Odisha news

ମହାଭାରତ ରୋଚକ କଥା : କାହିଁକି ସଶରୀରେ ସ୍ୱର୍ଗରେ ପହଁଚିଲେ ଯୁଧିଷ୍ଠିର

0

ମହାଭାରତ ଯୁଦ୍ଧର ସମାପ୍ତି ପରେ ସମସ୍ତ ପାଣ୍ଡଵ ସଶରୀରେ ସ୍ୱର୍ଗ କୁ ଯାଇଥିଲେ l ପାଣ୍ଡଵ ମାନେ ନିଜ ରାଜପାଟ ପରୀକ୍ଷିତ ଙ୍କୁ ଅର୍ପଣ କରି ଯେତେବେଳେ ସ୍ୱର୍ଗ ର କଠିନ ଯାତ୍ରା କରିଥିଲେ ସେତେବେଳେ ଏହି ଯାତ୍ରାରେ ଦ୍ରୌପଦୀ ମଧ୍ୟ ତାଙ୍କ ସହିତ ଯାଇଥିଲେ l ସମସ୍ତଙ୍କ ମନର ଇଛା ଥିଲେ ଆମେ ମଧ୍ୟ ସଶରୀରେ ସ୍ୱର୍ଗ ରେ ପହଞ୍ଚିବୁ l କିନ୍ତୁ ରାସ୍ତାରେ କିଛି ଏଭଳି ଘଟିଥିଲା, ଜଣଜଣ କରି ପାଣ୍ଡଵ ମୃତ୍ୟୁ ପ୍ରାପ୍ତ କରିଥିଲେ l

ସ୍ୱର୍ଗ ଯାତ୍ରା ସମୟ ରେ ଯେତେବେଳେ ପାଣ୍ଡଵ ବଦ୍ରୀନାଥ ରେ ପହଂଚିଥିଲେ ସେଠାରୁ ଆଗକୁ ଯିବା ସମୟ ରେ ସରସ୍ୱତୀ ନଦୀ ର ଉଦମ ଜଳ ରାଶିକୁ ନଦୀ ପାର କରିବା ଦ୍ରୌପଦୀ ଙ୍କ ପାଇଁ କଷ୍ଟକର ହୋଇଗଲା l ଏହି ସମୟରେ ଭୀମ ଗୋଟିଏ ବଡ଼ ଚଟାଣ ଉଠାଇ ସେହି ସ୍ଥାନରେ ରଖିଦେଲେ, ଦ୍ରୌପଦୀ ଏହି ଚଟାଣ ଉପରେ ଚଢି ନଦୀ ପାର କରିଥିଲେ l ବର୍ତମାନ ଏହି ଚଟାଣ କୁ ଭୀମ ପୋଲ କୁହାଯାଉଛି l

ମହାଭାରତ ର କଥା ଅନୁସାରେ ଦ୍ରୌପଦୀ ଆଗକୁ ଯାଇ ଖସି ମୃତ୍ୟୁ ବରଣ କରିଥିଲେ , ଏହାକୁ ଦେଖି ଭୀମ ଯୁଧିଷ୍ଠିର ଙ୍କୁ ପଚାରିଥିଲେ ‘ଭାଇ ଦ୍ରୌପଦୀ ତ କେବେ କୌଣସି ପାପ କରି ନଥିଲେ, ତେବେ ସେ କାହିଁକି ଅଧା ବାଟରୁ ଖସି ପଡି ମୃତ୍ୟୁ ବରଣ କଲେ l ଏହାର ଉତର ରେ ଯୁଧିଷ୍ଠିର କହିଥିଲେ – ଦ୍ରୌପଦୀ ଆମ ସଭିଙ୍କ ମଧ୍ୟରୁ ଅର୍ଜୁନ ଙ୍କୁ ଅଧିକ ଭଲ ପାଉଥିଲେ l କିଛିବାଟ ଚାଲିବା ପରେ ସହଦେଵ ମଧ୍ୟ ଖସି ପଡ଼ିଥିଲେ l ଏହାକୁ ଦେଖି ପୁନର୍ବାର ଭୀମ ଯୁଧିଷ୍ଠିର ଙ୍କୁ ପ୍ରଶ୍ନ କରିଥିଲେ ଯେ ସହଦେଵ ଙ୍କ ମୃତ୍ୟୁ କାହିଁକି ହେଲା, ଏହାର ଉତ୍ତର ରେ ଯୁଧିଷ୍ଠିର କହିଲେ ସହଦେଵ ନିଜକୁ ସବୁଠୁ ବଡ଼ ଜ୍ଞାନୀ ବୋଲି ନିଜକୁ ଭାବୁଥିଲା, ତାର ଗର୍ବ ତାର ମୃତ୍ୟୁ ର କାରଣ l

