Odisha news

ଲୋକାର୍ପିତ ହେଲା ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥା, ଦେଶର ଶିକ୍ଷା କ୍ଷେତ୍ରରେ ଆଜି ଐତିହାସିକ ଦିନ : ପ୍ରଧାନମନ୍ତ୍ରୀ

0
ବ୍ରହ୍ମପୁର :  ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଲଉଡ଼ିଗାଁଠାରେ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥା (ଆଇଜର) ସ୍ଥାୟୀ କ୍ୟାମ୍ପସକୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀରେ ଲୋକାର୍ପିତ କରିଛନ୍ତି। ଦେଶର ଯୁବ ଛାତ୍ରଙ୍କ ଉଦ୍ଦେଶ୍ୟରେ ଏହା ସମର୍ପିତ ବୋଲି କହିଛନ୍ତି। ଦେଶର ନୂତନ ଯୁବାବର୍ଗଙ୍କ ପାଇଁ ଏହା ବେଶ ଉପାଦେୟ ହେବ। ଉଚ୍ଚଶିକ୍ଷାର କ୍ଷେତ୍ରରେ ସମ୍ପ୍ରତି ଏହି ଆଧୁନିକ ଅନୁଷ୍ଠାନ ଯୋଡ଼ି ହୋଇଛି। ଏଠାରେ ଆଧୁନିକ ଲାଇବ୍ରେରୀ, କ୍ଳାସରୁମ ଆଦି ବିଭିନ୍ନ କୋଠା ମଧ୍ୟ ଲୋକାର୍ପିତ ହୋଇଛି। ନୂଆ ଭାରତରେ ଆଧୁନିକ ଶିକ୍ଷା କ୍ଷେତ୍ରରେ ଅଧିକା ଗୁରୁତ୍ବ ଦିଆଯାଉଛି। ବିଗତ 10ବର୍ଷରେ ରେକର୍ଡ଼ ସଂଖ୍ୟାରେ ବିଶ୍ବବିଦ୍ୟାଳୟ, ସ୍କୁଲ ଆଦିର ନିର୍ମ।ଣ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ। ଏନେଇ ଆଇଜର ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ କେନ୍ଦ୍ର ଆଦିବାସୀ ବ୍ୟାପର ଓ ଜଳଶକ୍ତି ମନ୍ତ୍ରୀ ବିଶେଶ୍ବର ଟୁଡ଼ୁ ଯୋଗ ଦେଇ ଓଡ଼ିଶାରେ ଆଇଜର ଭଳି ବୃହତ୍ତ ଅନୁଷ୍ଠାନ ଲୋକାର୍ପିତ ହେବା ଖୁସିର ବିଷୟ ବୋଲି କହିଛନ୍ତି। ସାମ୍ପ୍ରତିକ ସ୍ଥିତିରେ ଯୁବାବର୍ଗଙ୍କ ବିକାଶକୁ ଅଗ୍ରାଧିକାର ଦିଆଯାଉଛି। ସେମାନଙ୍କୁ ସବୁକ୍ଷେତ୍ରରେ ସ୍ଵାବଲମ୍ବୀ କରିବା ଦିଗରେ ସରକାର ପ୍ରଧାନ୍ୟ ଦେଇ ଆସୁଛନ୍ତି। ନୂଆ ପିଢି ନୂତନ ଅନୁସନ୍ଧନାରେ ଆଗେଇ ଯାଉଛନ୍ତି ବୋଲି ସେ କହିଥିଲେ। ସେହିଭଳି ଡ଼ିନ ଇଣ୍ଟରନ୍ୟାସନାଲ ଏଫାୟରସ ଜୟଦୀପ ମୁଖପଧ୍ୟାୟ ସ୍ଵାଗତ ସମ୍ଭାଷଣ ଦେଇ ଯୁବାବର୍ଗଙ୍କ ଲକ୍ଷ୍ୟ ସାଧାନ କ୍ଷେତ୍ରରେ ଆଇଜର ବିରାଟ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ।  ଆଇଜର ନିର୍ଦ୍ଦଶେକ ଆଶୋକ କୁମାର ଗାଙ୍ଗୁଲି ଏହା ନିର୍ମ।ଣର ଇତିହାସ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଗଞ୍ଜାମର ସୁଗନ୍ଧିତ କିଆଫୁଲ, ମତ୍ସ୍ୟଜୀବୀ ଆଦିର ପ୍ରାଚୁର୍ଯ୍ୟ ଥିବା ଗଞ୍ଜାମ ବାସ୍ତବରେ ବିବିଦ୍ଧତା ମଧ୍ୟରେ ଥିବା ଏକତାକୁ ପ୍ରତିପାଦିତ କରୁଛି ବୋଲି ସେ କହିଥିଲେ। ଶେଷରେ ଆଇଜର ରେଜିଷ୍ଟ୍ରାର ପ୍ରଦୀପ କୁମାର ରୟ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ ଯେ, ସମ୍ପ୍ରତି ବିଭିନ୍ନ ବିଭାଗ ଓ ଶ୍ରେଣୀରେ ଆଇଜରରେ 932ଜଣ ଛାତ୍ରଛାତ୍ରୀ ଅଧ୍ୟୟନ ଓ ଗବେଷଣା କରୁଛନ୍ତି। 87ଜଣ ବରିଷ୍ଠ ଓ କନିଷ୍ଠ ଷ୍ଟାଫ ମଧ୍ୟ ରହିଛନ୍ତି। ଏଯାବତ ଏଠାରୁ ତିନୋଟି ବ୍ୟାଚ କୃତକାର୍ଯ୍ୟ ହୋଇ ଆଗକୁ ବଢିଛନ୍ତି। 200.435ଏକର ପରିମିତ ସ୍ଥାନରେ ନିର୍ମିତ ଆଇଜର 1016ରେ ନିର୍ମ।ଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ସମ୍ପ୍ରତି 15ଟି କୋଠାର କାର୍ଯ୍ୟ ଶେଷ ହୋଇଛି। ବଳକା କୋଠା କାର୍ଯ୍ୟ ଆଗାମୀ 6ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଏଠାରେ କୁହାଯାଇଛି। ସେହିଭଳି ସମୁଦାୟ 773.76କୋଟି ଟଙ୍କା ଅନୁଦାନ ମିଳିଥିବା ବେଳେ ବର୍ତ୍ତମାନ 15ଟି କୋଠା ଲାଗି 263.79କୋଟି ଖର୍ଚ୍ଚ ହୋଇଛି। ଆଜି ନୂତନ କୋଠାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକାର୍ପିତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିବେକ ଏମଙ୍କ ସମେତ ବହୁ ବୁଦ୍ଧିଜୀବି ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
Leave A Reply