Odisha news

ତଡାଖିଆ ନେତାଙ୍କୁ କୋଳେଇ ୨୦୧୯ର ଦଶା ଭୋଗିବ ବିଜେପି : ବିଜେଡି

0

 ୨୦୧୯ରେ ବିଜେଡିରୁ ବିତାଡିତ ନେତାଙ୍କୁ ନେଇଥଲା ବିଜେପି
 ଏଥର ବି ଜଘନ୍ୟ ଅପରାଧରେ ସମ୍ପୃକ୍ତ ନେତାଙ୍କୁ କୋଳେଇ ନେଉଛି
 ଓଡିଶାବାସୀ ଏଭଳି ନେତାଙ୍କୁ ଉଚିତ୍‌ ଜବାବ ଦେବେ
ଭୁବନେଶ୍ୱର, ୦୩/୦୩/୨୦୨୪: ୨୦୧୯ ମସିହାରେ ଯେଉଁ ନେତା ମାନଙ୍କର ବିଜେଡିରୁ ଟିକେଟ ପାଇବାର ସମ୍ଭାବନା ନଥିଲା, ଯେଉଁ ମାନଙ୍କୁ ଦଳରୁ ବାହାର କରାଯାଇଥିଲା, ଯେଉଁମାନେ ବିଜେଡିରେ ଆଉ ନିଜ ଭବିଷ୍ୟତ ଦେଖିପାରୁନଥଲେ ସେହି ନେତାଙ୍କୁ ଓଡିଶା ବିଜେପି ନିଜ ଦଳରେ ସାମିଲ କରି ନିର୍ବାଚନ ମୈଦାନକୁ ଓହ୍ଲାଇଥିଲା । ଆଉ ଫଳାଫଳ କଣ ହେଲା ସଭିଏଁ ଜାଣିଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର ।
ଶ୍ରୀ ମହାପାତ୍ର ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ଏଥର ମଧ୍ୟ ସମାନ ଫର୍ମୁଲା ଓଡିଶା ବିଜେପି ଆପଣାଇଛି । ଏଥର ଅତି ଜଘନ୍ୟ ଅପରାଧରେ ଲିପ୍ତ ଥିବା, ତଥା ଜନବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବିତାଡିତ ହୋଇଥିବା ଏବଂ ଟିକେଟ ପାଇବାର ସମ୍ଭାବନା ନଥିବା ନେତାଙ୍କୁ ଓଡିଶା ବିଜେପି କୋଳେଇ ନେଉଛି ।
ଏହିଭଳି ନେତାଙ୍କୁ ସାମିଲ କରିବା ଫଳରେ ଗୋଟିଏ କଥା ସ୍ପଷ୍ଟ ହେଉଛି, ଓଡିଶା ବିଜେପି ନୂଆ ନେତା ସୃଷ୍ଟି କରିବାରେ ବିଫଳ ହୋଇଛି । ସେମାନଙ୍କର ଅପାରଗତା ଜଳଜଳ ହୋଇ ବାରି ହୋଇ ପଡୁଛି । ଏହା ସ୍ପଷ୍ଟ ସଂକେତ ଦେଉଛି, ୨୦୧୯ ତୁଳନାରେ ୨୦୨୪ରେ ଓଡିଶା ବିଜେପି ଆହୁରି ଖରାପ ଓ ନୈରାଶ୍ୟଜନକ ପ୍ରଦର୍ଶନ କରିବ ।
କାରଣ ଏହିଭଳି ଜଘନ୍ୟ ଅପରାଧୀକ ତତ୍ତ୍ୱ, ଜନବିରୋଧୀ ନେତା ଏବଂ ଜନତାଙ୍କ ବିଶ୍ୱାସ ହରାଇଥିବା ନେତାଙ୍କୁ ଓଡିଶାବାସୀ ଗ୍ରହଣ କରିବେନି । ୨୦୧୯ ଭଳି ଏଥର ମଧ୍ୟ ଉଚିତ୍ ଜବାବ ଦେବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

 

Leave A Reply