କିଛିବାଟ ପରେ ନକୁଳ ମଧ୍ୟ ଖସି ପଡିଲେ, ଭୀମ ପୁନର୍ବାର ଯୁଧିଷ୍ଠିର ଙ୍କୁ ପୁନର୍ବାର ପଚାରି ଥିଲେ ନକୁଳ କାହିଁକି ଅଧା ବାଟରୁ ଖସି ପଡିଲେ l ଏହାର ଉତ୍ତର ରେ ଯୁଧିଷ୍ଠିର କହିଲେ ଯେ ନକୁଳ ଙ୍କୁ ତାଙ୍କର ରୂପ କୁ ନେଇ ଗର୍ବ ଥିଲା, ତେଣୁ ସେ ମୃତ୍ୟୁ ବରଣ କଲେ l କିଛି ସମୟ ପରେ ଅର୍ଜୁନ ମଧ୍ୟ ଖସି ପଡିଲେ, ଏହାକୁ ଦେଖି ଭୀମ ପୁନର୍ବାର ପ୍ରଶ୍ନ କରିଥିଲେ , ଏହାର ଉତ୍ତରରେ ଯୁଧିଷ୍ଠିର କହିଥିଲେ ଅର୍ଜୁନ କୁ ତାର ପରାକ୍ରମ କୁ ନେଇ ଅଭିମାନ ଥିଲା , ଏହା କହି ଯୁଧିଷ୍ଠିର ଆଗକୁ ଚାଲିଲେ l

କିଛିବାଟ ଯିବା ପରେ ଭୀମ ମଧ୍ୟ ଖସି ପଡିଥିଲେ, ଏବଂ ଖସିବା ସମୟରେ ଏହାର କାରଣ ଯୁଧିଷ୍ଠିର ଙ୍କୁ ପଚାରି ଥିଲେ l ଯୁଧିଷ୍ଠିର କହିଲେ ଯେ ତମେ ଖୁବ ଅଧିକ ଖାଉଥିଲ ଓ ନିଜ ବୀରତ୍ୱ ର ମିଥ୍ୟା ପ୍ରଦର୍ଶନ କରୁଥିଲ , ସେଥିପାଇଁ ତମକୁ ଆଜି ତଳେ ଖସି ପଡ଼ିବାକୁ ପଡିଲା l

ଏହାପରେ ଯୁଧିଷ୍ଠିର କୁକୁର ସହିତ ଏକାକୀ ସ୍ୱର୍ଗ ଯାତ୍ରା କରିଥିଲେ, ଏବଂ ତାଙ୍କୁ ଦେବରାଜ ଇନ୍ଦ୍ର ସ୍ୱୟଂ ପାଛୋଟି ନେଇଥିଲେ l ଏବଂ ଯୁଧିଷ୍ଠିର ଇନ୍ଦ୍ର ଦେବ ଙ୍କୁ କହିଥିଲେ ଯେ ମୋର ଚାରିଭାଇ ଓ ଦ୍ରୌପଦୀ ବାଟରେ ଖସି ପଡିଲେ l ସେମାନେ କିପରି ମୋ ସହ ଯିବେ ବ୍ୟବସ୍ଥା କରନ୍ତୁ l ସେତେବେଳେ ଇନ୍ଦ୍ର କହିଥିଲେ ସେମାନେ ସମସ୍ତେ ଶରୀର ତ୍ୟାଗ କରି ପୂର୍ବରୁ ସ୍ୱର୍ଗ ରେ ପହଂଚି ସାରିଛନ୍ତି, କିନ୍ତୁ ଆପଣ ସଶରୀରେ ସ୍ୱର୍ଗ ରେ ପହଂଚି ଛନ୍ତି l

ଇନ୍ଦ୍ର ଙ୍କ କଥା ଶୁଣି ଯୁଧିଷ୍ଠିର କହିଥିଲେ ମୋ କୁକୁର ମୋ ସହିତ ସ୍ୱର୍ଗ ଯାତ୍ରା କରିବ, କିନ୍ତୁ ଦେବରାଜ ଇନ୍ଦ୍ର ଏହା ମାନି ନଥିଲେ l ଯୁଧିଷ୍ଠିର ସେମିତି ଜିଦି ଧରି ବସିବା ଦେଖି ଯମରାଜ କୁକୁର ମଧ୍ୟରୁ ପ୍ରକଟ ହୋଇଥିଲେ ଏବଂ ଯୁଧିଷ୍ଠିର ଙ୍କ ନିଷ୍ଠା ଦେଖି ସନ୍ତୁଷ୍ଟ ହୋଇଥିଲେ l

Leave A Reply