Odisha news

ରବିବାର ଦିନ ସୂର୍ଯ୍ୟ ଦେବଙ୍କୁ ଜଳ ରେ ଗୁଡ଼ ମିଶାଇ ଅର୍ଘ୍ୟ ଦେବା ପଛରେ କଣ ରହିଛି ମହତ୍ୱ

0

ହିନ୍ଦୁ ଧର୍ମରେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ଘ୍ୟ ଦେବାର ବିଶେଷ ମହତ୍ୱ ରହିଛି l ଏମିତିରେ ପ୍ରତିଦିନ ସକାଳୁ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଅର୍ପଣ କରାଯାଇ ଥାଏ, କିନ୍ତୁ ରବିବାର ଦିନଟି ସୂର୍ଯ୍ୟ ଦେବଙ୍କ ବାର ହୋଇଥିବା କାରଣରୁ ଏହିଦିନ ସୂର୍ଯ୍ୟ ପୂଜନ ର ବିଶେଷ ମହତ୍ୱ ରହିଛି l ମାନ୍ୟତା ରହିଛି ଯେ ରବିବାର ଦିନ ସୂର୍ଯ୍ୟ ଦେବଙ୍କୁ ଜଳ ରେ ଗୁଡ଼ ମିଶାଇ ଅର୍ଘ୍ୟ ଦେବାର ଅନେକ ମହତ୍ୱ ରହିଛି l ମାନ୍ୟତା ଅନୁସାରେ ସୂର୍ଯ୍ୟ ଉଦୟର ଗୋଟିଏ ଘଣ୍ଟା ମଧ୍ୟରେ ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଦେବା ଦ୍ୱାରା ମଣିଷ କୁ ତାର ପୁର୍ଣ ଫଳ ପ୍ରାପ୍ତି ହୋଇଥାଏ l

* ପ୍ରତି ରବିବାର ଦିନ ଗୋଟିଏ ତମ୍ବା ଗଡୁ ରେ ଜଳ ସହିତ ସାମାନ୍ୟ ଗୁଡ଼ ମିଶାଇ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ ଏବଂ ଜୀବନ ର ଅନେକ ଅସୁବିଧା ଦୂର ହୋଇଥାଏ l

* ମାନ୍ୟତା ରହିଛି ଯେ ଯଦି କୌଣସି ବ୍ୟକ୍ତି ରୋଗ ରେ ପୀଡିତ ଅଛି ତେବେ ଜଳରେ ଗୁଡ଼ ମିଶାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ଜରୁରୀ ଅଟେ l ଏପରି କରିବା ଦ୍ୱାରା ରୋଗ ରୁ ମୁକ୍ତି ମିଳିଥାଏ l

* ଏମିତିରେ ପ୍ରତିଦିନ ଜଳରେ ଗୁଡ଼ ମିଶାଇ ଅର୍ଘ୍ୟ ଦେବା ଦ୍ୱାରା ବ୍ୟକ୍ତିର ମାନ ସମ୍ମାନ ପ୍ରାପ୍ତି ହୋଇଥାଏ l ଏମିତିରେ ଯଦି ଭଲ କାର୍ଯ୍ୟ କରି ମଧ୍ୟ ସମାଜ ରେ ସମ୍ମାନ ପ୍ରାପ୍ତି କରୁ ନାହାନ୍ତି ତେବେ ରବିବାର ଦିନ ଜଳରେ ଗୁଡ଼ ମିଶାଇ ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଦିଅନ୍ତୁ l

* କୁହାଯାଏ ଯେ ଉଦୟ ସୂର୍ଯ୍ୟ ଙ୍କୁ ସକାଳୁ ଜଳ ଅର୍ପଣ କରିବା ଦ୍ୱାରା ବ୍ୟକ୍ତି ର ଜୀବନ ର ଦୁଃଖ, ଶୋକ, କଷ୍ଟ ଦୂର ହୋଇଥାଏ ଏବଂ ମନର ଅଭିଳାଷ ପୁର୍ଣ ହୋଇଥାଏ l l

* ଉଦୟ ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ଶରୀର, ମନ ଓ ଆତ୍ମା ଶୁଦ୍ଧ ହୋଇଥାଏ, ଏହାଛଡା ବ୍ୟକ୍ତିର ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଠିକ ରହିଥାଏ l ପ୍ରତିଦିନ ସୂର୍ଯ୍ୟ ଦେବଙ୍କୁ ଗୁଡ଼ ଓ ଜଳ ମିଶାଇ ଅର୍ପଣ କରିବା ଦ୍ୱାରା ଧନ ଓ ସମୃଦ୍ଧି ର ଆଗମନ ହୋଇଥାଏ ଏବଂ ସୂର୍ଯ୍ୟ ଦେବଙ୍କ କୃପା ପ୍ରାପ୍ତି ହୋଇଥାଏ l

Leave A Reply