ବାରଙ୍ଗ (ସବ୍ୟୁ) ପୂର୍ବତନ ସରପଞ୍ଚଙ୍କ ସ୍ୱାମୀକୁ ଖଣ୍ଡାରେ ମରଣାତ୍ମକ ଆକ୍ରମଣ କରିବା ଘଟଣା ର ୨୪ ଘଣ୍ଟା ନ ପୁରୁଣୁ ସୋମବାର ଦିନ ମଧ୍ୟାହ୍ନ ସମୟରେ ପୁଣି ଅଶାନ୍ତ ବାରଙ୍ଗ ରାଜରାସ୍ତାରେ ବୁଲିଛି ଖଣ୍ଡା। ଉଲଗ୍ନ ଅବସ୍ଥାରେ ଜଣେ ଯୁବକ ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତା ରେ ଗାଡ଼ି ଅଟକାଇ ଖଣ୍ଡା ରେ ଆକ୍ରମଣ କରିବାକୁ ଗୋଡାଉଛନ୍ତି । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗୋଡିସାହି ଫାଣ୍ଡି ଅନ୍ତର୍ଗତ ଗୋଡିସାହି ବଜାରରେ ।ସୋମବାର ଦ୍ବିପହରରେ ଜଣେ ଯୁବକ ଉଲଗ୍ନ ହୋଇ ହାତରେ ଖଣ୍ଡା ଧରି ଆତଙ୍କ ଖେଳାଇଛନ୍ତି ।ଉକ୍ତ ଯୁବକ ଏହି ଫାଣ୍ଡି ଅଧିନସ୍ତ ରାମଦାସପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାରର୍ଷିଙ୍ଗା ଗ୍ରାମର ହାଡିବନ୍ଧୁ ଭୋଇ(୫୦) ବୋଲି ଜଣାପଡ଼ିଛି ।ତେବେ ଯୁବକ ଏଭଳି କାଣ୍ଡ ଘଟାଉଥିବା ବେଳେ ଘଟଣାସ୍ଥଳରେ ଉପସ୍ଥିତ ଲୋକ ମାନେ ଗୋଡିସାହିଫାଣ୍ଡି କୁ ସୂଚନା ଦେଇଥିଲେ। ଖବର ପାଇ ଫାଣ୍ଡି ପୋଲିସ ହାଡିବନ୍ଧୁ ଙ୍କୁ ଅଟକ ରଖିବା ସହିତ ତା ନିକଟରୁ ଏକ ଖଣ୍ଡା ଜବତ କରିଛି।ସେ ଏଭଳି କାହିଁକି କରୁଥିଲା ସେ ବିଷୟରେ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି ପୋଲିସ।