ବାରିପଦା : ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ ବାରିପଦାରେ ୨୨ ଏପ୍ରିଲ ୨୦୨୪ ତାରିଖ ବହୁ ଆଡ଼ମ୍ବରେ ବିଶ୍ୱ ଧରିତ୍ରୀ ଦିବସ ପାଳିତ ହୋଇଯାଇଛି । ଉକ୍ତ ସଭାର ଅଧ୍ୟକ୍ଷତା କରିଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପ୍ରମୋଦ ଚନ୍ଦ୍ର ସାହୁ । ଅତିଥି ଭାବରେ ଯୋଗ ଦେଇଥିଲେ ଆଞ୍ଚଳିକ ଉପନିଦେ୍ର୍ଦଶନ ବାଲେଶ୍ୱର ଡଃ କୈଳାଶ ଚନ୍ଦ୍ର ମିଶ୍ର । ପ୍ରାରମିକ ଭାଷଣରେ ବାଣିଜ୍ୟ ବିଭାଗର ମୁଖ୍ୟ ଡଃ ଆଶୁତୋଷ ପ୍ରୟାସ ଦାଶ ସମସ୍ତଙ୍କୁ ସମ୍ବର୍ଦ୍ଧନ କରି ପ୍ରାଚୀନ ପରମ୍ପରାରେ କିଭଳି ପଶୁପକ୍ଷୀ ମାନଙ୍କୁ ପାରିବାରିକ ବନ୍ଧନରେ ବାନ୍ଧି ରଖୁଥିଲେ ସେଥିପ୍ରତି ଗୁରୁତ୍ୱ ଦେଇଥିଲେ । ଅତିଥି ଡଃ ମିଶ୍ର ବୃକ୍ଷ ହିଁ ଜୀବନ ଏବଂ ସବୁଜ ସୁନ୍ଦର ପୃଥିବୀର ଆବଶ୍ୟକତା ରହିଛି ବୋଲି କହିଥିଲେ । ଆରମ୍ଭରେ ବୃକ୍ଷକୁ ପୂଜା କରିବା, ସେମାନଙ୍କୁ ଶାସ୍ତ୍ରୀୟ ସଙ୍ଗୀତ ଶୁଣାଇବା ଏବଂ ପଶୁପକ୍ଷୀ ମାନଙ୍କ ପାଇଁ ୩୦ ରୁ ୪୦ଟି ସ୍ଥାନରେ ଖାଦ୍ୟ ପାନୀୟ ଦିଆଯାଇଥିଲା । ଶେଷରେ ଛାତ୍ରଛାତ୍ରୀଙ୍କୁ ଖଲିପତ୍ରରେ ଫଳ ଏବଂ ଓଆରଏସ ଦିଆଯାଇଥିଲା । ଏହି ସଭାରେ ୧୦୦୦ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ପୃଥିବୀ ବନାମ ପ୍ଲାଷ୍ଟିକ ବିଷୟନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିବାବେଳେ ସ୍ୱାଗତ ଭାଷଣ ଦେଇଥିଲେ ଆବାହକ ଡଃ ସରୋଜ କୁମାର ପାତ୍ର, ସେ ଭାଷଣରେ ଭବିଷ୍ୟତ ପିଢିକୁ ସବୁଜ ସୁନ୍ଦର ପୃଥିବୀ ଅର୍ପଣ କରିବା ଆମର କର୍ତ୍ତବ୍ୟ ବୋଲି କହିଥିଲେ । ଅଧ୍ୟକ୍ଷ ପ୍ରଃ ପ୍ରମୋଦ ଚନ୍ଦ୍ର ସାହୁ କହିଥିଲେ ଯେ, ନିଜ କଥା ଚିନ୍ତା ନକରି ପୃଥିବୀର ସମସ୍ତ ପ୍ରାଣୀ ପ୍ରକୃତି ବିଷୟରେ ଚିନ୍ତା