ଆଠଗଡ଼ ତା ୨୭-୦୧-୨୪ ଆଜି ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଆଠଗଡ଼ ର ବିଭିନ୍ନ ସ୍ଥାନ ମାନଙ୍କରେ ରାସ୍ତା ନିର୍ମାଣ ର ମାରାଥନ ଶିଳାନ୍ୟାସ କରିଛନ୍ତି। ପୁରୁଣା କଟକ ସମ୍ବଲପୁର ରାସ୍ତା ର ଭୁୟାଁ ଯୋର ଠାରେ ୪ କୋଟି ୧୪ ଲକ୍ଷ ୫୫ ହଜାର ଟଙ୍କା ର ବ୍ରିଜ, ପାଇକେରାପୁର ପଣସ ବଡନାଳ ଠାରେ ୪ କୋଟି ୫୭ ଲକ୍ଷ ୧୦ ହଜାର ଟଙ୍କା ଢାଉରଙ୍ଗ ଗଡା ଠାରେ ୫ କୋଟି ୭୭ ଲକ୍ଷ ୭୧ ହଜାର ଟଙ୍କା ଏବଂ କଟକିଆ ସାହି ସାପୁଆ ଉପରେ ୮ କୋଟି ୯୨ ଲକ୍ଷ ୯୦ ହଜାର ଟଙ୍କା ବ୍ୟୟରେ ସେତୁ ନିର୍ମାଣ ହେବ। ଆସନ୍ତା ଅକ୍ଟୋବର ମାସ ଶେଷ ସୁଦ୍ଧା ପଣସ ବଡନାଳ ଏବଂ ଭୁୟାଁ ଯୋର ରେ ସେତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଢାଉରଙ୍ଗ ଗଡା ଆସନ୍ତା ନଭେମ୍ବର ମାସ ଶେଷ ସୁଦ୍ଧା ଏବଂ କଟକିଆ ସାହି ସାପୁଆ ସେତୁ ଆସନ୍ତା ବର୍ଷ ମେ ମାସ ସୁଦ୍ଧା ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଲଗାଣ ବର୍ଷା କିମ୍ବା ସାପୁଆ କଣ୍ଟିଆ ନଦୀ ରେ ସାଧାରଣ ବନ୍ୟା ହେଲେ ପୁରୁଣା କଟକ ସମ୍ବଲପୁର ରାସ୍ତା ର ଏହି ସବୁ ଜାଗାରେ ଯାତାୟାତ ପ୍ରଭାବିତ ହୋଇଥାଏ। ଦୀର୍ଘ ଦିନ ଧରି ଏହି ରାସ୍ତା ର ଉଚ୍ଚତା ବଢ଼ାଇବା ଏବଂ ଏହି ସବୁ ଜାଗାରେ ସେତୁ ନିର୍ମାଣ ପାଇଁ ଦାବୀ ହୋଇ ଆସୁଥିଲା। ଏବେ ପୁରୁଣା କଟକ ସମ୍ବଲପୁର ରାସ୍ତା ଗତ ଦୁଇ ବର୍ଷ ଧରି ନିର୍ମାଣାଧୀନ ଥିବା ବେଳେ ଏହି ସବୁ ଜାଗାରେ ସେତୁ ନିର୍ମାଣ ଆଗାମୀ ଦିନରେ ଏହି ରାସ୍ତା ଯାତାୟାତ ସୁଗମ ହେବ ବୋଲି ଜଣାପଡିଛି