Odisha news

ଆଳୁ ରପ୍ତାନି ନିଷେଧାଜ୍ଞା ହଟିଲା : ଏଣିକି ଆସିବ ବଙ୍ଗୀୟ ଆଳୁ, , ସ୍ୱାଭାବିକ ହେବ ଆଳୁ         

0
ଭୋଗରାଇ : ଦୀର୍ଘ ଦିନର ବ୍ୟବଧାନ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ନରମିଛନ୍ତି  l ଓଡିଶାକୁ  ଆଳୁରପ୍ତାନି କଟକଣା ପରଦା ହଟାଇଛନ୍ତି l ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ନିବେଦନ ଓ ବଙ୍ଗୀୟ ଆଳୁବ୍ୟବସାୟୀ ଙ୍କ ଘନ ଘନ ଚାପରେ ଓଡିଶା ସମେତ ଭିନ୍ନ ରାଜ୍ୟକୁ ଆଳୁରପ୍ତାନି କରିବାକୁ ବାଧ୍ୟ୍ୟ ହୋଇଛନ୍ତି l ମଙ୍ଗଳବାର ଅପରାହ୍ନ ରେ କଲକାତା ନବାନ୍ନ ରେ ପ୍ରଗତିଶୀଳ ଆଳୁବ୍ୟବସାୟୀ ସମିତି, ଶୀତଳ ଭଣ୍ଡାରର ମାଲିକ ଏବଂ ପଶ୍ଚିମବଙ୍ଗ କୃଷିବିପଣୀ ମନ୍ତ୍ରୀ ବିଚାରାମ ମାନ୍ନା, ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରଦୀପ ମଜୁମଦାର, ମୁଖ୍ୟ ଶାସନ ସଚିବ ବି.ପି  ଗୋପାଳିକାଙ୍କ ସହ ମୁଖ୍ୟମନ୍ତ୍ରୀ ସୁଶ୍ରୀ ବାନାର୍ଜୀ ଦୀର୍ଘ ସମୟ ଆଲୋଚନା ଓ ପର୍ଯ୍ୟାଲୋଚନା କରି ଓଡିଶାକୁ ଆଳୁ ରପ୍ତାନି ନେଇଁ ସବୁଜ ସଂକେତ ଦେଇଛନ୍ତି l ତେବେ ଏହି ଘୋଷଣାରେ ମୁଖ୍ୟମନ୍ତ୍ରୀ କେଁ ରଖିଛନ୍ତି  lନିଜ ରାଜ୍ୟରେ ୭ ଦିନ ମଧ୍ୟରେ ଆଳୁର ବଜାରଦର ନିୟନ୍ତ୍ରଣ ରହିଲେ ଓଡିଶାକୁ ଆଳୁରପ୍ତାନି ସ୍ୱାଭାବିକ ହେବ ବୋଲି କହିଛନ୍ତି l ଏହି ଘୋଷଣା ହେବାପରେ ବଙ୍ଗୀୟ ଏବଂ ଓଡିଶା ଆଳୁବ୍ୟବସାୟୀ ମାନେ ଖୁସିବ୍ୟକ୍ତ କରିଛନ୍ତି l ସୂଚନାନୁଯାୟୀ, ମାସେଧରି ପଶ୍ଚିମବଙ୍ଗ ସରକାର  ଓଡିଶାକୁ ଆଳୁରପ୍ତାନିପାଇଁ କଟକଣା ଲଗାଇଥିବାବେଳେ ଓଡ଼ିଶାରେ ଆଳୁର ସଙ୍କଟ ଦେଖାଦେଇଥିଲା lଓଡ଼ିଶାକୁ ଗଳାବାଟଦେଇ ଦେଇ  ଲୁଚା ଛପାରେ ଆଳୁ ଆସୁଥିବା ବେଳେ ବିଭିନ୍ନ ଜିଲାରେ ଆଳୁ କେଜିପ୍ରତି ୫ 0 ଟଙ୍କାରୁ ୭ 0 ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିଲା  lଏଭଳି ସ୍ଥିତିରେ ଓଡିଶା ସରକାର ୟୁପିରୁ ଆଳୁ ଆଣିବା ନେଇଁ କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ସହିତ ଆଲୋଚନା କରିଥିବା ଘୋଷଣା କରିଥିଲେ lୟୁପି ଆଳୁ ବ୍ୟବସାୟୀ ଓ ଖାଉଟିଙ୍କ ପସନ୍ଦ ନଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଓଡିଶାକୁ ଆଳୁରପ୍ତାନି ଘୋଷଣା ବ୍ୟବସାୟୀ ଓ ଖାଉଟିଙ୍କୁ ଖୁସି ଆଣିଦେଇଛି  lଓଡିଶାକୁ ଦୈନିକ ୧ ଲକ୍ଷ ମେଟ୍ରିକ ଟନ ଆଳୁ ରପ୍ତାନି କରାଯିବାକୁ ନିଷ୍ପତ୍ତି ନିଆଯାଇଥିବାର ବଙ୍ଗୀୟ ପ୍ରଗତିଶୀଳ ଆଳୁ ବ୍ୟବସାୟୀ ସମିତିର ରାଜ୍ୟ ମହାସଚିବ ଲାଲୁ ମୁଖାର୍ଜୀ  ସୂଚନା ଦେଇଛନ୍ତି l ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀଙ୍କ  ଓଡିଶାକୁ ଆଳୁ ରପ୍ତାନି କରିବାକୁ ସବୁଜ ସଂକେତ ଦେଇଥିବାରୁ ଓଡ଼ିଶାରେ ଆଳୁର ସଙ୍କଟ ଦୁରହେବ ବୋଲି କୁହାଯାଇଛି l
Leave A Reply