କରିବା ଏବଂ ମାତୃଭୂମିର ରକ୍ଷା କରିବା । ଏହି ସଭାରେ ବିଜ୍ଞାନ ବିଭାଗର ସମସ୍ତ ବିଭାଗ ଏବଂ ନୂତନ୍ତ୍ର ବିଭାଗ ଅଂଶଗ୍ରହଣ କରିଥିଲେ । ରସାୟନ ବିଭାଗର ମୁଖ୍ୟ ଡଃ ସୁଧୀର କିସ୍କୁ, ଛାତ୍ରୀ ସେହ୍ନା ବସା ପରିବେଶ କିପରି ପ୍ରଦୂଷିତ ହେଉଛି କହିଥିଲେ । ନୃତତ୍ତ୍ୱ ବିଭାଗର ମୁଖ୍ୟ ଡଃ ସାଉନା ମାଝି ଓ ଛାତ୍ର ସାଇ ରଞ୍ଜନ ଆଦିବାସୀ ପରମ୍ପରାରେ ପ୍ରକୃତି କିପରି ମଣିଷକୁ ସୁରକ୍ଷା ପ୍ରଦାନ କରିଛି ବୋଲି ଉପସ୍ଥାପନ କରିଥିଲେ । ଉଦ୍ଭିଦ ବିଜ୍ଞାନର ମୁଖ୍ୟ ତଥା ମୁଖ୍ୟ ଆବାହକ ଅନନ୍ତ କୁମାର ନାୟକ ଓ ଛାତ୍ରୀ ଶ୍ରେୟା ମହାନ୍ତି ପ୍ଲାଷ୍ଟିକର ପୁନଃ ବ୍ୟବହାର ସମ୍ପର୍କରେ ମତ ରଖିଥିଲେ । ପଦାର୍ଥ ବିଜ୍ଞାନର ଅଧ୍ୟାପକ ଡଃ ପଙ୍କଜ କୁମାର ଜେନା ଓ ଛାତ୍ରୀ ପ୍ରଜ୍ଞା ଧରିତ୍ରୀ ଦିବସ ପାଳନର ଉଦେ୍ଦଶ୍ୟ ସମ୍ପର୍କରେ ପ୍ରବନ୍ଧ ଉପସ୍ଥାପନ କରିଥିଲେ । ଭୂତତ୍ତ୍ୱ ବିଭାଗର ଛାତ୍ରୀ ମମତା ମହାନ୍ତ ପୃଥିବୀର ପରିବେଶ ଓ ଜଳବାୟୁ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାଣୀ ବିଜ୍ଞାନ ବିଭାଗର ରଶ୍ମିତା ନାୟକ ଓ ଛାତ୍ରୀ ଭର୍ବଶୀ ଝା ଜୀବଜଗତ ସହ ପରିବେଶର ସନ୍ତୁଳନ ନିତ୍ୟାନ୍ତ ଜରୁରୀ ବୋଲି କହିଥିଲେ । ଆଲୋଚନାର ଶେଷରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ଙ୍କ ପ୍ରଶ୍ନ-ଉତ୍ତର ଓ ପ୍ରତିକ୍ରିୟା ରଖାଯାଇଥିବା ବେଳେ ପ୍ରଶାସନିକ ଅଧିକାରୀ ଡଃ ଦୀପକ କୁମାର ବେହେରା ପ୍ରକୃତି ପ୍ରତି ଛାତ୍ରଛାତ୍ରୀ ଓ ମହାବିଦ୍ୟାଳୟରକି ଦାୟିତ୍ୱ ରହିବା ଦରକାର ସେ ସମ୍ପର୍କରେ କହିଥିଲେ । ସଭାର ପରିଣତିରେ ଉଭିଦ ବିଜ୍ଞାନର ଛାତ୍ରୀ ଶିବାନୀ ଗିରି ଉପସ୍ଥିତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ଶେଷ କରିଥିଲେ ।