Odisha news

ଫିଟ ରହିବା ଗ୍ଲୁଟେନ ଫ୍ରୀ ଡାଏଟ ଗ୍ରହଣ କରୁଥିଲେ ଜାଣିବା ଜରୁରୀ ଯେ ଏହା ଆପଣଙ୍କ ଶରୀର ପାଇଁ କେତେ ଲାଭ ଦାୟକ

0

ଆଜିକାଲି ସୁସ୍ଥ ରହିବା ସହିତ ହେଲଦି ରହିବା ପାଇଁ ବିଭିନ୍ନ ପ୍ରକାର ଡାଏଟ ଚାଟ ଫଲୋ କରାଯାଉଛି l ଯେଉଁଥିରେ ଗ୍ଲୁଟେନ ଫ୍ରୀ ନାମକ ଡାଏଟ ଚାଟ ସାମିଲ ରହିଛି l ଏହି ଡାଏଟ ଚାଟରେ ଗ୍ଲୁଟେନ ନାମକ ପ୍ରୋଟିନ ମିଳିଥାଏ, ସେହି ଖାଦ୍ୟ ଠାରୁ ଦୁରେଇ ରହିବ ପାଇଁ ପରାମର୍ଶ ଦିଆଯାଇ ଥାଏ l ଗ୍ଲୁଟେନ ହେଉଛି ଗୋଟିଏ ପ୍ରକାରର ପ୍ରୋଟିନ, ଏହି ପ୍ରୋଟିନ ବିଶେଷ ଭାବରେ ଗହମ, ସୁଜି ଭଳି ଅନ୍ୟାନ୍ୟ ଶସ୍ୟରେ ମିଳିଥାଏ l ଏକ୍ସପର୍ଟ ମାନେ ଗ୍ଲୁଟେନ ଫ୍ରି ଡାଏଟ କୁ ଶରୀର ପକ୍ଷରେ ସ୍ୱାସ୍ଥ୍ୟକର ବୋଲି ମତ ଦେଇ ଥାଆନ୍ତି l ସେମାନଙ୍କର ମତ ରହିଛି ଯେ ଏଭଳି ଖାଦ୍ୟରେ ଏନର୍ଜି ରହିଥାଏ ଓ ଓଜନ ହ୍ରାସ ହୋଇଥାଏ l ଏବଂ ଜଏଣ୍ଟ ପେନ ଦୂର ହୋଇଥାଏ, ତ୍ୱଚା ସୁନ୍ଦର ରହିଥାଏ l

ଗ୍ଲୁଟେନ ଫ୍ରି ଡାଏଟ ର ଲାଭ –
* ଗ୍ଲୁଟେନ ଫ୍ରି ଡାଏଟ ସେବନ କରିବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ, ଏହିଭଳି ଖାଦ୍ୟ ଦ୍ୱାରା ପାଚନ ତନ୍ତ୍ର ଉପରେ ଅଧିକ ପ୍ରେସର ପଡ଼ି ନଥାଏ l ଯେଉଁ କାରଣରୁ ଓଜନ ହ୍ରାସ ହୋଇଥାଏ ଏବଂ ଏଭଳି ଖାଦ୍ୟ ରେ ଉର୍ଜା ମଧ୍ୟ ଶରୀରକୁ ଠିକ ଭାବରେ ମିଳିଥାଏ l

* ଗ୍ଲୁଟେନ ଫ୍ରି ଖାଦ୍ୟ ସେବନ କରିବା ଦ୍ୱାରା ଶରୀରରେ କାର୍ବାହାଡ଼ରେଟ ମାତ୍ରା କମ ପହଂଚିଥାଏ ଓ ପାଚନ ତନ୍ତ୍ର ଉନ୍ନତ ହୋଇଥାଏ l

* ଗ୍ଲୁଟେନ ଫ୍ରି ଖାଦ୍ୟ ଖାଇବା ଦ୍ୱାରା ପେଟ ସର୍ବଦା ଭର୍ତି ହୋଇ ରହିଥାଏ l ଯାହାଦ୍ୱାରା ଆମେ ଅତିରିକ୍ତ ଖାଦ୍ୟ ଖାଇବା ଠାରୁ ଦୁରେଇ ରହିଥାଉ ଏବଂ ଓଜନ ହ୍ରାସ ହୋଇଥାଏ l

* ଗ୍ଲୁଟେନ ଫ୍ରି ଖାଦ୍ୟ ଖାଇବା ଦ୍ୱାରା ଜଏଣ୍ଟ ପେନ ସମସ୍ୟା ହୋଇନଥାଏ l ଯେପରିକି ଅର୍ଥାରଇଟିସ . ସମସ୍ୟାରୁ ମଧ୍ୟ ଆରାମ ମିଳିଥାଏ l

ଗ୍ଲୁଟେନ ଫ୍ରି ଖାଦ୍ୟ ଖାଇବା ର କ୍ଷତି –

* ଶରୀରକୁ ସୁସ୍ଥ ରଖିବା ପାଇଁ ସମସ୍ତ ପ୍ରକାରର ପୋଷାକ ତତ୍ୱର ଆବଶ୍ୟକତା ରହିଛି l ତେଣୁ ଅତ୍ୟଧିକ ମାତ୍ରାରେ ଗ୍ଲୁଟେନ ଫ୍ରି ଡାଏଟ ଖାଇବା ଉଚିତ ନୁହେଁ l ଯାହାଦ୍ୱାରା ଶରୀରକୁ ହାନି ହୋଇପାରେ l

* ଗ୍ଲୁଟେନ ଫ୍ରି ଖାଦ୍ୟ ଖାଇବା ଦ୍ୱାରା ଶରୀର କୁ କାର୍ବସ୍ ମିଳିନଥାଏ l କାହିଁକି ନା ଶରୀରକୁ ସୁସ୍ଥ ରଖିବା ପାଇଁ କାର୍ବସ ର ଆବଶ୍ୟକତା ରହିଛି l

* ଗ୍ଲୁଟେନ ଫ୍ରି ଖାଦ୍ୟ ଅଧିକ ଦାମ, ତେଣୁ ଏହା ସେବନ କରିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ l ତେଣୁ ଆୟ କୁ ଦେଖି ଖାଇବା ଜରୁରୀ l

* ଗ୍ଲୁଟେନ ଫ୍ରି ଡାଏଟ ଖାଇବା ପୂର୍ବରୁ ଡାକ୍ତର କିମ୍ବା ଡାଏଟିସିଏନ ଙ୍କୁ ପରାମର୍ଶ କରିବା ଜରୁରୀ l ଏହାଦ୍ୱାରା ଆପଣଙ୍କ ଆବଶ୍ୟକ ଅନୁସାରେ ସାହାଯ୍ୟ ମିଳିବ l

Leave A Reply