Odisha news

ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ୩ଦଫା ଦାବିପତ୍ର ପ୍ରଦାନ କଲା ଭଞ୍ଜସେନା

0

ବାରିପଦା  : ଚଳିତ ଗ୍ରୀଷ୍ମ ଋତୁରେ ଖରାର ପ୍ରକୋପ ଅତ୍ୟଧିକ ରୁ ଅତ୍ୟଧିକ ଅନୁଭୂତ ହେଉଥିବା ଯୋଗୁଁ ମୟୁରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସହର ଆଜି ବିଶ୍ୱର ୧୦ଗୋଟି ଉତ୍ତପ୍ତ ସହର ମଧ୍ୟରୁ ଅନ୍ୟତମ ସହର ଭାବେ ପରିଚିତ ହେଉଅଛି । ଏହାର ପ୍ରମୁଖ କାରଣ ଭାବେ ଯାହା ଅନୁଭବ କରାଯାଉଛି ଯେ, ବାରିପଦା ସହର ମଧ୍ୟରେ ରାଜାରାଜୁଡା ଅମଳରୁ ରହିଆସିଥିବା ଅଧିକାଂଶ ସରକାରୀ ଓ ବ୍ୟକ୍ତିଗତ, ଜଳାଶ୍ରୟ ଅଥବା ପୋଖରୀ ଗୁଡିକୁ ବ୍ୟବସାୟୀ କରଣ ଉଦେଶ୍ୟରେ ହେଉ କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ ପୋତି ଦିଆଯାଇଛି, ସରକାରୀ ବେସରକାରୀ କୋଠାବାଡି ନିର୍ମାଣ କରିବା ପାଇଁ ସହର ମଧ୍ୟରେ ଥିବା ବହୁ ବଡ଼ ସାନ ଗଛ କାଟି ପଦା କରିସାରିଲେଣି ଏବଂ ଆଉ ଗୋଟିଏ ପ୍ରମୁଖ କାରଣ ହେଲା ଦୀର୍ଘଦିନ ଧରି ସହର ମଧ୍ୟରେ ସୌନ୍ଦର୍ଯ୍ୟକରଣ ନାମରେ କାର୍ଯ୍ୟ ଚାଲିଥିବା ସାତ ଗୋଟି ପୋଖରୀରେ ପାଣିର ସ୍ତର ବହୁ ତଳକୁ ପଳାଇଛି । ଯାହାଦ୍ୱାରା ମୁଖ୍ୟତଃ ଗରମର ବହୁ ଅଧିକ ପ୍ରଭାବ ଅନୁଭୂତ ହେଉଅଛି । ଏଣୁ ଏଭଳି ତାତିରୁ ସାଧାରଣ ଜନତାଙ୍କୁ ନିସ୍ତାର ଦେବା ପାଇଁ ଭଞ୍ଜସେନା ପକ୍ଷରୁ ବାରିପଦା ମୁ୍ୟନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରିଣୀଙ୍କୁ ଭେଟି ଦାବୀ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିଗୁଡିକ ଯଥାକ୍ରମେ ବାରିପଦା ମୁ୍ୟନିସିପାଲିଟି ଦ୍ୱାରା ଚାଲୁଥିବା ସାତ ଗୋଟି ପୋଖରୀ କୁ ଲାଗି ଲାଗି ଗୋଟିଏ ବୋରିଂ ଅର୍ଥାତ ସାତ ଗୋଟି ସ୍ଥାନରେ ବୋରିଂ ଯୁଧ୍ୟକାଳୀନ ଭିତ୍ତିରେ ଖୋଳି ସେହି ବୋରିଂ ମାଧ୍ୟମରେ ପ୍ରତିଦିନ ପୋଖରୀକୁ ହଜାର ହଜାର ଲିଟର ପାଣି ଛଡ଼ାଯାଉ, ଯଦ୍ୱାରା ନିଶ୍ଚିତଭାବେ ପୋଖରୀ ଗୁଡିକର ଜଳସ୍ତର ବୃଦ୍ଧି ପାଇବ ଏବଂ ଗ୍ରୀଷ୍ମର ପ୍ରଭାବ ବହୁମାତ୍ରାରେ କମିଯିବ ଅନ୍ୟଥା ଯେକୌଣସି ଉପାୟରେ ପୋଖରୀ ଗୁଡିକରେ ଜଳସ୍ତର ବୃଦ୍ଧି କରାଯାଉ, ଗତ ୫/୭ ବର୍ଷ ମଧ୍ୟରେ ବିଭିନ୍ନ କାରଣରୁ ପୋତି ଦିଆଯାଇଥିବା ଜଳାଶ୍ରୟ ବା ପୋଖରୀ ଗୁଡିକୁ ଖୋଜି ପୁନଶ୍ଚ କାର୍ଯ୍ୟକ୍ଷମ କରାଯାଉ, ଉନ୍ନତିମୂଳକ କାର୍ଯ୍ୟ ନାମରେ ଗଛ କଟା ବନ୍ଦ କରାଯାଉ ଆଦି ଦାବି କରାଯାଇଛି । ଯଦି ଯୁଧ୍ୟକାଳୀନ ଭିତ୍ତିରେ ଅର୍ଥାତ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉପରୋକ୍ତ ଦାବୀ ଗୁଡିକୁ ପୂରଣ କରିବାରେ ବିଭାଗ ଆଖିଦୃଶିଆ ପଦକ୍ଷେପ ଗ୍ରହଣ ନକରନ୍ତି, ତେବେ ୪୮ଘଣ୍ଟା ଅତିକ୍ରମ କରିସାରିଲା ପରେ ସାଧାରଣଜନତା ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ରାଜରାସ୍ତାକୁ ଓହ୍ଲାଇବାକୁ ସଂଗଠନ ବାଧ୍ୟ ହେବ ବୋଲି ଭଞ୍ଜସେନା ପକ୍ଷରୁ ସୂଚନା ଦିଆଯାଇଛି । ଆଜିକାର କାର୍ଯ୍ୟକ୍ରମରେ ଭଞ୍ଜସେନା ସମର୍ଥôତ ମୟୂରଭଞ୍ଜ ଲୋକସଭା ର ସ୍ୱାଧୀନପ୍ରାର୍ଥୀ ତଥା ସଂଗଠନର ଜିଲ୍ଲା ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ଓବିସି ଶାଖା ସଭାପତି ରାକେଶ ବେହେରା, ଜିଲ୍ଲା ଉପସଭାପତି ରାକେଶ ମହାନ୍ତି ପ୍ରମୁଖଙ୍କ ସହିତ ବହୁ ସଂଗଠନର ସଂଗଠକ ମାନେ ସାମିଲ ଥିଲେ ବୋଲି ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦିଆଯାଇଛି ।

Leave A Reply