କାକଟପୁର 25 /1 କାକଟପୁର ବ୍ଲକ ଅଧିନସ୍ଥ କୁଣ୍ଢେଇ ଗ୍ରାମପଞ୍ଚାୟତରେ ଥିବା କୁଣ୍ଢେଇ ସେବା ସମବାୟ ସମିତି ଲିଃର ପଞ୍ଜିକୃତ ଚାଷୀମାନଙ୍କ ଠାରୁ ଧାନ କ୍ରୟ ନିମନ୍ତେ ପ୍ରଥମେ କଣ୍ଟା ପୂଜା କରାଯିବା ପରେ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି l ସେବା ସମବାୟ ସମିତିର ସଭାପତି ବରିଷ୍ଠ ଆଇନିଜିବୀ ପ୍ରଫୁଲ କୁମାର ନାୟକ ଅତିଥି ଭାବେ ଯୋଗଦେଇ ନଡ଼ିଆ ବାଡେଇ ଧାନ ମଣ୍ଡିର ଶୁଭଉଦଘାଟନ କରିଥିବାବେଳେ ପୁରୀ ନିମାପଡା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ କାକଟପୁର ଶାଖାର ସୁପରଭାଇଜର ଚନ୍ଦନ ବାରିକ , ସରପଞ୍ଚ ପ୍ରଭାତୀ ରାଉତ , ସେବା ସମବାୟ ସମିତିର ଉପସଭାପତି ବବିତା ସାହୁ , ସଂପାଦକ ଅଲେଖ ଚନ୍ଦ୍ର ନାୟକ , ଚାଷୀ ନେତା ବିପିନ ବିହାରୀ ରାଉତ , ବୋର୍ଡ ସଦସ୍ୟ ଅମରେଶ୍ୱର ନାୟକ , ବାଞ୍ଛାନିଧି ସାହୁ , ଗଗନ ସାହୁ , ଅକ୍ଷୟ କୁମାର ନାୟକ , ଗୋପୀ ବିହାରୀ କାନୁନଗୋ , ପଦ୍ମ ଚରଣ ସାହୁ , ( ମହେଶ୍ୱର )ନାୟକ , ଜନାର୍ଦ୍ଦନ ସାହୁ , ଗଗନ ସାହୁ ,ବୋର୍ଡ ସଭ୍ୟା ଶାନ୍ତି ଲତା ସାହୁ , ସବିତା ଦାସ , ବନିତା ସାହୁ , ( ୱାର୍ଡ ) ସଭ୍ୟ କବି କୃଷ୍ଣ ନାୟକଙ୍କ ସମେତ ଚାଷୀ ମାନେ ଉପସ୍ଥିତ ଥିଲେ l ନିମାପଡା ଆଞ୍ଚଳିକ ବଜାର ନିୟନ୍ତ୍ରିତ କମିଟିର ନୋଡାଲ ଅଫିସର ଅନୁ ଚରଣ ପାତ୍ର ଧାନର ମାନ ପରୀକ୍ଷଣ କରିଥିବା ବେଳେ ଉଦଘାଟନର ପ୍ରଥମ ଦିନରେ 12 ଜଣ ଚାଷୀଙ୍କ ଠାରୁ 400 କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଥିଲା l