ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀକୃଷ୍ଣ ଙ୍କ ଜନ୍ମ ଉତ୍ସବ ଜନ୍ମାଷ୍ଟମୀ ପାଳିତ ହୋଇଥାଏ, ଏହିଦିନ ଆଣ୍ଠୁଆ ଗୋପାଳ ଙ୍କୁ ବିଧିବଧ ଭାବରେ ପୂଜା କରାଯିବାର ବିଧାନ ରହିଥାଏ l ଆଣ୍ଠୁଆ ଗୋପାଳ ଙ୍କୁ ପୂଜା କରିବା ଦ୍ୱାରା ଘରକୁ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ l ଜନ୍ମାଷ୍ଟମୀ ରେ ବିଶେଷ ଭାବରେ ଶ୍ରୀକୃଷ୍ଣ ଙ୍କ ପ୍ରିୟ ବସ୍ତୁ ତାଙ୍କୁ ଅର୍ପଣ କରାଯାଇ ଥାଏ l
– ଭଗବାନ ଶ୍ରୀକୃଷ୍ନ ଙ୍କ ପ୍ରିୟ ଅଟେ ଲହୁଣୀ ଓ ମିଶ୍ରି ଅଟେ, ତେଣୁ ଆଣ୍ଠୁଆ ଗୋପାଳ ଙ୍କୁ ମିଶ୍ରି ଓ ଲହୁଣୀ ଅର୍ପଣ କରାଯାଏ l ଏବଂ ଏହି ପ୍ରସାଦ ରେ ତୁଳସୀ ନିହାତି ସାମିଲ ରହିବା ଜରୁରୀ l
– ଜନ୍ମାଷ୍ଟମୀ ଦିନ ଭଗବାନ ଶ୍ରୀକୃଷ୍ଣ ଙ୍କୁ ଅଟାର ପଂଜିରୀ ପ୍ରସ୍ତୁତ କରି ପ୍ରସାଦ ଭାବରେ ଅର୍ପଣ କରନ୍ତୁ l ଏଥିରେ ତୁଳସୀ ମିଶାଇ ଅର୍ପଣ କରନ୍ତୁ l
– ଶ୍ରୀକୃଷ୍ଣଙ୍କ ର ସବୁଠୁ ପ୍ରିୟ ଅଟେ ପଞ୍ଚାମୃତ ଅଟେ, ଜନ୍ମାଷ୍ଟମୀ ଦିନ ପଞ୍ଚାମୃତ ରେ ଶ୍ରୀକୃଷ୍ଣ ଙ୍କର ଅଭିଷେକ କରନ୍ତୁ l ଏବଂ ଏହି ଦିନ ପଞ୍ଚାମୃତ ପ୍ରସାଦ ଭାବରେ ମଧ୍ୟ ଅର୍ପଣ କରନ୍ତୁ l
– ଜନ୍ମାଷ୍ଟମୀ ରେ ଯେ କୌଣସି ଶସ୍ୟ ଯେପରିକି ବାଜରା , ଶାଗୁ , ଗହମ କିମ୍ବା ଜୋ ରେ ପ୍ରସ୍ତୁତ କ୍ଷୀରି ଅର୍ପଣ କରନ୍ତୁ l
– ଜନ୍ମାଷ୍ଟମୀ ରେ ତୁଳସୀ ମାଳ ଶ୍ରୀକୃଷ୍ଣଙ୍କୁ ନିହାତି ଅର୍ପଣ କରନ୍ତୁ, ଏହାଦ୍ୱାରା ଘରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ l