ଭଞ୍ଜନଗର ୧୩/୦୪(ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) : ଭଂଜନଗର ବ୍ଲକ୍ ନିକଟସ୍ଥ ଗ୍ୟାଲେରୀ ଠାରେ ଆଜି ମେରୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମେରୁଯାତ୍ର ଦେଖିବା ପାଈଁ ଆଖପାଖ ଅଂଚଳର ଶହ ଶହ ଭକ୍ତଙ୍କ ସମାଗମ ଦେଖାଦେଇଥିଲା। ଏହି ସମୟରେ ଗହଳି ମଧ୍ୟରୁ ଏକ ଅଜଣା ମହିଳାଙ୍କୁ ଅଚେତ୍ ଅବସ୍ଥାରେ ବିପଦର ବନ୍ଧୁ ଅନୁଷ୍ଠାନର ସଦସ୍ୟ ମାନେ ଉଦ୍ଧାର କରିଥିଲେ। ଏବଂ ବହୁ ପଚାର ଉଚରା ପରେ ତାଙ୍କ ପରିଚୟ କିମ୍ବା କୌଣସି ପରିବାର ଲୋକ ନ ମିଳିବାରୁ ତାଙ୍କୁ ନିକଟସ୍ଥ ଗାଲେରୀ ସରକାରୀ ଚିକିତ୍ସାଳୟ ରେ ଭର୍ତି କରାଯାଇଥିଲା ଏବଂ ନିକଟସ୍ଥ ଥାନା ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା। ଚିକିତ୍ସା ପରେ ଡାକ୍ତର ବୃଦ୍ଧା ମହିଳା ଜଣଙ୍କୁ ମୃତ ଘୋଷଣା କରିଥିଲେ। ଗ୍ୟାଲେରୀ ଚିକିତ୍ସାଳୟରେ ପୋଲିସ ଶବକୁ ଅଟକ ରଖିଛି। ବର୍ତ୍ତମାନ ଯାଏଁ ଶବର ପରିଚୟ ମିଳିପାରିନଥିବା ଗ୍ୟାଲେରୀ ଫାଣ୍ଡି ଅଧିକାରୀ ଭାଗିରଥି ନାୟକ ସୂଚନା ପ୍ରଦାନ କରିଛନ୍ତି।