Odisha news

ରାଜ୍ୟସ୍ତରୀୟ କବାଡି ଚମ୍ପିୟାନସିପ୍ରେ ମୟୂରଭଞ୍ଜ ଦଳ, ପ୍ରଥମଥର ମହିଳା ଦଳର ଅଂଶଗ୍ରହଣ

0

ବାରିପଦା  : ଜବାହରଲାଲ ଷ୍ଟାଡିୟମ କଟକ ଠାରେ ଅନୁଷ୍ଠିତ ହେବାକୁ ଥିବା ୭୧ତମ ରାଜ୍ୟସ୍ତରୀୟ ଉଭୟ ପୁରୁଷ ଓ ମହିଳା କବାଡି ଚମ୍ପିୟାନସିପ-୨୦୨୪ରେ ମୟୂରଭଞ୍ଜର ଉଭୟ ଦଳ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି । ପୁରୁଷ ଦଳରେ ମିହିର ରଞ୍ଜନ ବେହେରା, ଆୟୁଷ ଦଣ୍ଡପାଟ, ମାନସ ମହାପାତ୍ର, ଉଦୟନାଥ କର, ସପନ କୁମାର ସାହୁ, ମନୋଜ କୁମାର ଦାସ, ସୌରଭ ଦାସ, ଗୀତଗୌରବ ଚୌଧୁରୀ, ବିକ୍ରମ ସାହୁ, ଅଙ୍କିତ କୁମାର ବେହେରା, ଲକ୍ଷ୍ମୀଧର ବାଗ, ସାଇନାଥ ମହାରଣା ଏବଂ ମହିଳା ଦଳରେ ଦିପାଲି ସିଂ, ସୁମିତ୍ରା ସୋରେନ, ଅନାମିକା ସିଂ, ପ୍ରୀତି ପିପାସା ଅହଦର, କାଞ୍ଚନ ଟୁଡୁ, ମିତାଲି ମାଝୀ, ଠାକୁରମଣି ସିଂ, ଗୌରୀ ବାସ୍କେ, ରାନୁ ମୁର୍ମୁ, ଅନିଶା ଦାସ, ମାହି ସୋରେନ ଓ କୁମୁଦିନୀ ହେମ୍ବ୍ରମ ପ୍ରମୁଖ ସ୍ଥାନ ପାଇଛନ୍ତି ଓ ପୁରୁଷ ଦଳର ମାନସ ରଞ୍ଜନ ବେହେରା ଓ ମହିଳା ଦଳର ସୋନାଲିକା ବେହେରା କୋଚ ଏବଂ ମ୍ୟାନେଜର ଭାବେ ଦଳ ସହ ଗସ୍ତ କରିବେ । ମହିଳା ଦଳ ପ୍ରଥମଥର ପାଇଁ ଏହି ଚମ୍ପିୟାନସିପରେ ଅଂଶଗ୍ରହଣ କରୁଛନ୍ତି ବୋଲି କବାଡି ସହ ସମ୍ପାଦକ ପ୍ରସନ୍ନଜିତ ମହାନ୍ତି ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅଭିମନୁ୍ୟ ବେହେରା ଓ ଦୌଲତ ଚନ୍ଦ୍ରକରଙ୍କ ସମେତ ଉପଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାଏକ, ଜିଲ୍ଲା କ୍ରୀଡା ଅଧିକାରୀ ଅବନୀ ମୋହନ ମହାନ୍ତି, ମୟୂରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଉପସଭାପତି ବିବେକାନନ୍ଦ ପଟ୍ଟନାୟକ, ସହସମ୍ପାଦକ ବୈଦ୍ୟନାଥ ରଥ, ଅମ୍ବିକା ରାଉତ, ଅଶୋକ ପଟ୍ଟନାୟକ, ରବୀନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଶୁଭକାମନା ଜଣାଇଛନ୍ତି ।

Leave A Reply