ଦୁନିଆର ଯଦି ମୂଲ୍ୟବାନ ଧାତୁ ନିଶୟରେ କହିବା ତେବେ ସବୁଠୁ ମୂଲ୍ୟବାନ ଧାତୁ ହୀରା ବୋଲି ଏହା ପ୍ରାୟ ସମସ୍ତେ ଜାଣିଛନ୍ତି, ଏବଂ ପ୍ରାୟ ସମସ୍ତେ ନିଜ ନିକଟରେ ହୀରା ଖଣ୍ଡିଏ ରଖିବା ପାଇଁ କିମ୍ବା କିଣିବା ପାଇଁ ଇଛା କରି ଥାଆନ୍ତି l ହୀରା ଗୋଟିଏ ପ୍ରାକୃତିକ ରତ୍ନ ଅଟେ, ସମ୍ପୂର୍ଣ ନେଚୁରାଲ l ଏହା ପୃଥିବୀ ର ଗର୍ଭରୁ ମିଳିଥାଏ l ହୀରା କୁ ଫ୍ୟାକ୍ଟ୍ରି ରେ କାଟି ଛୋଟ କରାଯାଇ ଥାଏ ଏବଂ ଚମକ ଆଣିବା ପାଇଁ ପଲିସ କରାଯାଇ ଥାଏ l ଏପରିକି ଆକୃତି ରେ ମଧ୍ୟ ପରିବର୍ତନ କରାଯାଇ ଥାଏ l କିନ୍ତୁ ଏହାର କେହି ତିଆରି କରିବା ପାଇଁ ଫ୍ୟାକ୍ଟ୍ରି କରିପାରିବେ ନାହିଁ l
ଗ୍ରହ ରେ କିପରି ହୀରା ପ୍ରସ୍ତୁତ ହୋଇଥାଏ –
ମହାଶୂନ୍ୟ ରେ ରହିଥିବା ଗ୍ରହ ମାନଙ୍କ ମଧ୍ୟରେ ଏଭଳି ୨ଟି ଗ୍ରହ ରହିଛି ଯାହାକୁ ହୀରା ମାନଙ୍କର ଗ୍ରହ ବୋଲି କୁହାଯାଇ ଥାଏ l ସେହି ଦୁଇ ଗ୍ରହ ହେଲେ ଯୁରେନ୍ସ ଓ ନେପଚୁନ l ଏହି ୨ଟି ଗ୍ରହ ରେ ହୀରା ହିଁ ହୀରା ମିଳିଥାଏ, ଲାଗିଥାଏ ଯେପରି ହୀରା ର ବର୍ଷ ହେଉଛି, ଏହି ଗ୍ରହ ରେ ତାପମାତ୍ରା ୨ଶହ ଡିଗ୍ରୀ ସେଲସିୟସ ତଳକୁ ରହିଥାଏ l ଏଠାରେ ଜମିଥିବା ମିଥେନ ର ବାଦଲ ଉଡିବାକୁ ଲାଗିଥାଏ l ମିଥେନ ରେ ହାଇଡ୍ରୋଜେନ ଓ କାର୍ବନ ରହିଥାଏ , ଯେତେବେଳେ ମଧ୍ୟ ମିଥେନ ଉପରେ ଚାପ ପଡିଥାଏ ହାଇଡ୍ରୋଜେନ ଓ କାର୍ବନ ଅଲଗା ହୋଇ ଜାଵୈ ଥାଆନ୍ତି l ଏହି କାର୍ବନ ପରେ ହୀରା ରେ ପରିବର୍ତନ ହୋଇଥାଏ l
ଯଦି କୌଣସି ଦେଶ ଏହି ଗ୍ରହରେ ପହଂଚି ପାରିବେ ତେବେ କ୍ଷଣକ ମଧ୍ୟରେ ସେହି ରାଷ୍ଟ୍ର ସବୁଠୁ ଧନୀ ରାଷ୍ଟ୍ର ହୋଇଯିବ l ସ୍ପେସ କୁ ନେଇ ରିସର୍ଚ୍ଚ କରୁଥିବା ଅଧ୍ୟୟନ କରୁଥିବା ବୈଜ୍ଞାନିକ ଙ୍କ ମତରେ ଏହି ଗ୍ରହ ରେ ଥିବା ଡାଇମଣ୍ଡ ପୂର୍ବରୁ ନଥାଆନ୍ତି, ବରଂ ଗୋଟିଏ ବୈଜ୍ଞାନିକ ପ୍ରକ୍ରିୟା ରେ ତିଆରି ହୁଅନ୍ତି l