Odisha news

ଚାଣକ୍ୟ ନୀତି : ଏହି କାର୍ଯ୍ୟ ରେ ଲିପ୍ତ ଥିବା ବ୍ୟକ୍ତି କଦାପି ଜୀବନ ରେ ସୁଖୀ ହୋଇ ପାରନ୍ତି ନାହିଁ 

0
ଚାଣକ୍ୟ ଙ୍କ ନୀତିଶାସ୍ତ୍ର ମଣିଷ ଜୀବନ କୁ ଦିଗଦର୍ଶନ କରାଇ ଥାଏ l  ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ରେ ହାର ଜିତ ସୁଖ ଦୁଃଖ ଲାଗି ରହିଥାଏ l କିନ୍ତୁ ଏଭଳି କିଛି ଲୋକ ମଧ୍ୟ ରହି ଥାଆନ୍ତି ଯିଏ କି ଦୁଃଖ କୁ ଆଦୌ ଅନୁଭବ ମଧ୍ୟ କରନ୍ତି ନାହିଁ l ଚାଣକ୍ୟ ଙ୍କ ନୀତିଶାସ୍ତ୍ର ରେ ଦୁନିଆରେ ଏଭଳି ୩ ପ୍ରକାରର  ବ୍ୟକ୍ତି ଥାଆନ୍ତି ଯିଏ କି ସବୁବେଳେ ଦୁଃଖୀ ରହି ଥାଆନ୍ତି l ଅମାପ ଧନ ସମ୍ପତି ଥିବା ସତ୍ୱେ ମଧ୍ୟ ଦୁଃଖୀ ରହି ଥାଆନ୍ତି l
* ଚାଣକ୍ୟ ଙ୍କ ନୀତି ଅନୁସାରେ ଯେଉଁ ବ୍ୟକ୍ତିର ପୁତ୍ର ଅଯୋଗ୍ୟ ଓ ସଂସ୍କାର ହୀନ , ଖରାପ ସଙ୍ଗ ଦୋଷର ଶିକାର ଅଟେ, ଦାୟିତ୍ୱ ହୀନ ଅଟେ,  ଏଭଳି ସନ୍ତାନ ର ମାତାପିତା କଦାପି ସୁଖୀ ରହି ପାରନ୍ତି ନାହିଁ l ଏଭଳି ମାତାପିତା ଙ୍କ ଜୀବନ ସର୍ବଦା ଦୁଃଖ ରେ କଟିଥାଏ l
* ଏଭଳି ବ୍ୟକ୍ତି ଯିଏକି ନିଜ ମାତାପିତାଙ୍କ ଋଣ ଭାରରେ ଭାରାକ୍ରାନ୍ତ ହୋଇଥାଏ , ତାକୁ ମଧ୍ୟ ଜୀବନ ରେ ସୁଖ ମିଳିନଥାଏ l ଋଣ ଭାରରେ ନା ସିଏ ନିଜ ଭବିଷ୍ୟତ ଗଢି ଥାଏ ନା ସୁଖ ମୟ ଜୀବନ ବଞ୍ଚି ପାରିଥାଏ l ତେଣୁ ବ୍ୟକ୍ତିକୁ ସର୍ବଦା ଋଣ ମୁକ୍ତ ଜୀବନ ବଂଚିବା ଜରୁରୀ l
* ଯେଉଁ ବ୍ୟକ୍ତିର ପତ୍ନୀ ଖରାପ ସ୍ଵଭାଵ ର ହୋଇଥାଏ , ସେହି ବ୍ୟକ୍ତି କଦାପି ସୁଖୀ ରହି ପାରେ ନାହିଁ l ଗୋଟିଏ ମହିଳା ର ଖରାପ ଆଚରଣ ତାର ପରିବାର ପ୍ରତି ଅସମ୍ମାନ ର କାରଣ ହୋଇଥାଏ l ଏଭଳି ମହିଳା ଙ୍କ ପାଇଁ ତାର ପରିବାର ସମାଜ ରେ ମୁଣ୍ଡ ଟେକି ଚାଲି ପାରି ନଥାଆନ୍ତି l
Leave A Reply