ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ତାରାସିଙ୍ଗି ବନାଞ୍ଚଳର ବନ ବିଶ୍ରାମଗାର ପରିସରରେ ଏକ ଦିବସୀୟ ବନାଗ୍ନି ପ୍ରଶମନ ଓ ସୁପରିଚାଳନା ବୈଠକ ଅନୁଷ୍ଟିତ
(ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ତାରାସିଙ୍ଗି ବନାଞ୍ଚଳର ବନ ବିଶ୍ରାମଗାର ପରିସରରେ ଏକ ଦିବସୀୟ ବନାଗ୍ନି ପ୍ରଶମନ ଓ ସୁପରିଚାଳନା ବୈଠକ ବନଖଣ୍ଡ ଅଧିକାରୀ ଶ୍ରୀ ସୁଦର୍ଶନ ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବନଖଣ୍ଡ ଅଧିକାରୀ ଯୋଗ ଦେଇଥିଲେ । ସଂମାନିତ ଅତିଥି ରୂପେ ଆଞ୍ଚଳିକ ବନ ସଂରକ୍ଷକ ଶ୍ରୀ ସୁବ୍ରତ କୁମାର ପାତ୍ର ମଧ୍ୟ ଯୋଗ ଦେଇଥିଲେ । ମୋଟ ୩୫ ଗୋଟି ବନ ସୁରକ୍ଷା ସମିତି ମଧ୍ୟରୁ ଶତାଧିକ ବନ ସୁରକ୍ଷା ସମିତିର କର୍ମକର୍ତ୍ତା ଯୋଗ ଦେଇ ଜଙ୍ଗଲ ନିଆଁକୁ କିପରି ପ୍ରତିହତ କରିହେବ ସେ ବିଷୟରେ ନିଜ ନିଜର ଅଭିଜ୍ଞତା ଓ ମତାମତ ସାବ୍ୟସ୍ତ କରିଥିଲେ । ସମାଜସେବୀ ଶ୍ରୀ ଶୂଳପାଣି ଶତପଥି ,ପରିବେଶ ତଥା ବନ୍ୟପ୍ରାଣୀ ପ୍ରେମୀ ଶ୍ରୀ ବିଜୟ କୁମାର ପ୍ରଧାନ ମଧ୍ୟ ଯୋଗ ଦେଇଥିଲେ । ସ୍ୱେଚ୍ଛା ସେବୀ ଅନୁଷ୍ଟାନ ଗ୍ରାମ ବିକାଶର କର୍ମଚାରୀ ମାନେ ମଧ୍ୟ ଯୋଗ ଦେଇ ନିଜ ନିଜର ମତ ସାବ୍ୟସ୍ତ କରିଥିଲେ । ବନାଞ୍ଚଳ ଅଧିକାରୀ ଶ୍ରୀ ଅରୁଣ କୁମାର ପ୍ରଧାନ ସ୍ବାଗତ ଭାଷଣ ଦେଇ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଡେପୁଟି ରେଞ୍ଜର ଶ୍ରୀ କୃତିବାସ କୁମାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ସହିତ କୋକଳବା ସରପଞ୍ଚ ପ୍ରତିନିଧି ଶ୍ରୀ କୃଷ୍ଣ ଗୋପାଳ ଦଳବେହେରା ମଧ୍ୟ ଉପସ୍ଥିତ ଥିଲେ I ୩ ଟି ସେକ୍ସନର ବନପାଳ ଯଥା କୃଷ୍ଣ ନାହାକ ,କଳାବଦନ ଦାସ ଓ ଶୁଭସ୍ମୀତା ଦାସ ଙ୍କ ସମେତ ସମସ୍ତ ବନରକ୍ଷୀ , ସ୍କାର୍ଡ ,ଗଜସାଥୀ ,ଅନିମେଟର ମାନେ ଉପସ୍ଥିତ ଥିଲେ । ପ୍ରକଳ୍ପ ସଂଯୋଜକ ରାମଚନ୍ଦ୍ର ବାରିକ ମଞ୍ଚ ପରିଚାଳନା କରିଥିଲେ ବେଳେ ସମସ୍ତ ପ୍ରୋଜେକ୍ଟ ଷ୍ଟାଫଙ୍କ ସହିତ ସହଯୋଗୀ ସଂସ୍ଥା ସ୍ବାତୀର କର୍ମକର୍ତ୍ତା ମାନେ ମଧ୍ୟ ଉପସ୍ଥିତ ଥିଲେ ।