Odisha news

ଭୋଗରାଇ ରେ ନିର୍ବାଚନୀ ବିଗୁଲ ବଜାଇଲା କଂଗ୍ରେସ : ପ୍ରାର୍ଥୀ ସତ୍ୟଶିବ ଦାସଙ୍କୁ ଉଚ୍ଛସିତ ସମ୍ବର୍ଦ୍ଧନା 

0
  ଭୋଗରାଇ :  ବାଲେଶ୍ୱରଜିଲା ଭୋଗରାଇ ନିର୍ବାଚନ ମଣ୍ଡଳୀରେ  ବିଜେଡି ଓ ଭାଜପା ଦଳୀୟ ପ୍ରାର୍ଥୀ ଘୋଷିତ ହୋଇନଥିବାବେଳେ ପ୍ରଥମେ ଅଖିଳ ଭାରତ କଂଗ୍ରସ କମିଟି ଓ ପ୍ରଦେଶ କଂଗ୍ରେସ କମିଟି ସହମତିରେ କଂଗ୍ରେସ ପକ୍ଷରୁ ସାରସ୍ୱତ ସାଧକ ସତ୍ୟଶିବ ଦାସଙ୍କୁ ପୁଣି ଥରେ ବିଧାନସଭା ପ୍ରାର୍ଥୀ ଭାବେ ଘୋଷଣା କରିଥିବାରୁ ଦଳର ବରିଷ୍ଠ, ବଳିଷ୍ଠ ଓ କନିଷ୍ଠ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି lଏଥି ନିମନ୍ତେ ସୋମବାର ଅପରାହ୍ନ ରେ ଭୋଗରାଇ ଜଳେଶ୍ୱରପୁର ସ୍ଥିତ କଂଗ୍ରେସ ଭବନ ଠାରେ କଂଗ୍ରେସ ପ୍ରାର୍ଥୀ ଙ୍କୁ  ଦଳ ପକ୍ଷରୁ ଉଚ୍ଛସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି lଭୋଗରାଇ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ନାୟକଙ୍କ ପୌରହିତ୍ୟରେ ଏକ ନିର୍ବାଚନୀ ରଣକୌଶଳ ସ୍ଥିର କରି ଆସନ୍ତା ଶନିବାର କମର୍ଦ୍ଦା ଓ ଚନ୍ଦନେଶ୍ୱର ରେ ପ୍ରଥମ  ଆଗୁଆ ନିର୍ବାଚନୀ ସଭା କରାଯିବାର ଘୋଷଣା କରିଛନ୍ତିl କଂଗ୍ରେସ ସମର୍ଥିତ ବିଧାନସଭାପ୍ରାର୍ଥୀ  ସତ୍ୟଶିବ ଦାସ ଓଡ଼ିଆ ନବବର୍ଷ ରେ ଭୋଗରାଇ ନିର୍ବାଚନ ମଣ୍ଡଳୀରେ ଏହି ସମ୍ବର୍ଦ୍ଧିତ ଚିନ୍ତନ ବୈଠକରେ  ଅଖିଳ ଭାରତ କଂଗ୍ରେସ ଓ ପ୍ରଦେଶ କଂଗ୍ରେସ ର ସଭାପତି ଙ୍କୁ କୃତଜ୍ଞତା ଜଣାଇବା ସହିତ ଭୋଗରାଇରେ ଅନ୍ୟାୟ ଓ ଦୁର୍ନୀତି ବିରୋଧରେ ସତ୍ୟର ଜୟ ପାଇଁ ଭୋଗରାଇ ବାସୀଙ୍କୁ ନିବେଦନ କରିଥିଲେ l ଜିଲା କାର୍ଯ୍ୟକାରୀ ସଭାପତି ଗୋପବନ୍ଧୁ ମହାପାତ୍ର,ମହିଳା କଂଗ୍ରେସ ର ସଭାନେତ୍ରୀ ମୀନାରାଣୀ ସାସମଲ, ଜିଲାପରିଷଦର ସଦସ୍ୟ ସନ୍ତୋଷ କୁମାର ଜେନା,କବି ସୁକୁମାର ଦାସ, ବରିଷ୍ଠ ନେତା ରାଧାବିନୋଦ ଦାସ, ଦୀପେଶ ଚନ୍ଦ୍ର ରାୟ, କାର୍ତ୍ତିକ ଚନ୍ଦ୍ର ପାତ୍ର, ରାଜେନ୍ଦ୍ର ପଣ୍ଡା, ଶିଶିର କୁମାର ଦାସ ମହାପାତ୍ର, ରଘୁନାଥ ମହାନ୍ତି, ଦୀପକ କୁମାର ଜେନା, ରତନ ବାଗ ପ୍ରମୁଖ ବରିଷ୍ଠ ନେତାମାନେ କଂଗ୍ରେସ ପତାକାତଳେ ଏକ ହୋଇ ଜିଲା ସଂସଦୀୟ କ୍ଷେତ୍ର କଂଗ୍ରେସ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ଓ  ଭୋଗରାଇ ରେ ଯୋଗ୍ୟ ପ୍ରିୟ ଓ ସଂଗ୍ରାମୀ ପ୍ରାର୍ଥୀ ସତ୍ୟଶିବ ଦାସ ଙ୍କୁ ବିପୁଳ ଭୋଟ ରେ ବିଜୟୀ କରିବାକୁ ନେତା ଓ କର୍ମୀମାନେ ଅଣ୍ଟା ଭିଡନ୍ତୁ ବୋଲି ଆହ୍ୱାନ ଦେଇଥିଲେ l
Leave A Reply