୍ରଭାବିତ ହେଲେ ବ୍ୟକ୍ତି ଔଷଧ ଏବଂ ଚିକିତ୍ସା ର ସାହାଯ୍ୟ ନେଇଥାଏ, ସେହିଭଳି ମାନସିକ ସ୍ୱାସ୍ଥ୍ୟ ମଧ୍ୟ ପ୍ରଭାବିତ ହେଲେ ବ୍ୟକ୍ତି ନିଜ ପ୍ରତି ସତର୍କ ରହିବ ମଧ୍ୟ ଜରୁରୀ l ଆଜିକାଲି ଏଭଳି ଅନେକ ପ୍ରକାରର ମାନସିକ ରୋଗ ରହୁଛି ଯାହାକୁ ଆମେ ଅଣଦେଖା କରି ଦେଇଥାଉ l ତେଣୁ ଆପଣ ମାନସିକ ସ୍ଥିତି ଭଲ ରହିଛି କିମ୍ବା ଖରାପ ରହିଛି ସେଥିପାଇଁ କେତୋଟି ସଂକେତ ମିଳିଥାଏ , ଯାହାକି ମନୋବିଜ୍ଞାନୀ ମାନେ ସୂଚିତ କରିଛନ୍ତି l

ଆସନ୍ତୁ ଜାଣିବା ମାନସିକ ସ୍ଥିତି ଖରାପ ଥିଲେ ମିଳିଥାଏ କଣ ସଂକେତ –

– ଯଦି ଆପଣ ଏକାକୀ ରହିବାକୁ ପସନ୍ଦ କରୁଛନ୍ତି ତେବେ ଏହା ଆପଣଙ୍କର ଖରାପ ମାନସିକ ସ୍ଥିତିକୁ ଦର୍ଶାଇ ଥାଏ l ଏପରି ସ୍ଥିତିକୁ ଅଣଦେଖା କରିବା ଉଚିତ ନୁହେଁ l

– ଯଦି ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି ସୋସିଆଲ ମିଡିଆରେ ନିଜକୁ ଆକ୍ଟିଭ ରଖୁଛି ତେବେ ଏହା ଖରାପ ମାନସିକ ସ୍ଥିତି କୁ ଦର୍ଶାଇ ଥାଏ ବୋଲି ମନୋବିଜ୍ଞାନୀ ମତ ଦେଇଛନ୍ତି l

– ଯଦି ଆପଣଙ୍କ ପରିପାର୍ଶ୍ୱରେ ଥିବା ବ୍ୟକ୍ତି ଅଚାନକ ଭାବରେ କୌଣସି ଖରାପ ଅଭ୍ୟାସ କୁ ଆପଣାଉଛନ୍ତି ତେବେ ଏହା ଏକାକୀ ରହିବାକୁ ଦର୍ଶାଇ ଥାଏ l

– କିଛି ଲୋକ ଥାଆନ୍ତି ସେମାନଙ୍କୁ ଲୋକଙ୍କ ମଧ୍ୟରେ ରହିବାକୁ କିମ୍ବା ବସିବାକୁ ଭଲ ଲାଗିନଥାଏ , ଏହା ସେମାନଙ୍କର ଏକାକୀ ରହିବାକୁ ଦର୍ଶାଇ ଥାଏ, ଏବଂ ଏହା ମଧ୍ୟ ଖରାପ ମାନସିକ ସ୍ଥିତିର ଲକ୍ଷଣ l

– ଏବଂ କିଛି ବ୍ୟକ୍ତିଙ୍କ ନିକଟରେ ଅଧିକ ଶୋଇବା କିମ୍ବା ନିଦ୍ରା ହୀନତାର ଶିକାର ହେବା ଯଦି ଦେଖା ଯାଉଛି ତେବେ ଏହା ଖରାପ ମାନସିକ ସ୍ଥିତିକୁ ଦର୍ଶାଇ ଥାଏ l

– ଯଦି ସବୁବେଳେ ଥକା ଲାଗୁଚି କିମ୍ବା ମନ ବିଚଳିତ ଲାଗୁଚି ତେବେ ଏହା ଖରାପ ମାନସିକ ସ୍ଥିତିର ଲକ୍ଷଣ ଅଟେ l

Leave A Reply