Odisha news

ବଦ୍ରିଙ୍କ ଦୃଢ଼ ନେତୃତ୍ୱକୁ ସମର୍ଥନ କରି କଂଗ୍ରେସ କର୍ମୀ ବିଜେଡିରେ ଯୋଗଦେଲେ

0
କେନ୍ଦୁଝର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ଓ ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ସାଂଗଠନିକ ଦକ୍ଷତା ଉପରେ ଆସ୍ଥା ପ୍ରକଟ କରି ଆଜି କେତେକ ଯୁବଗୋଷ୍ଠୀ କଂଗ୍ରେସ ଦଳ ଛାଡି ବିଜୁଜନତା ଦଳରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଥିବା ଜଣାଯାଇଛି। ସ୍ଥାନୀୟ ବଳରାମପୁର ପଞ୍ଚାୟତର ଝାଡ଼କୁଣ୍ଡି ଗ୍ରାମର ବ୍ଲକ ଉପାଧ୍ୟକ୍ଷ ପଞ୍ଚାନନ ବେହେରା ଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ମିଶ୍ରଣ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ  ବଦ୍ରିନାରାୟଣ ପାତ୍ର ଯୋଗ ଦେଇ ନୂଆ କରି ବିଜୁ ଜନତା ଦଳରେ ସାମିଲ ହୋଇଥିବା ଭାଗୀରଥି ଦାଶ, ନିରାକାର ଗିରି, କାହ୍ନୁଚରଣ ପ୍ରଧାନ,ବଳରାମ ପଣ୍ଡା, ନାରାୟଣ ପଣ୍ଡା, ବେଣୁଧର ସାହୁ, ଶେଷଦେବ ଦାଶ, ବାସୁଦେବ ଦେହୁରୀ, ରାହାସ ଦେହୁରୀ ଙ୍କ ସମେତ ୧୮ଜଣ ଯୁବକ ଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପ ପୁଚ୍ଛ ପ୍ରଦାନ କରି ସ୍ଵାଗତ କରିଥିଲେ।ନୂଆ କରି ଦଳରେ ସାମିଲ ହୋଇଥିବା ଯୁବକମାନେ ଦଳର ଆଗୁଆ ସୈନିକ ଭାବେ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା ଅକ୍ଷୟ ବିଶ୍ଵାଳ, ସୁଦର୍ଶନ ପଣ୍ଡା,ବାପୁନୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
Leave A Reply