ଆଜି ହେଉଛି ବିଶ୍ୱ ଜଳ ଦିବସ। ବିଶ୍ୱ ଜଳ ଦିବସ ପାଳନ ସହିତ ପରିବେଶ ସୁରକ୍ଷା, ଜଙ୍ଗଲ ନିଆଁ ବାବଦରେ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଞ୍ଜମ୍ ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର : ଆଜି ହେଉଛି ବିଶ୍ୱ ଜଳ ଦିବସ। ବିଶ୍ୱ ଜଳ ଦିବସ ପାଳନ ସହିତ ପରିବେଶ ସୁରକ୍ଷା, ଜଙ୍ଗଲ ନିଆଁ ବାବଦରେ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସରସ୍ବତୀ ଶିଶୁ ବିଦ୍ୟା ଭବନ ବେଲଗୁଣ୍ଠା ଠାରେ ଛାତ୍ର, ଛାତ୍ରୀ, ଗୁରୁଜୀ, ଗୁରୁମା ଙ୍କ ଉପସ୍ଥିତି ରେ ଆଲୋଚନା ଚଜ୍ର l କାର୍ଯ୍ୟକ୍ରମକୁ ପରିଚାଳନା କଲେ ସୂର୍ଯ୍ୟ ନାରାୟଣ ପାତ୍ର ପ୍ରଧାନ ଗୁରୁଜୀ l ମୁଖ୍ୟ ଅତିଥି ଶୂଳପାଣି ଶତପଥୀ, ସାମାଜିକ କର୍ମି ଏବଂ ପରିବେଶ ପ୍ରେମି ପୂର୍ବତନ ଅବ୍ୟତାନୀକ ବନ୍ୟ ପ୍ରାଣୀ ତତ୍ବବ ଧାରକ, ଗଞ୍ଜାମ ଜିଲ୍ଲା ଏବଂ ଅତିଥି ଭାବେ ଯୋଗ ଦେଇ ଥିଲେ ଶରତ ଚନ୍ଦ୍ର ମହାନ୍ତି, ବନପାଳ, ବେଲଗୁଣ୍ଠା, ଜଗନାଥପ୍ରସାଦ ରେଞ୍ଜ, ଭଞ୍ଜନଗର ଉତ୍ତର ଘୁମସୁର ବନଖଣ୍ଡ ରେଞ୍ଜ ର ସଦସ୍ୟ ଉପସ୍ଥିତ ଥିଲେ। ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର, ଛାତ୍ରୀ ଙ୍କୁ ଅତିଥି ମାନେ ପୁରସ୍କାର ବଣ୍ଟନ କରିଥିଲେ।