Odisha news

୮ ବର୍ଷ ପୁରୁଣା ୱାରେଣ୍ଟିକୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କଲା ବୈଶିଙ୍ଗା ପୁଲିସ 

0
ବେତନଟୀ : ଏକାଧିକ ଅପରାଧିକ ମାମଲାରେ ଜଡିତ ୮ ବର୍ଷ  ପୁରୁଣା ମାମଲାରେ ଜଡିତ ଅଭିଯୁକ୍ତ ୱାରେଣ୍ଟିକୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କଲା ବୈଶିଙ୍ଗା ପୁଲିସ l
    ସୂଚନା ଅନୁଯାଇ ବୈଶିଙ୍ଗା ଥାନା ଅଧୀନ ପୁରୁଣିଆ ଉପକଣ୍ଠ ନୂଆଗାଁ ଗ୍ରାମର ଭୋଳାନାଥ ନାୟକଙ୍କ ପୁଅ ରାଜେଶ ନାମରେ ୨୦୧୫ ମସିହାରେ ବୈଶିଙ୍ଗା ଥାନା କେସ ୨୦୧ନଂ ରେ ଏକ ଚୋରି ମାମଲା ରୁଜୁ ହୋଇଥିବାବେଳେ ୨୦୧୭ ମସିହାରେ କେସ ୫୭ନଂ ରେ ଏକ ମାରପିଟ ଜନିତ ମାମଲା ରୁଜୁ ହୋଇଥିଲା l ପରେ ଏନେଇ କୋର୍ଟରେ ମାମଲା ବିଚରାଧୀନ ଥିବାବେଳେ ରାଜେଶ ଦୀର୍ଘଦିନ ଧରି କୋର୍ଟରେ ଉପସ୍ଥିତ ହଉନଥିଲା l ଯୋଉଁଥିପାଇଁ ରାଜେଶ ନାମରେ କୋର୍ଟରୁ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା l ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆଜି ରାଜେଶକୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଜାମିନ ନାମଞ୍ଜୁର ହେବାରୁ ରାଜେଶକୁ ବିଚରାଧୀନ ଜେଲକୁ ପଠାଯାଇଥିବା ସୂଚନା ମିଳିଛି l
Nalco
Leave A Reply