ଭଞ୍ଜନଗର -୨୧/୦୩ (ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) : ଗୁରୁବାର ଦିନ ଭୋର ୪.୧୫ ସମୟରେ ଭଞ୍ଜନଗର ସହରର ପ୍ରତିଷ୍ଠିତ ବ୍ୟବସାୟୀ ତଥା ଜଣେ ଧର୍ମପରାୟଣ ବ୍ୟକ୍ତି ଭାବେ ଖୁବ ଜଣାଶୁଣା ବ୍ୟକ୍ତି ଅଜିତ କୁମାର ମହାନ୍ତି ( ଟୁଲୁ ) ଙ୍କ ୪୯ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ଘଟିଛି । ତାଙ୍କ ଶେଷ ଦର୍ଶନ ପାଇଁ ଅଞ୍ଚଳର ଅନେକ ବରିଷ୍ଠ ବ୍ୟକ୍ତି ଖବର ପାଇ ତାଙ୍କ ବାସଭବନ ନିକଟରେ ପଂହଁଚିଥିଲେ। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପୁଅ ଆଶୀର୍ବାଦ ମହାନ୍ତି, ପତ୍ନୀ ଜୟଶ୍ରୀ ମହାନ୍ତି ଓ ଝିଅ ଅର୍ପିତା, ଜ୍ୱାଇଁ ଶୁଭେନ୍ଦୁ ଉପସ୍ଥିତ ଥିଲେ । ବଡ଼ଭାଇ ଆସ୍କା ହୋଟେଲ ମାଲିକ ଅରୁଣ କୁମାର ମାହାନ୍ତି, ଓ ସାନଭାଇ ଅକ୍ଷୟ ମାହାନ୍ତି ଙ୍କ ସମେତ ସମ୍ପର୍କୀୟ ଙ୍କ ସହଯୋଗରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ଅଜିତ ଙ୍କ ଆକସ୍ମିକ ବିୟୋଗରେ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି । ସେ ଜଣେ ମେଳାପି, ମିଷ୍ଠଭାଷୀ, ପରୋପକାରୀ ଓ ସମାଜସେବୀ ଭାବେ ଜଣାଶୁଣା ଥିଲେ ।