Odisha news

୮ଶୈବ ପୀଠରେ ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ

0
ଗଣିଆ,୧୧.୦୬ : ପବିତ୍ର ଶିବବିବାହ ଅବସରରେ ସୋମବାର ଗଣିଆ ବ୍ଲକର ୭ଟି ପ୍ରମୁଖ ଶୈବପୀଠରେ ଦେବଦମ୍ପତିଙ୍କ ବିବାହ ମହାଆଡମ୍ବର ସହକାରେ ସମ୍ପନ୍ନ ହୋଇଯାଇଛି । ସୋମବାର ସଂଦ୍ଧ୍ୟାରେ ପଚୁଂପଲ୍ଲୀପ୍ରଗଣାସ୍ଥିତ ପ୍ରଭୁ ଗୁପ୍ତେଶ୍ୱର ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ମାତା ପାର୍ବତୀଙ୍କ ପିତା ଭାବେ ସୈଭାଗ୍ୟ ଲାଭ କରିଥିବା ଇଶ୍ୱରପୁର ଗ୍ରାମର ବିପିନ ବିହାରୀ ନାୟକ ଗତ ରବିବାର ରୀତିନୀତି ଅନୁଯାୟୀ ମଙ୍ଗଳକୃତ୍ୟ ଓ ବରଧରା କାର୍ଯ୍ୟ କରିଥିଲେ । ସୋମବାର ଅପରାହ୍ନରେ ବରପିତା ରାସଙ୍ଗ ଗ୍ରାମର ଜମ୍ବେଶ୍ୱର ବାରିକି ବରଯାତ୍ରୀ ସହ ପ୍ରଭୁ ଗୁପ୍ତେଶ୍ୱରଙ୍କୁ ବରବେଶରେ ସଜେଇ ମନ୍ଦିରଠାରୁ ବାଜା,ବାଣ ଓ ପଟୁଆର ସହ ମନ୍ଦିର ପାଦଦେଶ  ବିବାହ ମଣ୍ଡପରେ ପହଚିଂଥିଲେ । କନ୍ୟାପିତା ପ୍ରଭୁ ଗୁପ୍ତେଶ୍ୱରଙ୍କୁ ବାଟ ବରଣି କରି  ଦୋଳ ବେଦି ଠାରେ ପ୍ରସ୍ତୁତ ବିବାହ ମଣ୍ଡପକୁ ପାଛୋଟି ନେଇଥିଲେ । ମନ୍ଦିର ପରିଚାଳନା କମିଟି ଓ ବଡୁ ପଳ୍ପକ୍ସଳ ସମାଜ ତରଫରୁ ବରଯାତ୍ରୀ ଓ ନିମନ୍ତ୍ରୀତ ଅତିଥିମାନଙ୍କୁ ସୁସ୍ୱାଦୁ ପାନୀୟରେ ଆପ୍ୟାୟିତ କରାଯାଇଥିଲା । ଅପରପକ୍ଷେ କୁଳ ପୁରୋହିତଙ୍କ ମନ୍ତ୍ରଧ୍ୱନୀ ସହ ହିବୋଲ ,ହୁଳହୁଳି,ଘଟଂ ଓ ସଂକୀର୍ତନ ଧ୍ୱନୀରେ ଦେବଦମ୍ପତିଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇ ଅପରାହ୍ନ ୫ଟାରେ ଶେଷ ହୋଇଥିଲା । ଏହି ଉତ୍ସବ ନିମିତ ମନ୍ଦିରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ସହ ଅଚଂଳର ୫୦୦ରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ସେହିପରି ସୋମବାର ରାତ୍ରୀରେ ଅଚଂଳର ପ୍ରମୁଖ ଶୈବପୀଠ ରାଉତପଡା ଭୋଳେଶ୍ୱର ଦେବଙ୍କ ପୀଠରେ ବରପିତା  ସୁକାନ୍ତ ଗଣ୍ଡିଆ ଓ କନ୍ୟାପିତା  ସୁରେଶ ଚନ୍ଦ୍ର ସାହୁ , ଜଗନ୍ନାଥପ୍ରସାଦ ବାଲୁଙ୍କେଶ୍ୱର ପୀଠରେ ବରପିତା ନାରାୟଣ ଜେନା ଓ କନ୍ୟାପିତା ବିଶ୍ୱରଞନ ଜେନା , ଗଣିଆ ଲିଙ୍ଗରାଜ ପୀଠରେ ବରପିତା ପ୍ରାଣକୃଷ୍ଫ ସାହୁ ଓ କନ୍ୟାପିତା ଦିନବନ୍ଧୁ ବେହେରା ,ପତଣ୍ଡା ଭୋଳାନାଥ ପୀଠରେ ସୈାଭାଗ୍ୟଲାଭ କରି ମନ୍ଦିର ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ସହେଯାଗରେ ଧୁମ୍‌ଧାମ୍‌ରେ ଦେବଦମ୍ପତିଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ କରିଛନ୍ତି । ଏଥି ନିମିତ ଅଚଂଳର ପ୍ରତ୍ୟେକ ଶୈବପୀଠ ସଂଦ୍ଧ୍ୟାରୁ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ ହୋଇଥିବା ସହ ବହୁ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଥିଲା । ସେହିପରି ଡଙ୍କାରିସାହି ଗଣପତିଶ୍ୱର ପୀଠ,ଇନ୍ଦିପଟ୍ଟା ବିଶ୍ୱନାଥ ଦେବ ପୀଠରେ  ଶିବ ବିବାହ ଉତ୍ସବ ଧୁମ୍‌ଧାମ୍‌ରେ ପାଳିତ ହେଉଅଛି । ଅନ୍ୟପରି  ମଙ୍ଗଳବାର ରାତ୍ରୀରେ ବଡମୂଳ କପିଳେଶ୍ୱର ପୀଠରେ ଦେବ ଦମ୍ପତିଙ୍କ ବିବାହ ମହା ସମାରୋହରେ ପାଳିତ ହୋଇଯାଇଛି ।
Leave A Reply