Odisha news

ଢିପାସାହି ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସଵ ପାଳିତ

0

ବାରିପଦା : ସ୍ଥାନୀୟ ୧୧ନମ୍ବର ୱାର୍ଡ ସ୍ଥିତ ଢିପାସାହି ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉସôବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚନ୍ଦ୍ରମଣି ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ବାରିପଦା ଗୋଷ୍ଠୀ ଶିକ୍ଷାଅଧିକାରୀ ନଳିନୀକାନ୍ତ ପ୍ରଧାନଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି ଉସôବରେ ନହରପଦା କ୍ଲଷ୍ଟରର ସିଆରସିସି କନକଲତା ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ରାଜ୍ୟ ତଥା ଜାତୀୟ ପୁରସ୍କାର ଲାଭ କରିଥିବା ଅବସରପ୍ରାପ୍ତ ଶିକ୍ଷକ ଭାଗବତ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରାଥମିକ ଶିକ୍ଷା ହିଁ ମଣିଷ ଜୀବନର ମୂଳଦୁଆ, ପ୍ରାଥମିକ ଶିକ୍ଷା ସୁଦୃଢ ହେଲେ ପିଲା ଭବିଷ୍ୟତରେ ଜଣେ ଭଲ ମଣିଷ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଶ୍ରୀମତୀ ମାଝୀ ଛାତ୍ରଛାତ୍ରୀମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଖୋରାକ୍ ଯୋଗାଇଥାଏ ବୋଲି କହିଥିଲେ । ବିଦ୍ୟାଳୟ ପରି·ଳନା ସମିତିର ସଭାପତି କିରଣ ସାହୁଙ୍କ ସମେତ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ନିରୂପମା ବେହେରା ତଥା ପ୍ରାକ୍ତନ ପ୍ରଧାନଶିକ୍ଷକ ମୀନାକୁମାରୀ ମିଶ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟ ପରି·ଳନା ସମିତିର ଉପସଭାପତିଙ୍କ ସମେତ ଅନ୍ୟ ସଦସ୍ୟମାନଙ୍କ ପରି·ଳନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉସôବରେ ମଂଚାସୀନ ଅତିଥିମାନେ ବାର୍ଷିକ କ୍ରୀଡା ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀମତୀ ମିଶ୍ର ବାର୍ଷିକ ବିବରଣୀ ପାଠ କରିବା ସହ ବିଦ୍ୟାଳୟର ବିଭିନ୍ନ ଅସୁବିଧା ସମ୍ପର୍କରେ ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପରିଶେଷରେ ପ୍ରଧାନଶିକ୍ଷକ ଶ୍ରୀମତୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

Leave A Reply