ଅଣ୍ଡା ଭଳି ଅଣ୍ଡା ଚୋପା ମଧ୍ୟ ଅନେକ ପୋଷାକ ତତ୍ତ୍ୱରେ ଭରପୁର ହୋଇଥାଏ, ଅଷ୍ଟ୍ରିୟପୋରସିସ ପାଇଁ ରାମବାଣ ଅଟେ : ରିସର୍ଚ୍ଚ
ଆମେ ସମସ୍ତେ ପ୍ରାୟ ଜାଣିଛୁ ଯେ ଅଣ୍ଡା ଶରୀର ପକ୍ଷରେ ଖୁବ ଫଳପ୍ରଦ ଅଟେ ଏବଂ ଅନେକ ଗୁଡିଏ ପୋଷାକ ତତ୍ତ୍ୱରେ ମଧ୍ୟ ଭରପୁର ହୋଇଥାଏ l ଅଣ୍ଡା କୁ ଗୋଟିଏ ବାଲାନ୍ସ ଡାଏଟ ଭାବରେ ଗ୍ରହଣ କରାଯାଇଥାଏ l କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଯେଉଁ ଅଣ୍ଡାର ଚୋପା କୁ ଆମେ ଆବର୍ଜନା ଭାବି ଫିଙ୍ଗି ଦେଇଥାଉ, ତାର ଚୋପା ମଧ୍ୟ ଅନେକ ଗୁଡିଏ ପୋଷାକ ତତ୍ତ୍ୱରେ ଭରପୁର ହୋଇଥାଏ l ଅଣ୍ଡା ର ଯେଉଁ ଅଂଶ କୁ ଏଗ ସେଲ୍ ବୋଲି କୁହାଯାଇ ଥାଏ, ତାହା ଅନେକ ଗୁଡିଏ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରିଥାଏ l ଗୋଟିଏ ଗବେଷଣା ଅନୁସାରେ ଅଣ୍ଡା ଚୋପା କ୍ୟାଲସିୟମ କାର୍ବୋନେଟ, ପ୍ରୋଟିନ ଓ ଅନ୍ୟ ଆବଶ୍ୟକ ମିନେରାଲସ ରେ ଭରପୁର ହୋଇଥାଏ l ଗବେଷଣାରୁ ଜଣା ପଡିଛି ଯେ ଅଣ୍ଡା ର ପ୍ରତ୍ୟେକ ଚୋପା ରେ ୪୦ ପ୍ରତିଶତ କ୍ୟାଲସିୟମ ରହିଥାଏ l ନେସନାଲ ସେଣ୍ଟର ଫର ବାୟୋଟେକନୋଲୋଜି ଇନଫରମେସନ ରିପୋର୍ଟ ର ସୂଚନା ଅନୁସାରେ ଦୈନନ୍ଦିନ ଜୀବନ ର କ୍ୟାଲସିୟମ କୁ ପୁରା କରିଥାଏ l
* ଅଣ୍ଡା ଚୋପା ରେ କ୍ୟାଲସିୟମ୍ କାର୍ବୋନେଟ ଭରପୁର ମାତ୍ରାରେ ରହିଥାଏ l ଯାହା ହାଡ଼କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l ଏହା ବ୍ୟତୀତ ଏଗ ସେଲ ରେ ଫ୍ଲୋରାଇଡ ଓ ଅନ୍ୟ ଜରୁରୀ ମିନେରାଲସ ଭରପୁର ମାତ୍ରା ରେ ମିଳିଥାଏ l
* ଅଷ୍ଟ୍ରିୟପୋରସିସ ଗୋଟିଏ ଏଭଳି ରୋଗ ଅଟେ l ଯାହାଦ୍ୱାରା ହାଡ଼ ଦୁର୍ବଳ ହୋଇଯାଇ ଥାଏ l ଏହି ରୋଗ ଦ୍ୱାରା ଦୁନିଆର ଅନେକ ଲୋକ ପ୍ରଭାବିତ ହୋଇ ଥାଆନ୍ତି l କ୍ୟାଲସିୟମ କମି ଦ୍ୱାରା ହାଡ଼ ଜନିତ ଅନେକ ସମସ୍ୟା ଦେଖା ଯାଇଥାଏ l ଅଧ୍ୟୟନ ଅନୁସାରେ ଅଷ୍ଟ୍ରିୟପୋରସିସ ସମସ୍ୟା ପାଇଁ ଅଣ୍ଡା ଚୋପା ଗୋଟିଏ ଭଲ ଉପାୟ l
* ଯେଉଁମାନେ ଗଣ୍ଠି ଜନିତ ବିଭିନ୍ନ ସମସ୍ୟାରେ ପୀଡିତ ହେଉଛନ୍ତି ସେମାନେ ଅଣ୍ଡା ଚୋପା କୁ ସଫା କରି ସେଥିରେ ଗୁଣ୍ଡ ପ୍ରସ୍ତୁତ କରି ସେବନ କରିବା ଦ୍ୱାରା ଯନ୍ତ୍ରଣା ରୁ ଆରାମ ମିଳିଥାଏ l
* ସିଝା ଅଣ୍ଡା ଚୋପା କୁ ଫୋପାଡ଼ି ନଦେଇ ତାହାକୁ ଗୁଣ୍ଡ କରି ଜୁସ ଓ ସୁପ ପ୍ରଭୃତି ରେ ମିଶାଇ ସେବନ କରନ୍ତୁ l