ବେତନଟୀ : ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀ କୁ ଛୁରୀ ମାରିଲା ସ୍ୱାମୀ , ଏହି ଘଟଣା ବୈଶିଙ୍ଗା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପ୍ରାପ୍ତ ସୂଚନା ମୁତାବକ ଯୁଗଳ ଗ୍ରାମର ଟୁନା ବେହେରା ୨୧ବର୍ଷ ହେବ ଜାମପଦା ଗ୍ରାମର ଅଜୟ ଦଳେଇ ଙ୍କର ଝିଅ ମମତାକୁ ବିବାହ କରିଥିଲା l ସେମାନଙ୍କର ୨ଟି ପୁଅ ଗୋଟିଏ ଝିଅ ଥିବା ଜଣାଯାଇଛି l ତଥାପି ସ୍ତ୍ରୀ ର ଚରିତ୍ରକୁ ସନ୍ଦେହ ଚକ୍ଷୁ ରେ ଦେଖି ଆସୁଥିଲା ।ଏହି ପରକୀୟା ପ୍ରୀତିକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବାରମ୍ଵାର ଝଗଡା ହେଉଥିଲା ଏବଂ ଗ୍ରାମର ମୁଖିଆ ମାନଙ୍କ ଦ୍ଵାରା ସମାଧାନ ମଧ୍ୟ ହେଉଥିଲା l ଯୁଗଳ ଗ୍ରାମର ଅନ୍ୟ ଜଣେ ଯୁବକଙ୍କ ସହିତ ଘର ପଛପଟେ କଥା ହେଉଥିବା ଦେଖି ସ୍ୱାମୀ ଟୁନା ଏପରି ନ କରିବାକୁ ସ୍ତ୍ରୀ ମମତାକୁ ବାରମ୍ବାର ବାରଣ କରିଆସୁଥିଲା l ସେହିଭଳି ଏକମାତ୍ର ଝିଅର ବିବାହ ସମୟରେ ସ୍ୱାମୀର ବିନା ପରାମର୍ଶରେ ଉକ୍ତ ଯୁବକ ସହାୟତାରେ ବିବାହ କରାଇଥିବା ନେଇ ସ୍ୱାମୀ ମତ ପ୍ରକାଶ କରିଥିଲା। ଯେଉଁଥି ପାଇଁ ଉଭୟଙ୍କ ମଧ୍ୟରେ ସଂମ୍ପର୍କରେ ଆହୁରି ତିକ୍ତତା ଆସିଥିଲା । ଏହାକୁ ଭିତ୍ତି କରି ମମତା ୩ମାସ ହେବ ନିଜ ବାପ ଘରେ ରହୁଥିଲା l ମାତ୍ର ସ୍ତ୍ରୀ ପ୍ରତ୍ୟହ ଦିନ ଯୁଗଳ ଗ୍ରାମକୁ ମେସିନରେ ଦୋନା ପିଟିବାକୁ ଆସୁଥିଲା l ଆଜି ଗୁରୁବାର ସକାଳ ସମୟରେ ଯୁଗଳ ଆସିଥିବାବେଳେ ସ୍ୱାମୀ ଟୁନା ସହିତ ଯୁଗଳ ଛକରେ ଦେଖା ହୋଇଥିଲା । କୌଣସି ବିଷୟ କୁ ନେଇ ଉଭୟଙ୍କ ମଧ୍ଯରେ ଝଗଡା ଉଗ୍ର ରୂପ ଧାରଣ କରିଥିଲା l ହଠାତ୍ ସ୍ୱାମୀ ଉତ୍ୟକ୍ତ ହୋଇ ପାଖରେ ରଖିଥିବା ଏକ ଧାରୁଆ ଛୁରୀରେ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରିଥିଲା l ଏଥିରେ ସ୍ତ୍ରୀର ବେକ , ପେଟ ଓ ଦୁଇ ହାତରେ କ୍ଷତାକ୍ତ ହୋଇ ଥିଲା | ସ୍ବାମୀଙ୍କ ଆକ୍ରମଣରେ ପତ୍ନୀ ଲହୁଲୁହାଣ ହୋଇ ପଡିଥିବା ବେଳେ ସ୍ଥାନୀୟ ଲୋକ ମିଶି ଟୁନାକୁ କାବୁ କରିବା ସହିତ ଗୁରୁତର ଥିବା ସ୍ତ୍ରୀଙ୍କୁ ପାଖ ଯୁଗଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇ ପଡିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା l ଏନେଇ ବୈଶିଙ୍ଗା ଥାନାରେ ଏକ ମାମଲା ରୁଜ୍ଜୁ କରିବା ସହ ଅଭିଯୁକ୍ତ ଟୁନାକୁ ଗିରଫ କରିଥିବା ବେଳେ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ବୈଶିଙ୍ଗା ଥାନାଧିକାରୀ ତପନ କୁମାର ପ୍ରଧାନ ପ୍ରକାଶ କରିଛନ୍ତି।