ରଣପୁର…… ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଦେଲେ ନୂଆ ଦାୟୀତ୍ୱ ପ୍ରଦାନ କରିଛନ୍ତି l ଇଂ ଶ୍ରୀ ପଟ୍ଟନାୟକଙ୍କ କାର୍ଯ୍ୟ ଦକ୍ଷତାକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଶ୍ରୀ ପଟ୍ଟନାୟକଙ୍କୁ ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳର ନିର୍ବାଚନ ସଂଯୋଜକ ଭାବେ ଦାୟୀତ୍ୱ ପ୍ରଦାନ କରିଛନ୍ତି l ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନରେ ଇଂ ଶ୍ରୀ ପଟ୍ଟନାୟକ ଜିଲ୍ଲାର ନିର୍ବାଚନ ସଂଯୋଜକ ଭାବେ କାର୍ଯ୍ୟ କରିବେ ବୋଲି ଘୋଷଣା କରାଯାଇଛି l ଏନେଇ ଦେବାଶିଷ ମାନ୍ୟବର ମୁଖ୍ୟମନ୍ତ୍ରୀ କୃତଜ୍ଞାତ ଜ୍ଞାପନ କରିବା ସହିତ ମିଳିଥିବା ଗୁରୁଦାୟିତ୍ୱ କୁ ସୁଚାରୁ ରୂପେ ସଂମ୍ପାଦନ କରିବା ପାଇଁ କହିବା , ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଙ୍ଗଠନିକ ସଂମ୍ପାଦକ ପ୍ରଣବ ପ୍ରକାଶ ଦାସ, ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ l