Odisha news

ଅବକାରୀ ଚଢ଼ାଉ : ଦେଶୀ ବିଦେଶୀମଦ ଜବତ, ୩ ଗିରଫ

0
ସୋର,୧୧/୬: ସୋର ଅବକାରୀ ବିଭାଗ ତରଫରୁ ହଦ ଛକ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦେଶୀ ବିଦେଶୀମଦ ଜବତ କରିଥିବା ବେଳେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୋର ଆଦର୍ଶ ଅବକାରୀ ଥାନାଧିକାରୀ ସନ୍ତୋଷ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ ହଦଛକରେ ଚଢ଼ାଉ କରି ବଧି ଗ୍ରାମର ସାବିତ୍ରୀ ସାହୁ ନିକଟରୁ ୫ ଲିଟର ବିୟର, ତିଳୋତ୍ତମା ସାହୁ ନିକଟରୁ ୪.୫ ଲିଟର ବିଦେଶୀମଦ ଏବଂ କୃଷ୍ଣଦାସପୁର ଗ୍ରାମର ମହେନ୍ଦ୍ର ମଲିକ ନିକଟରୁ ୩୩ ଲିଟର ଦେଶୀମଦ ଜବତ ସହିତ ସମସ୍ତଙ୍କୁ ଗିରଫ କରିଥିଲେ। ଅପରାହ୍ନରେ ସୋର ମେଡ଼ିକାଲରେ ସମସ୍ତଙ୍କ ଡାକ୍ତରୀ ମାଇନା ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଏଏସଆଇ ମିନତୀ ଜେନା, କନେଷ୍ଟବଳ ଶଶୀକାନ୍ତ ସାହୁ, ରଜନୀକାନ୍ତ ସାହୁ ଏବଂ କାଜଲ ପ୍ରିୟଦର୍ଶିନୀ ସାମିଲ ହୋଇଥିଲେ।

Leave A Reply