Odisha news

ଜଳିଗଲା ନଡା ଓ ଟିଣଛପର ଘର, ୫ ଲକ୍ଷ ଟଙ୍କା ରୁ ଉର୍ଦ୍ଧ କ୍ଷତି                                

0
ଭୋଗରାଇ :  ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଜଳସୋହରିଆ ପଞ୍ଚାୟତ ପାନମାର୍କେଟ ନିକଟ ଜଳସୋହରିଆ ଗ୍ରାମର ଗରିବ  ସବିତା ସାହୁ ଓ ଚନ୍ଦନା ସାହୁଙ୍କ ନଡା ଓ ଟିଣ ଛପର ଘରେ ମଙ୍ଗଳବାର ମଧ୍ୟାହ୍ନ ରେ ନିଆଁ ଲାଗି ଘରଟି ସମ୍ପୂର୍ଣରୂପେ ପୋଡି ଛାରଖାର ହୋଇଛି lସୂଚନା ଅନୁଯାୟୀ ଏହି ଦୁଇମହିଳା ୨ଟି ସଂଲଗ୍ନ ଘରେ ରହୁଥିଲେ lଚାନ୍ଦାନା ସାହୁତାଙ୍କ ବାପଘରକୁ ଯାଇଥିବାବେଳେ ସବିତା ସାହୁ ମଧ୍ୟାହ୍ନ ରେ ନଡା ଓ ପଲିଥିନ ଛପର ରୋଷେଇଘରେ ଚୁଲିରେ ଭାତ ରାନ୍ଧୁଥିବା ସମୟରେ ପ୍ରଚଣ୍ଡ ଖରାରେ ବିଲରେ ଚରୁଥିବା ଗୋରୁ କୁ ଆଣିବାକୁ ଯାଇଥିଲେ lଏହି ସମୟରେ ଚୁଲିରୁ ନିଆଁ ଉଠି ପାଖରେ ଥିବା ଜାଳଭାଡ଼ିରେ ନିଆଁ ଲାଗି ଘର ଉପରକୁ ଉଠିଥିଲା lପାଖ ପଡୋଶୀ ନିଆଁ ଜଳୁଥିବା ଦେଖି ପାଟିକରିବା ସହିତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା l ଦମକଳବାହିନୀ ଘଟଣାସ୍ଥଳକୁ ଛୁଟିଯାଇ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଘରର ସମସ୍ତ ଆସବାବ ପତ୍ର, ଧାନ, ଚାଉଳ, ଟଙ୍କା ଓ ସୁନାଗହଣା ଆଦି ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ସମ୍ପତ୍ତି ପୋଡି ଭସ୍ମିଭୂତ ହୋଇଥିଲା lପରେ କଖଡ଼ା ରାଜସ୍ବ ବିଭାଗର ନିରୀକ୍ଷକ କୃଷ୍ଣା ରାଉତ ଘଟଣା ସ୍ଥଳରେ ପହଞ୍ଚି କ୍ଷୟ କ୍ଷତିର ଆକଳନ କରି ଫେରିଛନ୍ତି l ନିଃସହାୟ ଗରିବ ପରିବାରକୁ ସରକାର  ଅବିଳମ୍ବେ ଆର୍ଥିକ ସାହାଯ୍ୟ ଓ ବାସଗୃହ ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି l
Leave A Reply